Posted inଜାତୀୟ

ଶିନ୍ଦେସେନା ନେତା ପୁଅଙ୍କ କାର୍‌ ଧକ୍କାରେ ମହିଳା ମୃତ

ମୁମ୍ବାଇ,୮ା୭:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାର ବରିଷ୍ଠ ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ ରବିବାର ଭୋର ସମୟରେ ନିଜ ବିଏମ୍‌ଡବ୍ଲ୍ୟୁରେ ଦ୍ରୁତଗତିରେ ଯାଉଥିବାବେଳେ ମୁମ୍ବାଇର ଓ୍ବର୍ଲିରେ ଏକ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲେ। ବିଏମ୍‌ଡବ୍ଲ୍ୟୁ ୧୦୦ ମିଟର ପର୍ଯ୍ୟନ୍ତ ସ୍କୁଟିକୁ ଟାଣିନେବାରୁ ଆରୋହୀ ମତ୍ସ୍ୟଜୀବୀ ଦମ୍ପତି ଗୁରୁତର ହୋଇଥିଲେ। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି। ନିଶାସକ୍ତ ମିହିର ଦୁର୍ଘଟଣା ଘଟାଇବା ପରେ ଫେରାର ହୋଇଯାଇଛନ୍ତି।
ଭୋର ୫ଟା ୩୦। ମୁମ୍ବାଇର ଓ୍ବର୍ଲିସ୍ଥିତ କୋଲିଓ୍ବାଡା ବାସିନ୍ଦା ରାଜେଶ ପ୍ରଦିକ୍‌ ନକ୍‌ଭା ଓ ତାଙ୍କ ସ୍ତ୍ରୀ କାବେରୀ ନକ୍‌ଭା ମଝ୍‌ଗାଓଁ ଡକ୍‌ରୁ ମାଛ ଧରି ସ୍କୁଟିରେ ଫେରୁଥିଲେ। ଦ୍ରୁତଗତିରେ ଆସୁଥିବା ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ପଛପଟୁ ତାଙ୍କୁ ଖୁବ୍‌ ଜୋର୍‌ରେ ଧକ୍କା ଦେଇଥିଲା। ସ୍କୁଟି ସେଠାରେ ଓଲଟିପଡ଼ିଥିଲା। ପ୍ରଦିକ୍‌ ଓ କାବେରୀ କାର୍‌ ବନେଟ୍‌ ଉପରକୁ ଛିଟିକି ପଡ଼ିଥିଲେ। ପ୍ରଦିକ୍‌ ନିଜ ଜୀବନ ବଞ୍ଚାଇବା ପାଇଁ ବନେଟ୍‌ରୁ ତଳକୁ ଡେଇଁଥିଲେ। କିନ୍ତୁ ତାଙ୍କ ସ୍ତ୍ରୀ କାବେରୀ କାର୍‌ ତଳେ ପଡ଼ିଯାଇଥିଲେ। ବିଏମ୍‌ଡବ୍ଲ୍ୟୁ ଚାଳକ ନ ଅଟକି ଫେରାର ହେବା ପାଇଁ ଉଦ୍ୟମ କରିବାରୁ କାବେରୀ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲେ। ୧୦୦ ମିଟର ଯିବା ପରେ ମହିଳାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଛାଡ଼ିଦେଇ ଚାଳକ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ କାବେରୀଙ୍କୁ ହସ୍ପିଟାଲକୁ ନେଇଥିଲେ। କିଛି ସମୟ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମିହିର ହେଉଛନ୍ତି ମହାରାଷ୍ଟ୍ରର ଶାସକ ଦଳ ଶିବସେନାର ପାଲଘର ଜିଲା ଉପସଭାପତି ରାଜେଶ ଶାହାଙ୍କ ପୁଅ। ରାଜେଶ ଓ ତାଙ୍କ ଡ୍ରାଇଭର ରାଜେନ୍ଦ୍ର ସିଂ ବିଜାଓ୍ବତ୍‌ ବର୍ତ୍ତମାନ ପୋଲିସ ହାଜତରେ ଅଛନ୍ତି। ପୋଲିସ ନୂଆ ଆପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଏବଂ ମୋଟର ଭେହିକିଲ୍‌ ଆକ୍ଟର ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ମିହିର ଶନିବାର ରାତିରେ ଜୁହୁସ୍ଥିତ ଏକ ବାର୍‌ରେ ମଦ୍ୟପାନ କରିଥିଲେ। ସେଠାରୁ ଘରକୁ ଫେରିବାବେଳେ ନିଜେ କାର୍‌ ଚଲାଇବା ପାଇଁ ଚାହୁଁଥିବା ଡ୍ରାଇଭରଙ୍କୁ କହିଥିଲେ। ଡ୍ରାଇଭର ଷ୍ଟିୟରିଂ ଛାଡ଼ି ତାଙ୍କ ପାଖ ସିଟ୍‌ରେ ବସିଥିଲେ। ମିହିର ବିଏମ୍‌ଡବ୍ଲ୍ୟୁ ଚଳାଇବା ମାତ୍ରେ ଏହାର ଗତି ବଢ଼ିଯାଇଥିଲା। କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ପରେ ପ୍ରମାଣ ନଷ୍ଟ ପାଇଁ ଉକ୍ତ କାର୍‌ର ନମ୍ବର ପ୍ଲେଟ୍‌ ଏବଂ ଡୋର୍‌ରେ ଲାଗିଥିବା ଶିବସେନାର ଷ୍ଟିକର୍‌କୁ ଛଡ଼ାଇବାକୁ ଉଦ୍ୟମ କରାଯାଇଥିଲା। ପୋଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି କାର୍‌କୁ ଜବତ କରିଥିବାବେଳେ ମିହିରଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ମୁଖ୍ୟମନ୍ତ୍ରୀ ଶିନ୍ଦେ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଅଭିହିତ କରିଛନ୍ତି। ଆଇନ ଆଖିରେ ସମସ୍ତେ ସମାନ। ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଉକ୍ତ କାର୍‌ର ଇନ୍‌ସ୍ୟୁରାନ୍ସ ଅବଧି ଶେଷ ହୋଇଯାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଗତ ମେ’ ୧୯ରେ ପୁଣେର ବେଦାନ୍ତ ଅଗ୍ରଓ୍ବାଲ (୧୭) ମଦପାନ କରି କାର୍‌ ଚଲାଇଥିବାବେଳେ ଏକ ବାଇକ୍‌କୁ ଧକ୍କା ଦେଇଥିଲେ। ଏଥିରେ ମଧ୍ୟପ୍ରଦେଶର ଦୁଇଜଣ ଆଇଟି ପ୍ରଫେଶନାଲ ଅନୀଷ ଅଓ୍ବଧିୟା ଓ ଅଶ୍ୱିନୀ କୋଷ୍ଠାଙ୍କ ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ରର ବଡ଼ ସହରଗୁଡ଼ିକରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri