Posted inଖେଳ

ଶେଷରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଧାଓ୍ବନ୍‌

ନୂଆଦିଲ୍ଲୀ,୫।୧୦: କ୍ରିକେଟର ଶିଖର ଧାୱନ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କୁ ଶେଷରେ ଛାଡପତ୍ର ଦେଇଛନ୍ତି। ଦିଲ୍ଲୀର ପଟିଆଲା ହାଉସର ଏକ ପରିବାର କୋର୍ଟ ଶିଖର ଧାୱନଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। କିଛି ମୁଖ୍ୟ କାରଣରୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ ବଡ କଥା ହେଲା ଯେ, ଆୟେଶା ଧାୱନଙ୍କୁ ମାନସିକ ଯନ୍ତ୍ରଣା ଦେଇ ତାଙ୍କୁ ଏକମାତ୍ର ପୁଅଠାରୁ ବର୍ଷ ବର୍ଷ ଧରି ଅଲଗା ରହିବାକୁ ବାଧ୍ୟ କରିଥିଲେ।
ତାଙ୍କ ଛାଡପତ୍ର ଆବେଦନରେ ଶିଖର ଧାୱନ କହିଥିଲେ ଯେ, ତାଙ୍କ ପତ୍ନୀ ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି। ଫ୍ୟାମିଲି କୋର୍ଟର ଜଜ ହରିଶ କୁମାର ଏହି ଅଭିଯୋଗକୁ ସତ୍ୟ ବୋଲି ଗ୍ରହଣ କରିଛନ୍ତି। ବିଚାରପତି ତାଙ୍କ ଆଦେଶରେ କହିଛନ୍ତି ଯେ, ଧାୱନଙ୍କ ସ୍ତ୍ରୀ ଉପରୋକ୍ତ ଅଭିଯୋଗକୁ ବିରୋଧ କରିନାହାଁନ୍ତି କିମ୍ବା ନିଜକୁ ରକ୍ଷା କରିବାରେ ବିଫଳ ହୋଇଛନ୍ତି।
ଧାୱନ ଏବଂ ଆୟେଶାଙ୍କ ପୁଅ ଜୋରାୱାରଙ୍କ କଷ୍ଟଡି ସମ୍ପର୍କରେ କୋର୍ଟ କୌଣସି ଆଦେଶ ଦେଇନାହାଁନ୍ତି। ତେବେ କୋର୍ଟ ଧୱନଙ୍କୁ ତାଙ୍କ ପୁଅଙ୍କୁ ଭେଟିବା ଏବଂ ଭିଡିଓ କଲ ମାଧ୍ୟମରେ ତାଙ୍କ ସହ କଥାବାର୍ତ୍ତା କରିବାର ଅଧିକାର ଦେଇଛନ୍ତି। ଜୋରାୱାରଙ୍କୁ ତାଙ୍କ ସ୍କୁଲ ଛୁଟିଦିନରେ ଅତିକମରେ ଧାୱନ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ବିତାଇବାକୁ ଅନୁମତି ଦେବାକୁ କୋର୍ଟ ଆୟେଶାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଆବେଦନକାରୀ ଶିଖର ଧାୱନ ଜଣେ ନାଗରିକ ତଥା ଦାୟିତ୍ୱବାନ ପିତା ଭାବରେ ତାଙ୍କ ପୁଅଙ୍କୁ ଭେଟିବା ଏବଂ ତାଙ୍କ ସହ କିଛି ସମୟ ରହିବାର ଅଧିକାର ରହିଛି।
ତ୍‌ଶିଖର ଧାୱନ ପ୍ରଥମ ଥର ପାଇଁ ହରଭଜନ ସିଂଙ୍କ ଫେସବୁକ ବନ୍ଧୁ ତାଲିକାରେ ଆୟେଶାଙ୍କୁ ଦେଖିଥିଲେ। ଆୟେଶାଙ୍କ ଫଟୋ ଦେଖିବା ମାତ୍ରେ ସେ ପ୍ରେମରେ ପଡ଼ିଗଲେ। ଏହା ପରେ ଶିଖର ଆୟେଶାଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଲେ ଏବଂ ତା’ପରେ ସେମାନଙ୍କ ସମ୍ପର୍କ ଆରମ୍ଭ ହେଲା। ଶିଖର ଆୟେଶାଙ୍କଠାରୁ ପ୍ରାୟ ୧୦ ବର୍ଷ ସାନ। ଦୀର୍ଘ ସମୟ ଧରି ଏକାଠି ରହିବା ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ। ଏହା ଆୟେଶାଙ୍କର ଦ୍ୱିତୀୟ ବିବାହ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri