Posted inଜାତୀୟ

ଶିନ୍ଦେ ରଚିଲେ ଚକ୍ରବ୍ୟୁହ, ଫସିଯିବ ଭାଜପା!

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ଶେଷରେ ମୁଣ୍ଡ ନୁଆଁଇଛନ୍ତି। ରେଜଲ୍ଟ ବାହାରିବାକୁ ୧୧ ଦିନ ବିତି ଯାଇଥିଲେ ହେଁ ସଂଖ୍ୟା ଥାଇ ମଧ୍ୟ ମହାୟୁତି(ଭାଜପା-ଶିବସେନା ଓ ଏନସିପି) ସରକାର ଗଠନ ହୋଇପାରୁନାହିଁ। ମୁଖ୍ୟମନ୍ତ୍ରୀ ପଦର ଅଙ୍କ ଛିଡି ନଥିବାରୁ ଶପଥ ପାଠ ଉତ୍ସବ ହୋଇପାରୁନି।

କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ କାମଚଳା ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ସ୍ବାସ୍ଥ୍ୟବସ୍ଥା ବାରମ୍ବାର ବିଗୁଡୁଛି। ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ, ଶିବସେନା ବାହାରୁ ସମର୍ଥନ ଦେବ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଥିବା ଜଣାପଡ଼ିଛି। ସେହିପରି କୁହାଯାଉଛି ଯେ ଶିନ୍ଦେ ଏବେ ମୁଖ୍ୟମନ୍ତ୍ରୀରୁ ଉପ ମୁଖ୍ୟମନ୍ତ୍ରୀ ହେବାକୁ ମଧ୍ୟ ରାଜି ହୋଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟନୁସାରେ, ଭାଜପାର ଦେବେନ୍ଦ୍ର ଫଡନାଭିସ ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ଫେରପାରନ୍ତି। ସେ ବିଦାୟୀ ମହାୟୁତି ସରକାରରେ ଏକନାଥ ଶିନ୍ଦେଙ୍କ ଡେପୁଟି ଭାବେ କାମ କରୁଥିଲେ। ଫଡନାଭିସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ଶିନ୍ଦେ ଓ ଏ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରପାରନ୍ତି। ଶପଥ ପାଠ ଉତ୍ସବ ପରେ ମହାୟୁତି ମେଣ୍ଟ ମଧ୍ୟରେ ମନ୍ତ୍ରୀ ପଦ ଆବଣ୍ଟନ ହେବେ। ଭାଜପା ରାଜ୍ୟରେ ସର୍ବାଧିକ ଆସନ ଜିତି ଥିବାରୁ ନିଜ ପାଖରେ ୨୧ରୁ ୨୨ଟି ମନ୍ତ୍ରୀ ପଦ ରଖିବ। ବିଧାନସଭାର ବାଚସ୍ପତି ଓ ବିଧାନ ପରିଷଦର ଅଧ୍ୟକ୍ଷ ମଧ୍ୟ ଭାଜପା ବିଧାୟକ ହେବେ। ଏକନାଥ ଶିନ୍ଦେଙ୍କ ଶିବସେନା ୧୬ଟି ମନ୍ତ୍ରୀ ପଦ ପାଇଁ ଦାବି କରିଥିଲା। କିନ୍ତୁ ଦଳକୁ କେବଳ ୧୨ଟି ବିଭାଗ ମିଳିବ। ଦଳ ବିଧାନ ପରିଷଦର ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଚାପ ପକାଉଛି। ହେଲେ ଭାଜପା ଏହାକୁ ଛାଡିବାକୁ ନାରାଜ। ଅଜିତ ପାୱାରଙ୍କ ଏନସିପି ୯ରୁ ୧୦ଟି ମନ୍ତ୍ରୀ ପଦ ପାଇବ। ଦଳ ନିଜ ପାଖରେ ଅର୍ଥ ବିଭାଗ ରଖିବ। ଦଳର ଜଣେ ବିଧାୟକ ଉପ ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟ କରିବେ।

କହିରଖୁଛୁ କି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ନେଇ ୧୦ ଦିନ ହେଲା ଅଚଳାବସ୍ଥା ଜାରି ରହିଛି। ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ, ଶିବସେନା ବାହାରୁ ସମର୍ଥନ ଦେବ ବୋଲି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଥିବା ଜଣାପଡ଼ିଛି।

ନୂଆ ସରକାର ଗଠନ ନେଇ ସୋମବାର ମହାୟୁତି ନେତାମାନଙ୍କ ବୈଠକ ହେବାକୁ ଥିବାବେଳେ ଶିନ୍ଦେ ଅସୁସ୍ଥତା କାରଣ ଦର୍ଶାଇ ଏହାକୁ ବାତିଲ କରିଦେଇଛନ୍ତି। ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ବିଚାର କରିବାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପକ୍ଷରେ ଏନସିପି ନେତା ଅଜିତ ପାଓ୍ବାର ଭାଜପାର କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କରିବା ପାଇଁ ସୋମବାର ଦିଲ୍ଲୀ ଯାଇଛନ୍ତି।

ମହାୟୁତିର କେଉଁ ଦଳକୁ କେଉଁ ବିଭାଗ ମିଳିବ ତାହା ଚୂଡ଼ାନ୍ତ କରିବା ପାଇଁ ସୋମବାର ବୈଠକ ବସିବାକୁ ଥିବାବେଳେ ଗଳା ସଂକ୍ରମଣ ଏବଂ ଜ୍ୱର କାରଣରୁ ଶିନ୍ଦେ ବୈଠକ ବାତିଲ କରିଛନ୍ତି। ସେ ଅପରାହ୍ନରେ ଠାଣେ ଯାଇଥିବାରୁ ମଙ୍ଗଳବାର ବୈଠକ କରିବାକୁ ସ୍ଥିର ହୋଇଛି। କିଏ ମୁଖ୍ୟମନ୍ତ୍ରୀ ହେବେ, ଏହାକୁ ନେଇ ଜାରି ରହିଥିବା ଉତ୍କଣ୍ଠା ୪ ତାରିଖରେ ଶେଷ ହେବାକୁ ଯାଉଛି। ସେଦିନ ଭାଜପା ବିଧାୟକ ଦଳ ବୈଠକ ବସି ନେତା ର୍ନିବାଚନ କରାଯିବ ବୋଲି ଦଳର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି। ବିଧାୟକ ଦଳ ବୈଠକ ପାଇଁ ଅର୍ଥମନ୍ତ୍ରୀ ର୍ନିମଳା ସୀତାରାମନ ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ଭାଜପା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ବୁଧବାର ସକାଳେ ବିଧାନ ଭବନରେ ବୈଠକ ବସି ମୁଖ୍ୟମନ୍ତ୍ରୀ ଚୟନ କରାଯିବାର କାର୍ଯ୍ୟକ୍ରମ ରହିଛି।

ଶିବସେନା ସୂତ୍ର ଅନୁଯାୟୀ, ଗତ ୨୯ ତାରିଖରେ ଶିନ୍ଦେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା ବେଳେ ଏକ ବୁଝାମଣା ସୂତ୍ର ଦେଇଥିଲେ। ସେ କହିଥିଲେ, ତାଙ୍କ ନେତୃତ୍ୱରେ ର୍ନିବାଚନ ଲଢ଼ାଯାଇଥିଲା। ଲାଡଲି ବହେନ ଯୋଜନା, ସଂରକ୍ଷଣ ନିଷ୍ପତ୍ତି ଏବଂ ବିଭିନ୍ନ ସମ୍ପ୍ରଦାୟ ପାଇଁ ସମବାୟ ବୋର୍ଡ ଗଠନ ଯୋଗୁ ମହିଳା ଭୋଟର, ମରାଠା ଏବଂ ଓବିସିମାନେ ମହାୟୁତିକୁ ଭୋଟ ଦେଇଥିଲେ। ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ, ଏହି ଆଶା ରଖି ରାଜ୍ୟବାସୀ ଭୋଟ ଦେଇଥିଲେ। ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯାଏ, ତେବେ ସମାଜର ଏହି ବର୍ଗଗୁଡ଼ିକ ପାଖକୁ ଏକ ଭୁଲ ବାର୍ତ୍ତା ଯିବ। ବିଭିନ୍ନ ସର୍ଭେରେ ତାଙ୍କୁ ଲୋକମାନେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିବା ଶିନ୍ଦେ ଦର୍ଶାଇଥିଲେ। ଯଦି ଦେବେନ୍ଦ୍ର ଫଡ୍ନବିସ୍ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତେବେ କ୍ଷମତା ସନ୍ତୁଳନ ପାଇଁ ତାଙ୍କ ଦଳକୁ ଗୃହ, ଅର୍ଥ ଏବଂ ରାଜସ୍ବ ବିଭାଗ ଦେବା ପାଇଁ ଶିନ୍ଦେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ କହିଥିଲେ। ଏହା ପରେ କାହାକୁ ଉପମୁଖ୍ୟମନ୍ତ୍ରୀ କରାଯିବ, ସେନେଇ ଶିନ୍ଦେ ନିଷ୍ପତ୍ତି ନେବେ। ଉପରୋକ୍ତ ୩ ବିଭାଗ ନ ମିଳିଲେ ଶିବସେନା ସରକାରରେ ନ ରହି ବାହାରୁ ସମର୍ଥନ ଦେବ। କେନ୍ଦ୍ରରେ ମଧ୍ୟ ଏହି ଦଳର ୭ ଏମ୍ପି ବାହାରୁ ସମର୍ଥନ ଜଣାଇବେ ବୋଲି ଶିନ୍ଦେ କହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଆମେରିକା-ଇରାନ ମଧ୍ୟରେ କିପରି ଯୁଦ୍ଧବିରତି କରାଇଲା ଚାଇନା, ସାମ୍ନାକୁ ଆସିଲା ସେହି ୨୬ ଫୋନ କଲ୍‌ର ରହସ୍ୟ

ବେଜିଂ,୯।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବା ପାଇଁ ନିଜକୁ ପିଠି ଥାପୁଡ଼ାଉଛି, କିନ୍ତୁ ଏହାକୁ ହାସଲ କରିବାରେ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri