Posted inଫୁରସତ

ନିଆରା ପାଠକ ଶିବସୁନ୍ଦର

”ଲେଖକର ପରମାୟୁ ପାଠକର ହୃଦୟରେ“ ବୋଲି ଖବରକାଗଜର ଏକ ସ୍ତମ୍ଭରେ ଲେଖିଛନ୍ତି ଅଧ୍ୟାପକ ବିଶ୍ୱରଞ୍ଜନ ସେହି ପାଠକଙ୍କ କଥା ଯାହାଙ୍କ ହୃଦୟ ଓ ମନରେ ଘର କରି ରହିଛନ୍ତି ଓଡ଼ିଶାର କୋଣଅନୁକୋଣରେ ରହିଥିବା ଅଗଣିତ କବି ଓ କଥାକାର । କୁଚିଣ୍ଡାର ବିଶିଷ୍ଟ ଅନୁବାଦକ, ସ୍ତମ୍ଭକାର ପ୍ରଦୀପ କୁମାର ରାୟ ହୁଅନ୍ତୁ କି ରାୟଗଡ଼ାର ତରୁଣ ଲେଖକ ଶିବସୁନ୍ଦର ପାଣିଗ୍ରାହୀ, ଢେଙ୍କାନାଳର ଯୁବକବି ପୂରବୀ ଶତପଥୀ ହୁଅନ୍ତୁ କି ବାରିପଦାର ବୟୋଜ୍ୟେଷ୍ଠ କବି ଓ ଲେଖକ ବୃନ୍ଦାବନ ଦାଶ ସମସ୍ତଙ୍କ ପାଖକୁ ଫୋନ୍‌ ଯାଏ ତାଙ୍କର । ପ୍ରକାଶିତ ଲେଖାଟିକୁ ଆମୂଳଚୁଳ ପାଠ କରି ତା’ର ମଧୁର ଭାଗର ରସକୁ ଆସ୍ବାଦନ କରି ସେ ପ୍ରତିକ୍ରୟା ରଖନ୍ତି ଫୋନ୍‌ କିମ୍ବା ଚିଠିରେ । ସେହି ପ୍ରତିକ୍ରିୟା ସାମର୍ଥ୍ୟ ରଖିଥାଏ ପ୍ରତ୍ୟୟ ଦେବାପାଇଁ ପ୍ରତି ଲେଖକଙ୍କୁ ଯେ ସେ କିଛି ଲେଖୁଛନ୍ତି କି କରୁଛନ୍ତି ସାହିତ୍ୟ ପାଇଁ ସମାଜ ପାଇଁ । ଏଇ ‘କିଛି’ ଭାବ ମହତ୍ତ୍ୱ ରଖେ ସର୍ଜକ ପାଇଁ ତା’ ସର୍ଜନାର ଯାତ୍ରାକୁ ଦୀର୍ଘ ଓ ଫଳପ୍ରସୂ କରିବା ଲାଗି। ଆଉ ସେହି ‘କିଛି’ ଭଳି ଗୁରୁତ୍ୱପୂର୍ଣ୍ଣ କାମ ଶିବସୁନ୍ଦର ମିଶ୍ର କରୁଥାନ୍ତି ନିରନ୍ତର ଲେଖକଙ୍କ ପାଇଁ ସମ୍ମାନରେ, ପ୍ରେମରେ ଏବଂ ନିଃସର୍ତ୍ତରେ ।
ଏକଦମ୍‌ ସରଳ ଓ ନିରାଡ଼ମ୍ବର ଲାଗୁଥିବା ଶିବସୁନ୍ଦର ମିଶ୍ରଙ୍କ ଜନ୍ମ ୬ ମେ ୧୯୫୦ ମସିହାରେ ପୁରୀ ସହରରେ । ପିତା ରାମଚନ୍ଦ୍ର ମିଶ୍ର ଆଙ୍ଗ୍ଲୋ ବେଙ୍ଗଲୀ ବିଦ୍ୟାଳୟରେ ଶିକ୍ଷକତା କରିବା ସହ କବିତା ବି ଲେଖୁଥିଲେ । ରାମଚନ୍ଦ୍ର ସୃଷ୍ଟିସମ୍ଭାର, ଦକ୍ଷିଣକାଳୀ ଜଣାଣ, ମିତବୋଧିନୀ ଚଉତିଶା ଭଳି ପୁସ୍ତକର ରଚୟିତା ପିତାଙ୍କ ସାହିତି୍ୟକ ବ୍ୟକ୍ତିତ୍ୱର ପ୍ରଭାବ ପଡିଥିଲା ପୁତ୍ର ଶିବସୁନ୍ଦରଙ୍କ ଉପରେ । ବାଳକ ଥିଲାବେଳେ ହିଁ ହରେଇଥିଲେ ପିତାଙ୍କୁ । ପିତାଙ୍କ ମୃତ୍ୟୁ ପରେ ଅଭାବ ଉତ୍କଟ ଥିଲା ତଥାପି ଅଟକି ଯାଇ ନ ଥିଲେ ଶିବ । ପୁରୀ ମ୍ୟୁନିସିପାଲ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରି ନାଁ ଲେଖାଇଥିଲେ ଏସ୍‌ସିଏସ୍‌ କଲେଜରେ । ଡିଗ୍ରୀ ପ୍ରଥମ ବର୍ଷ ପରେ ଶିବସୁନ୍ଦର କଳାହାଣ୍ଡି ଜିଲାର ନର୍ଲା ବ୍ଲକ ଅଧୀନ ରୁଫ୍ରୁଡା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବର୍ଷେ ଶିକ୍ଷକତା କଲେ । ପାଠପଢ଼ାର ଆଗ୍ରହ ପୁନଶ୍ଚ ଟାଣିଆଣିଥିଲା ତାଙ୍କୁ ସ୍ନାତକ ଡିଗ୍ରୀ ହାସଲ କରିବା ପାଇଁ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ । କଳାହାଣ୍ଡିରେ ନର୍ଲା ବ୍ଲକସ୍ଥ ତୁଳାପଡା ଗ୍ରାମର ଦାମୋଦର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୨୬ ବର୍ଷର ଶିକ୍ଷକତା ପରେ ଶେଷ ୯ ବର୍ଷ ସେ ସର୍ବପଲ୍ଲୀ ବିଦ୍ୟାପୀଠ ପୁରୀରେ କାମ କରିଥିଲେ ।
ସୋସିଆଲ ମିଡିଆର ଆବିର୍ଭାବ ପରେ ଲେଖାପଢ଼ା ଜାଣିଥିବା ପ୍ରତିଟି ମଣିଷ କବି, ଲେଖକ, ପ୍ରାବନ୍ଧିକ, ସାମ୍ବାଦିକ ହୋଇ କେବଳ ଲେଖିଚାଲିଥିଲାବେଳେ ଶିବ ମିଶ୍ର ଜଣେ ସାନ୍ତ୍ୱନା । ସଭିଏ ଲେଖିଲେ ପଢିବ କିଏ ପ୍ରଶ୍ନ ପାଇଁ ଶିବସୁନ୍ଦର ମିଶ୍ର ଜଣେ ପ୍ରେରଣା । ପୁରୀର ଅନେକ ଛୋଟ ବଡ଼ ସାହିତ୍ୟ ଓ ସଂସ୍କୃତି ସଂଗଠନର ସେ ସମ୍ପାଦକ, ପ୍ରସାର ପରିଚାଳକ, ସଭାପତି ଓ ଦିଗ୍‌ଦର୍ଶକ । ଭକ୍ତି ଅର୍ଘ୍ୟ, ତାନପୁରା, ସୁଲେଖା ଭଳି ପତ୍ରିକା ସହ ସେ ସମ୍ପୃକ୍ତ । କେଉଁଠି ସେ ସମ୍ପାଦକ, ସହ ସମ୍ପାଦକ କେଉଁଠି ବି ସେ ମଞ୍ଚ ପରିଚାଳକ । ଅନେକ ସାହିତ୍ୟ ସଭାର ସେ କେଉଁଠି ଆୟୋଜକ ହୋଇ ଶାନ୍ତ ଭାବରେ ଭୂମିକା ତୁଲାଉଥାନ୍ତି ତ ବେତାର କେନ୍ଦ୍ରରେ ସଂଯୋଜକ ହୋଇ ବାନ୍ଧି ରଖିଥାନ୍ତି ଶ୍ରୋତାଙ୍କୁ ନିଜ ସୁନ୍ଦର ଉପସ୍ଥାପନାରେ । କାହା କାହା ପାଇଁ ମନପ୍ରାଣ ଦେଇ ମାନପତ୍ର ଲେଖୁଥାନ୍ତି ତ କାହା ଲାଗି ପାଠକୀୟ ଅଭିମତ। ନେପଥ୍ୟରେ ଥାଇ ଅନେକଙ୍କ ପାଇଁ ସେ ତିଆରି କରୁଥାନ୍ତି ସଫଳତାର ରୂପରେଖ। ପ୍ରସ୍ତୁତ କରୁଥାନ୍ତି ଛାଞ୍ଚ ଦୃଶ୍ୟମାନ ରୂପର। ଲେଖକ ଲେଖେ, ପାଠକ ପଢ଼େ । ହେଲେ ଶିବ ମିଶ୍ର ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇ ମୂଲ୍ୟାୟନ କରନ୍ତି ଲେଖାର ଏବଂ ଜଣେଇବାକୁ ଚେଷ୍ଟିତ ଥାଆନ୍ତି ନିରନ୍ତର । ଫୋନ୍‌ କରନ୍ତି, ଚିଠି ଲେଖନ୍ତି, ଦେଖା ହେଲେ କୁହନ୍ତି । ଲେଖାଟି ସହ ସେ ଏତେ ଏକାତ୍ମ ହୋଇଥାନ୍ତି ଯେ ଲେଖକଟି ତାଙ୍କଠାରୁ ଉତ୍ସାହପ୍ରଦ କଥା ପଦେ ଶୁଣି ନିଶ୍ଚୟ ଆତ୍ମପ୍ରଶାନ୍ତି ଲାଭ କରିବ । ନିଜ ବାସଭବନରେ ସୁନାମଣି ପାଠାଗାର ସ୍ଥାପନ କରି ସେ ଆଜିକାଲି ବହି ସହ ଭାବ ତିଆରି କରିଛନ୍ତି । ନିଜେ ପଢ଼ିବା ସହ ବନ୍ଧୁ ବାନ୍ଧବ ପାଖ ପଡ଼ୋଶୀଙ୍କୁ ପଢ଼ିବା ପାଇଁ ଉତ୍ସାହିତ କରୁଛନ୍ତି । ସବୁବେଳେ ସକାରାତ୍ମକ ଭାବନାକୁ ଆତ୍ମାରେ ସାଇତି ସାହିତ୍ୟପ୍ରାଣ ଏହି ନିଆରା ମଣିଷଙ୍କ ସଂସାରକୁ ସମ୍ଭାଳି ନେଇଛନ୍ତି ଧର୍ମପତ୍ନୀ ଭବାନୀ ମିଶ୍ର । ପତିଙ୍କ ସାହିତ୍ୟପ୍ରାଣ ମନକୁ ବୁଝି, ମୂଲ୍ୟ ଦେଇ ଗଭୀର ସମ୍ମାନର ସହ ପ୍ରେରିତ କରୁଥାନ୍ତି ସ୍ବାମୀ ଶିବ ମିଶ୍ରଙ୍କୁ ବିଦଗ୍ଧ ପାଠକ ହିସାବରେ ଜୀବନ ଜିଇବାକୁ। ଲେଖକ କିଏ ପହଞ୍ଚତ୍ଗଲେ ଶିବ ମିଶ୍ରଙ୍କ ଘରେ ସଙ୍ଖୋଳି ନିଅନ୍ତି ଭବାନୀ ଉତ୍ତମ ଆତିଥ୍ୟ ଦେଇ । ନିରୁତା ପାଠକର ପରିଚୟ ନେଇ ତିଷ୍ଠି ରହିବାକୁ ସେ ଅଧିକ ପସନ୍ଦ କରନ୍ତି ତେଣୁ ସମ୍ମାନ ଓ ସମ୍ବର୍ଦ୍ଧନାର ତାଲିକା ମାଗିଲେ ସେ ଅଳ୍ପ ହସି ଏଡେଇ ଯାଆନ୍ତି । ସାହିତ୍ୟର ଜଣେ ରସଗ୍ରାହୀ ଓ ଅବଗାହୀ ଭାବରେ ସେ ଗଭୀର ଓ ଛଳଛଳ । ଶିକ୍ଷା ଓ ସାହିତ୍ୟ ଉଭୟର ମଧୁର ସମନ୍ବୟ ଘଟିଛି ତାଙ୍କ ଭିତରେ । ମାଳ ମାଳ ଲେଖକଙ୍କ ଭିତରେ ତାଙ୍କ ପରି ଜଣେ ପାଠକଙ୍କୁ ଚିହ୍ନିବା ଓ ଜାଣିବା ସତରେ ଜରୁରୀ ।
-ମାନମୟୀ ରଥ, ସେଣ୍ଟଜାଭିୟର କିଡ୍ସ,
ବାଲିପୁଟ୍‌, ପୁରୀ, ମୋ:୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri