ମହାଶିବରାତ୍ରିରେ ଚମକିବ ଏସବୁ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ, ଜାଣି ନିଅନ୍ତୁ…

ହିନ୍ଦୁ ଧର୍ମରେ ମହାଶିବରାତ୍ରିର ବିଶେଷ ମହତ୍ୱ ରହିଛି। ଏହି ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଏହାଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ତେବେ ଚଳିତ ବର୍ଷ ମହାଶିବରାତ୍ରିରେ ମହାଦେବଙ୍କ କୃପା ଅନେକ ରାଶି ଉପରେ ପଡ଼ିବ। ଆସନ୍ତୁ ସେ ବିଷୟରେ ଜାଣିବା:

ମେଷ: ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମହାଶିବରାତ୍ରି ଭଲ ଫଳ ଆଣୁଛି। ବୈବାହିକ ଜୀବନ ଭଲ ରହିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ। ଛାତ୍ରମାନଙ୍କୁ ଶିକ୍ଷାରେ ଭଲ ଫଳ ମିଳିବ। ସ୍ବାସ୍ଥ୍ୟ ଠିକ୍‌ ରହିବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: କର୍ମକ୍ଷେତ୍ରରେ ନୂତନ ଅବସର ମିଳିପାରେ। ଚାକିରି ଖୋଜୁଥିବା ବ୍ୟକ୍ତି ସଫଳ ହେବେ। ଆର୍ଥିକ ସମସ୍ୟା ଦୂର ହେବ। ଆୟର ନୂଆ ବାଟ ଫିଟିବ।

ମିଥୁନ: ସ୍ବାସ୍ଥ୍ୟଜନିତ ଅନେକ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏଣୁ ଏହି ଦିନ ମହାଦେବଙ୍କୁ ପୂଜିବା ଦ୍ୱାରା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀମାନଙ୍କ ପ୍ରଶଂସା ମିଳିବ। ପରିବାର ସହ କୌଣସି ଧର୍ମସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: କର୍ମର ନୂତନ ଅବସର ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ଥିଲେ ଦୂର ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଶୁଭ ସମାଚାର ମିଳିବ। ହେଲେ ଅଯଥା ବିବାଦରୁ ଦୂରରେ ରୁହନ୍ତୁ।

ସିଂହ: ସିଂହ ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଧିକ କଷ୍ଟ କରିବାକୁ ପଡ଼ିପାରେ। କାରଣ କାହା ସହ ବି ବିବାଦ ଉପୁଜିପାରେ। ସ୍ବାସ୍ଥ୍ୟକୁ ନେଇ ସାବଧାନ ରହିବାର ଆବଶ୍ୟକତା ରହିଛି। ଏହି ଦିନ ଶିବ ଆରାଧନା ଭଲ ଭାବେ କରନ୍ତୁ। ଧନ ଲାଭ ଏବଂ ସନ୍ତାନ ସୁଖ ମିଳିବାର ସମ୍ଭାବନା ରହିଛି।

କନ୍ୟା: ଦୀର୍ଘଦିନ ଧରି ଚାଲିଥିବା ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ସୁଦୃଢ଼ ହେବ। ଛାତ୍ରମାନଙ୍କୁ ଭଲ ପରିଣାମ ମିଳିବ। ହେଲେ ସେମାନେ ଖାଦ୍ୟପେୟକୁ ନେଇ ସତର୍କତା ଅବଲମ୍ବନ କରନ୍ତୁ।

ତୁଳା: ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଶିବଙ୍କ ବିଶେଷ କୃପା ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବୈବାହିକ ଜୀବନ ପୂର୍ବରୁ ଭଲ ହେବ। ହଠାତ୍‌ ଧନଲାଭର ଯୋଗ ରହିବ। ସ୍ବାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ।

ବିଛା: ବିଛା ରାଶିର ଜାତକଧାରୀଙ୍କୁ କର୍ମକ୍ଷେତ୍ରରୁ ଶୁଭ ସମାଚାର ମିଳିପାରେ। ସହକର୍ମୀଙ୍କ ସହ ସମ୍ପର୍କ ମଜଭୂତ ହେବ। ସ୍ବାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନରେ ଅସୁବିଧା ଉପୁଜିପାରେ। ଏହା ଦୂର କରିବା ପାଇଁ ଶିବ-ପାର୍ବତୀଙ୍କୁ ପୂଜା କରନ୍ତୁ।

ଧନୁ: ଏହି ରାଶିର ବ୍ୟକ୍ତିବିଶେଷଙ୍କୁ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ନଚେତ ଲୋକଙ୍କ ସହ ମତାନ୍ତର ସ୍ଥିତି ଉପୁଜିପାରେ। ବାପା ମାନସିକ ଏବଂ ଆର୍ଥିକ ସହାୟତା କରିପାରନ୍ତି। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ। କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

ମକର: ମାଂଗଳିକ କାର୍ଯ୍ୟ ସମ୍ପନ୍ନ ହେବ। ପାରିବାରିକ ବାତାବରଣ ସୁଧୁରିବ। ଘରର ଅନ୍ୟ ସଦସ୍ୟଙ୍କ ସହଯୋଗ ମିଳିବ। ବ୍ୟବସାୟୀମାନେ ନୂଆ ବ୍ୟାପାର ଆରମ୍ଭକରି ପାରନ୍ତି। ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ଆଧ୍ୟାତ୍ମିକ ହୋଇପାରନ୍ତି।

କୁମ୍ଭ: ଏହି ରାଶିର ବ୍ୟକ୍ତି କାମ ସମ୍ପର୍କରେ ଯାତ୍ରା କରିପାରନ୍ତି। ଏଥିରେ ଆପଣଙ୍କୁ ଲାଭ ମିଳିବ। ସ୍ବାସ୍ଥ୍ୟସହ ଜଡ଼ିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଉଭୟ ବୁଲିବାକୁ ଯିବାର ଯୋଜନା କରିପାରନ୍ତି। ମା’ଙ୍କ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ହଠାତ ଧନଲାଭର ଯୋଗ ଉତ୍ପନ୍ନ ହୋଇପାରେ।

ମୀନ: ଶିବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିବିଶେଷଙ୍କ ସମସ୍ତ କଷ୍ଟ ଦୂର ହେବ। ଚାକିରି ଖୋଜୁଥିଲେ ଶୁଭଫଳ ମିଳିବ। ଧନଲାଭ ଯୋଗୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। କୌଣସି ଧାର୍ମିକ ସ୍ଥଳ ପରିଦର୍ଶନର ଯୋଜନା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri