ଝାଡ଼ଖଣ୍ଡ ସୀମାରେ ଶିବ ଲିଙ୍ଗ ଭାଙ୍ଗିବା ଘଟଣା: ପ୍ରତିବାଦରେ ଚମ୍ପୁଆରେ ଆନ୍ଦୋଳନ

କେନ୍ଦୁଝର,୨ା୧୧: ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲା ଚମ୍ପୁଆ ସୀମା ଝାଡ଼ଖଣ୍ଡସ୍ଥିତ ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗ ଭଙ୍ଗା ଘଟଣାରେ ଚାପା ଉତ୍ତେଜନା ଲାଗି ରହିଛି। ଶୁକ୍ରବାର ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ଶିବ ଲିଙ୍ଗ ଭାଙ୍ଗି ଦେଇଥିବା ଅଭିଯୋଗ ପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିବାର ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇଥିବ ଜଣା ପଡ଼ିଛି।
ଗତ କାଲିର ଏହି ଘଟଣା ପରେ ଚମ୍ପୁଆରେ ମଧ୍ୟ ଚାପା ଉତ୍ତେଜନା ଦେଖାଦେଇଛି। ଏଣୁ ଓଡ଼ିଶା ପୋଲିସ ଗଣ୍ଡଗୋଳ ଆଶଙ୍କା କରି ସୀମାରେ ମୁତୟନ ହୋଇଛନ୍ତି। ଆଜି ଏହାର ପ୍ରତିବାଦରେ ଚମ୍ପୁଆରେ ଦୋକାନବଜାର ବନ୍ଦ ରଖାଯାଇ ଟାୟାର ଜାଳି ରାସ୍ତା ଅବରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଘଟଣାସ୍ଥଳ ନିକଟକୁ ଗତ କାଲି କେନ୍ଦୁଝର ଏସ୍‌ପି ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶିବ ଲିଙ୍ଗ କିଏ ଭାଙ୍ଗିଲା ଜଣାପଡ଼ିନାହିଁ। ଉଭୟ ରାଜ୍ୟ ପୋଲିସ ସଜାଗ ରହିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରି ଦୃର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଜୋର୍‌ସୋର ଆରମ୍ଭ କରି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ସହାୟତା ମାଗୁଛନ୍ତି ମା’

କାକଟପୁର/ଅସ୍ତରଙ୍ଗ,୯ା୧୨ (ଶୁଭଦର୍ଶନ ମିଶ୍ର/ ପ୍ରଦୀପ୍ତ କୁମାର ଦୀକ୍ଷିତ): ଦିନେ ରୋଗାକ୍ରାନ୍ତ ପୁଅର ଚିକିତ୍ସା ପାଇଁ ବୃଦ୍ଧ ମା, ବାପା ଗାଁ ଗାଁ ବୁଲି ସହାୟତା ମାଗୁଥିଲେ।...

ଚାର୍ଜରେ ବସିଥିବାବେଳେ ବ୍ୟାଟେରି ଗାଡ଼ିରେ ଲାଗିଲା ନିଆଁ, ଜଳିଗଲା ୫ ବାଇକ୍‌

ସୁନ୍ଦରଗଡ଼,୯ା୧୨(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ କଲେଜ ରୋଡ୍‌ରେ ରବିବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ବ୍ୟାଟେରି ଚାଳିତ ସ୍କୁଟି ଚାର୍ଜରେ ବସିଥିବାବେଳେ ଶଟ୍‌ସର୍କିଟ୍‌ରୁ ନିଆଁ...

ଜଣଙ୍କ ଜୁଇ ଜଳୁଥିବାବେଳେ ଆଉ ଜଣଙ୍କୁ ସେହି ନିଆଁରେ ପକାଇ ଜାଳିଦେଲେ ଲୋକେ, କାରଣ ଜାଣିଲେ ହେବେ ଚକିତ

କୋରାପୁଟ,୯ା୧୨: କୋରାପୁଟ ଜିଲା ବନ୍ଧୁଗାଁ ଛାରପା ଗାଁରେ ଏକ ଅଭାବାନୀୟ କାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କ ଶବଦାହ ଚାଲିଥିବାବେଳେ ସେହି ନିଆଁରେ ଆଉ ଜଣଙ୍କୁ...

କଥା ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଧନୁଯାତ୍ରାକୁ ନିଶ୍ଚୟ…

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଦୀର୍ଘ ୧୧...

ରାସ୍ତା ସମ୍ପ୍ରସାରଣ ନ ହେଲେ ଗଣଧାରଣା ଦେବେ ଅଞ୍ଚଳବାସୀ, ଚେତାବନୀ ଦେଇ କହିଲେ…

କେସିଙ୍ଗା,୯ା୧୨(ତୁମୋଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ନିର୍ମାଣ ହେଉଥିବା ଆର୍‌ ଓ ବି (ରେଳ ଓଭର ବ୍ରିଜ୍‌)କୁ ବିଶିଷ୍ଟ ସମାଜବେୀ ସୁରେଶ ରାଓଙ୍କ ନେତୃତ୍ୱରେ...

ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ୯ ଜଣ ଘରକୁ ଫେରିଲେ, ଜଣେ ବ୍ରହ୍ମପୁର ସ୍ଥାନାନ୍ତର

ଦାରିଙ୍ଗବାଡି,୯ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ୩୬ ଛାତ୍ରୀଛାତ୍ର ଅସୁସ୍ଥ ଓ ୧୨ ଗୁରୁତରଙ୍କୁ...

ଘର ଉପରକୁ ମାଡ଼ିଗଲା କଣ୍ଟେନର: ଚାଲିଗଲା ମହିଳାଙ୍କ ଜୀବନ, ୨ ଆହତ

ବରଗଡ଼,୯ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ତୁରୁଙ୍ଗା ଶ୍ରୀହରି ନଗର ଛକରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କଣ୍ଟେନର...

ପୁଷ୍ପେନ୍ଦ୍ର-ଦିବ୍ୟଶଙ୍କର କଳି ବଢ଼ୁଛି

କୋକସରା,୯।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ବିଜୁ ଜନତା ଦଳ (ବିଜେଡି) ରାଜନୀତିରେ ଦଳୀୟ ନେତାଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଏବେ ପଦାକୁ ଆସିଲାଣି। ବିଜେଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri