ଚାଷୀ ପଞ୍ଜୀକରଣରେ ଏସ୍‌ଏଚ୍‌ଜି ମନା

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ୨୦୨୪-୨୫ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ହେଲେ ଜିଲାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୁଡ଼ିକୁ ଏଥିରୁ ବାଦ୍‌ ଦିଆଯାଇଛି। ଏହାକୁ ନେଇ ଏସ୍‌ଏଚ୍‌ଜି ସଭ୍ୟାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ସୋମବାର ବିଭିନ୍ନ ଏସ୍‌ଏଚ୍‌ଜିର ଶତାଧିକ ମହିଳା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରୁ ବାଦ୍‌ ଦେବା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହିତ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ପ୍ରକାଶ ଯେ, ଜିଲାର ୫୪ ଏସ୍‌ଏଚ୍‌ଜି ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଆସୁଥିଲେ। ଚାଷୀ ପଞ୍ଜୀକରଣଠାରୁ ଆରମ୍ଭ କରି ଚାଷୀଙ୍କଠାରୁ ଧାନ କିଣାବିକା ମଧ୍ୟ କରୁଥିଲେ। ଏହାଦ୍ୱାରା ଚାଷୀ ଉପକୃତ ହେଉଥିଲେ। ଧାନ ସଂଗ୍ରହ କାର୍ଯ୍ୟ ବାବଦକୁ ନିର୍ଦ୍ଧାରିତ ଟଙ୍କା ପାଇଁ ଏସ୍‌ଏଚ୍‌ଜି ଗୁଡ଼ିକ ସେଥିରୁ ବାଦ୍‌ ଦିଆଯାଇଛି। ତେବେ ଏସ୍‌ଏଚ୍‌ଜିଗୁଡ଼ିକୁ ଚାଷୀ ପଞ୍ଜୀକରଣ କାର୍ଯ୍ୟ ପାଇଁ ପ୍ରଥମେ ଚିଠି କରାଯାଇ ପ୍ରଶିକ୍ଷଣ ଦିଆଯିବା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ସେଥିରୁ ସମ୍ପୂର୍ଣ୍ଣ ବାଦ୍‌ ଦେବାକୁ ନେଇ ଅସନ୍ତୋଷ ବଢିଛି। ସୂଚନା ଅନୁଯାୟୀ, ଜିଲା ପ୍ରଶାସନର ଚିଠିସଂଖ୍ୟା-୯୪୯୯ ତା-୧୦।୭।୨୦୨୪ରିଖ ଅନୁସାରେ ଏସ୍‌ଏଚ୍‌ଜିର ସଭାପତି, ସମ୍ପାଦିକା, ଡିଇଓ (ଡାଟା ଏଣ୍ଟ୍ରି ଅପରେଟର)ଙ୍କୁ ପ୍ରଶିକ୍ଷଣ ପାଇଁ ବ୍ଲକ କାର୍ଯ୍ୟାଳୟକୁ ଡକାଯାଇଥିଲା। ସେମାନେ ସେଠାକୁ ଯାଇ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ଏପରିକି ଚାଷୀ ପଞ୍ଜୀକରଣ ପାଇଁ ଉର୍ଦ୍ଦିଷ୍ଟ ଫର୍ମ ମଧ୍ୟ ବଣ୍ଟନ କରିଥିଲେ। ସେହିପରି ପ୍ରଶାସନର ଅନ୍ୟ ଏକ ଚିଠି ନଂ. ୧୦୦୪୭, ତା-୧୨।୭।୨୦୨୪ରେ ଜିଲାର ୫୪ ଏସ୍‌ଏଚ୍‌ଜିକୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବାକୁ ଚିଠି ହୋଇ ସବ୍‌ଡିଭିଜନାଲ ଲେଭଲ୍‌ ସିଲେକ୍ସନ କମିଟିକୁ ଗତ ମାସ ୨୫ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଇଥିଲା। କିନ୍ତୁ ଗତମାସ ୧୬ତାରିଖରେ ଆଉ ଏକ ପତ୍ର ସଂଖ୍ୟା-୨୩୭୯ରେ ଜିଲାର ୫୮ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)କୁ ଚାଷୀ ପଞ୍ଜୀକରଣ କରିବା ପାଇଁ ଚିଠି କରାଯାଇଥିଲା।
ତେବେ ସେଥିରୁ ବାଦ୍‌ ପଡିଥିବା ଜାଣିବା ପରେ ଏସ୍‌ଏଚ୍‌ଜିର କର୍ମକର୍ତ୍ତା ଗତ ମାସ ୧୮ତାରିଖରେ ଜିଲାପାଳଙ୍କୁ ଭେଟିଥିଲେ। ସେତେବେଳେ ଜିଲାପାଳ ଯୋଗ୍ୟ ଏସ୍‌ଏଚ୍‌ଜିଗୁଡ଼ିକୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ। କେବଳ ବରଗଡ଼ ନୁହେଁ, ସାରା ରାଜ୍ୟରେ ସେଭଳି ନିଷ୍ପତ୍ତି ନିଆଯାଇଥିବା ଜିଲାପାଳ କହିଥିବା ଏସ୍‌ଏଚ୍‌ଜି ମହିଳାମାନେ ପ୍ରକାଶ କରିଛନ୍ତି। କିନ୍ତୁ ବରଗଡ଼ ସମେତ ଅଳ୍ପ କେତୋଟି ଜିଲାକୁ ଛାଡ଼ିଦେଲେ ଅଧିକାଂଶ ଜିଲାରେ ମହିଳା ଏସ୍‌ଏଚ୍‌ଜି ଚାଷୀ ପଞ୍ଜୀକରଣ କାର୍ଯ୍ୟ କରୁଥିବା ସେମାନେ କହିଛନ୍ତି। ବରଗଡ଼ ଜିଲାର ଏସ୍‌ଏଚ୍‌ଜିକୁ କାହିଁକି ଏହି କ୍ଷେତ୍ରରେ ଉପେକ୍ଷା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଉ, ନଚେତ୍‌ ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିରେ ଜିଲାର ପ୍ରତ୍ୟେକ ବ୍ଲକର ଏସ୍‌ଏଚ୍‌ଜି ମହିଳାମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri