ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ, ଜାଣନ୍ତୁ କେବେଠୁ..

ବାରିପଦା,୨୯ା୧: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା ଫେବୃଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ।

କାଳିକାପ୍ରସାଦ ଗେଟ୍‌ ଓ ଗୁଡ଼ଗୁଡ଼ିଆ ଜୋନ୍‌ ୪ରୁ ୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଗୁଡ଼ଗୁଡ଼ିଆ ସଫାରୀ ୫ ତାରିଖ ଅପରାହ୍ନ ଓ ୬ ତାରିଖ ସକାଳେ ବନ୍ଦ ରହିବ।

Dharitri – Odisha’s No.1 Odia Daily