ଠିକ୍‌ ସମୟରେ ପିଡିଏସ୍‌ ଚାଉଳ ଦେଉନି ଏସ୍‌ଏଚ୍‌ଜି

ରାୟଗଡ଼ା,୧।୩(ସ୍ବ.ପ୍ର.): ବିଭିନ୍ନ ପଞ୍ଚାୟତରେ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ହିତାଧିକାରୀଙ୍କୁ ପିଡିଏସ୍‌ ଚାଉଳ ବଣ୍ଟନ କରାଯାଉଛି। ତେବେ କାଶୀପୁର ବ୍ଲକ ଅଡ଼ାଜୋର ପଞ୍ଚାୟତର ୭ଟି ଗ୍ରାମରେ ହିତାଧିକାରୀମାନେ ଠିକ୍‌ ସମୟରେ ଚାଉଳ ପାଉ ନ ଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତରେ ପିଡିଏସ୍‌ ସାମଗ୍ରୀ ବଣ୍ଟନ ଦାୟିତ୍ୱ ନେଇଥିବା ସ୍ବୟଂ ସହାୟିକା ଗୋଷ୍ଠୀ ମନମାନି ଚଳାଉଥିବା ସରପଞ୍ଚ ସୁରେନ୍ଦ୍ରି ମାଝି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେଣୁ ଉକ୍ତ ଚାଉଳ ବଣ୍ଟନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଦ୍ୱାରା କରାଯାଉ ବୋଲି ସେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ା
ଅଡ଼ାଜୋର ପଞ୍ଚାୟତର ସୋରିଷବାଡ଼, ବାରାଙ୍ଗପାସ, କସନାଖାଲ, କରନିଖାଲ, କୁଲେରମସ୍କା ଓ ଡାଲଗୁମା ଗ୍ରାମର ହିତାଧିକାରୀମାନେ ଦାୟିତ୍ୱ ନେଇଥିବା ସ୍ବୟଂ ସହାୟିକା ଗୋଷ୍ଠୀକୁ ଚାଉଳ ମାଗିଲେ ମେଶିନ୍‌ ଖରାପ ଅଛି କହି ଫେରାଇ ଦିଆଯାଉଥିବା ଅଭିଯୋଗ ହେଉଛି ା ସୋରିଷବାଡ଼ର ହିତାଧିକାରୀ ପାଦମତୀ ନାଏକ ଚାଉଳ ଆଣିବା ପାଇଁ ଯାଇଥିବା ବେଳେ ଏସ୍‌ଏଚଜିର ଜଣେ ସଦସ୍ୟାଙ୍କ ସ୍ବାମୀ ତାଙ୍କୁ କାଲି ଆସ, ପରେ ଆସ କହି ବାରମ୍ବାର ଫେରାଉଥିଲେ। ପରେ ଅନ୍ୟମାନଙ୍କୁ ଯେତବେଳେ ଚାଉଳ ବଣ୍ଟାଗଲା, ପାଦମତୀ ଆଣିବାକୁ ଯିବାରୁ ତାଙ୍କୁ ସ୍ବୟଂ ସହାୟିକା ଗୋଷ୍ଠୀ ସଭାପତିଙ୍କ ସ୍ବାମୀ ଓ ଅନ୍ୟ କେତେଜଣ ସଦସ୍ୟ ଗାଳିଗୁଲଜ କରିଥିଲେ ା ଏ ନେଇ ହିତାଧିକାରୀମାନେ ସରପଞ୍ଚଙ୍କୁ ଅଭିଯୋଗ କରିବା ପରେ ସେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପିଡିଏସ ଚାଉଳ ବଣ୍ଟନ ବ୍ୟବସ୍ଥା ପିଇଓଙ୍କୁ ଦେବାକୁ ଦାବି କରିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ସରପଞ୍ଚଙ୍କ ଦାବିପତ୍ର ଅତିରିକ୍ତ ଜିଲାପାଳ ସୋମନାଥ ପ୍ରଧାନ ଗ୍ରହଣ କରିବା ସହିତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri