ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ନେଇ କୁହାଯାଇଛି । ହାତୀ ନଯିବା ପର୍ଯ୍ୟନ୍ତ ଶିଖରଚଣୀ ପୀଠକୁ ବନ୍ଦ ରଖାଯାଇଛି ।
ଖବର ଅନୁସାରେ, ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ୨ ଦନ୍ତା ହାତୀ ବୁଲୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହଡ଼ରେ ବୁଲୁଛନ୍ତି ହାତୀ । ତେବେ ବର୍ତ୍ତମାନ ପର୍ଯ୍ୟଟନ ଋତୁ ଥିବାରୁ ଶିଖରଚଣ୍ଡୀରେ ପର୍ଯ୍ୟଟକଙ୍କ ଭିଡ଼ ହେଉଥିଲା । ତେବେ ହାତୀ ବୁଲୁଥିବାରୁ ଅଘଟଣ ହେବାର ସମ୍ଭାବନା ମଧ୍ୟ ରହିଥିଲା । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ପଦକ୍ଷେପ ନେଇଥିଲା । ଲୋକଙ୍କ ସୁରକ୍ଷା ନେଇ ଇନ୍ଫୋସିଟି ଥାନାକୁ ଅବଗତ କଲା ବନ ବିଭାଗ । ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ ।