Posted inଜାତୀୟ

ଗଣବିବାହରେ କନ୍ୟାଙ୍କୁ କଣ୍ଡୋମ,ଗର୍ଭନିରୋଧକ ବଟିକା ବାଣ୍ଟିଲେ ଶିବରାଜଙ୍କ ସରକାର : କଂଗ୍ରେସର କଡ଼ା ସମାଲୋଚନା…

ଭୋପାଳ,୩୦।୫ : ମଧ୍ୟପ୍ରଦେଶର ଆଦିବାସୀ ପ୍ରାଧାନ୍ୟ ଜିଲା ଝାବୁଆରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ନେଇ ଏବେ ରାଜ୍ୟରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ବିରୋଧୀ କଂଗ୍ରେସ ଶାସକ ଭାଜପାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସରକାରଙ୍କୁ ଏନେଇ ଘେରିବା ଆରମ୍ଭ କରିଛି। କଂଗ୍ରେସ ଏହି ଘଟଣାକୁ ଲଜ୍ଜାଜନକ ବୋଲି କହିଛି। ବିରୋଧୀ ଦଳ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଦାୟୀ କରିବାବେଳେ ପଚାରିଛି, ଶିବରାଜ ଜୀ ଏହା କ‘ଣ, ଏହା ଅତ୍ୟନ୍ତ ଲଜ୍ଜାଜନକ। ବାସ୍ତବରେ, ମଧ୍ୟପ୍ରଦେଶ ସରକାର କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକାକୁ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ଅର୍ନ୍ତଗତ ଉପହାର ସ୍ବରୂପ ଗଣବିବାହରେ ବଣ୍ଟନ କରିଥିଲେ। ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

ଝାବୁଆରେ ଗଣବିବାହ ଆୟୋଜନ କରାଯାଇଥିଲା। ୨୯୬ ଯୋଡାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସରକାରୀ କର୍ମଚାରୀମାନେ କନ୍ୟାମାନଙ୍କୁ ମେକଅପ ବାକ୍ସ ଉପହାର ଦେଇଥିଲେ। ଏହି ମେକଅପ ବାକ୍ସ ଭିତରେ ଗର୍ଭନିରୋଧକ ବଟିକା ଏବଂ କଣ୍ଡୋମର ପ୍ୟାକେଟ ଥିଲା। କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ସାମୁହିକ ବିବାହରେ ଆଲୋଚନାର ବିଷୟ ପାଲଟିଥିଲା। ରାଜ୍ୟରେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗ ଆସିଛି। ଏନେଇ ପ୍ରଶ୍ନ ମଧ୍ୟ ଉଠିଛି। ଲୋକମାନେ ପଚାରୁଛନ୍ତି କନ୍ୟାର ମେକଅପ ବାକ୍ସରେ କଣ୍ଡୋମ ପ୍ୟାକେଟ ଏବଂ ଗର୍ଭନିରୋଧକ ବଟିକା କାହିଁକି ରହିଛି। ଗର୍ଭନିରୋଧକ ବଟିକା କାହା ନିର୍ଦ୍ଦେଶରେ ରଖାଯାଇଛି?

ଏହି ଘଟଣା ନେଇ ବିବାଦ ଉପୁଜିବା ପରେ ଇନ-ଚାର୍ଜ ସିଇଓ ଭୁରସିଂହ ରାୱତ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଉପହାର ବାକ୍ସରେ କନ୍ୟାଙ୍କୁ କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ଦେବାକୁ କୌଣସି ନିର୍ଦ୍ଦେଶ ନ ଥିବା ବେଳେ ଏହା ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟ। ଏଭଳି କହି ସେ ସ୍ବାସ୍ଥ୍ୟ ବିଭାଗ ମୁଣ୍ଡରେ ଅଠା ବୋଳିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଆଦିବାସୀ ବହୁଳ ଜିଲାରେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ, ଡିଣ୍ଡୋରିର କନ୍ୟା ବିବାହ କାର୍ଯ୍ୟକ୍ରମରେ ବିବାହ କରୁଥିବା କନ୍ୟାଙ୍କର ଗର୍ଭଧାରଣ ପରୀକ୍ଷା କରିବାକୁ ବାଧ୍ୟ କରାଯାଇଥିଲା। ଏଭଳି କାର୍ଯ୍ୟକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri