ଜର୍ମାନରେ ଗବେଷଣା କରିବେ ବୀରମହାରାଜପୁରର ଯୁବ ବୈଜ୍ଞାନିକ ଶିଭାଜିତ୍‌

ଅମରପାଲି,୨୨ା୭(ପୀତାମ୍ବର ସାହୁ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଂଘର୍ଷ କରିବାକୁ ପଡ଼େ ଏବଂ ସଂଘର୍ଷ କଲେ ସଫଳତାର ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳେ। ପ୍ରତିକୂଳ ପରିସ୍ଥିତିରେ ବି ଯିଏ ସଂଘର୍ଷ କରିଛି ସିଏ ହିଁ ସଫଳତାର ହକ୍‌ଦାର ହୋଇପାରିଛି। ଏମିତି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି, ବୀରମହାରାଜପୁରର ଜଣେ ଯୁବକ। ସଫଳତାର ଶିଖରକୁ ପହଞ୍ଚିବାକୁ ପ୍ରୟାସ କରିଥିବା ଯୁବକ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଶିଭାଜିତ ଚାନ୍ଦ। ବାପା ଶ୍ରୀନିବାସ ଚାନ୍ଦ ଜଣେ ଓକିଲ ହୋଇଥିବାବେଳେ ମା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ। ପିଲାଟି ଦିନରୁ ପ୍ରତିକୂଳ ପରିସ୍ଥିତିରେ ବି କିଛି କରି ଦେଖାଇବାକୁ ପ୍ରୟାସ ଆରମ୍ଭ କରିଥିବା ଶିଭାଜିତ ଏବେ ସଫଳତାର ଶେଷ ପାହାଚରେ ପହଞ୍ଚି ପାରିଛନ୍ତି। ସ୍ବିଡେନରେ ସଫଳତାର ସହ ଡିଗ୍ରୀ ହାସଲ କରି ଏବେ ସୁଦୂର ଜର୍ମାନୀରେ ଗବେଷଣା କ୍ଷେତ୍ରରେ ପାଦ ଥାପିଛନ୍ତି। ତାହା ପୁଣି ସାଂପ୍ରତିକ ସମୟର ବେଶୀ ଚର୍ଚ୍ଚାରେ ଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ (ଏଆଇ)ଉପରେ। ଯାହାକୁ ନେଇ ସେ ଖୁସି ବ୍ୟକ୍ତ କରିବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଦାୟୀ। ଶିଭାଜିତ ବୀରମହାରାଜପୁରରେ ନିଜର ଅଧ୍ୟୟନ ଆରମ୍ଭ କରିଥିବା ବେଳେ ପର୍ଯ୍ୟାୟ କ୍ରମେ ବାହାରେ ରହି ଶିକ୍ଷା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଟେକ୍ନୋଲଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବିଡେନର ଚାଲମର ୟୁନିଭର୍ସିଟି ଅଫ୍‌ ଟେକ୍ନୋଲଜିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏବେ ଏଆଇ (AI)କ୍ଷେତ୍ରରେ ସେ ଜଣେ ଜୁନିଅର ବୈଜ୍ଞାନିକ ଭାବରେ ଜର୍ମାନୀରେ ଯୋଗ ଦେବେ। ଯାହାକୁ ନେଇ ପୂରା ପରିବାର ବେଶ ଖୁସି ଓ ଗର୍ବ ଅନୁଭବ କରିବା ସହିତ ତାଙ୍କ ପରିଶ୍ରମ ଫଳରେ ଆଜି ଶିଭାଜିତ ଏହି ସ୍ଥାନକୁ ପହଞ୍ଚିଛନ୍ତି ବୋଲି କହିଛନ୍ତି ପରିବାର ଲୋକ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଯୋଜନା, ବସରେ ଯାତ୍ରାବେଳେ ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ଟଙ୍କା

ନୂଆଦିଲ୍ଲୀ,୧୮।୩: ଆନ୍ଧ୍ର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ‘ଦିବ୍ୟାଙ୍ଗ ଶକ୍ତି ଯୋଜନା’ ଆରମ୍ଭ କରିଛନ୍ତି । ମହିଳାଙ୍କ ପାଇଁ ମାଗଣା ବସ୍ ଯାତ୍ରା ଯୋଜନାର…

ନିଆଁ କବଳରେ ମୂଲ୍ୟବାନ ଗଛ, ଜୀବଜନ୍ତୁ

ଛତ୍ରପୁର,୧୮ା୩(ଦିଲ୍ଲୀପ ସାମଲ): ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଲଣ୍ଡା ବାଉଁଶ ପାହାଡ଼ ଜଙ୍ଗଲରେ କୌଣସି କାରଣରୁ…

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri