Posted inଜାତୀୟ

କଙ୍ଗନାଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲା ଭାଜପା: କୃଷକ ଆନ୍ଦୋଳନ ବୟାନ ପ୍ରସଙ୍ଗରେ ପ୍ରକାଶ କଲା ଅସନ୍ତୋଷ

ନୂଆଦିଲ୍ଲୀ,୨୬।୮: ଭାଜପା ଏମପି କଙ୍ଗନା ରାନାୱତ ଏକ ସାକ୍ଷାତକାରରେ କୃଷକଙ୍କ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିରୋଧୀ ଦଳ ଭାଜପାକୁ ତୀବ୍ର ଟାର୍ଗେଟ କରି କଙ୍ଗନା ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। ବଢୁଥିବା ବିବାଦକୁ ଦେଖି ବର୍ତ୍ତମାନ ଭାଜପା ଏକ ଅଧିକାରୀଙ୍କ ବିବୃତ୍ତି ଜାରି କରି କଙ୍ଗନା ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ଭବିଷ୍ୟତରେ କୌଣସି ବିବୃତ୍ତି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ ଯଦି ଆମର ଶୀର୍ଷ ନେତୃତ୍ୱ ମଜବୁତ ନ ରହିଥାନ୍ତା ତେବେ କୃଷକ ଆନ୍ଦୋଳନ ସମୟରେ ପଞ୍ଜାବକୁ ମଧ୍ୟ ବାଂଲାଦେଶରେ ପରିଣତ କରି ଦେଇଥାନ୍ତେ। କଙ୍ଗନାଙ୍କ ଏହି ବୟାନ ଉପରେ ବିରୋଧୀ ଲଗାତାର ସରକାରଙ୍କୁ ଘେରିଛନ୍ତି। ଏହି ପ୍ରସଙ୍ଗରେ କଙ୍ଗନାଙ୍କ ବିରୋଧରେ ଏନଏସଏ ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲା। ସେହିଭଳି ଭାଜପା ମଧ୍ୟ କଙ୍ଗନାଙ୍କ ଏହି ବୟାନରୁ ନିଜକୁ ଦୁରେଇ ରଖି କହିଛି ଯେ, ଏହା ତାଙ୍କର ନିଜସ୍ୱ ବୟାନ ଅଟେ, ଯେଉଁଥିରେ ପାର୍ଟିର କୌଣସି ଯିବା ଆସିବା ନାହିଁ।

କଙ୍ଗନାଙ୍କ ବିବାଦୀୟ ବିବୃତ୍ତି ଉପରେ ଭାଜପାର କେନ୍ଦ୍ରୀୟ ମିଡିଆ ଟିମ୍ ପକ୍ଷରୁ କୁହାଯାଇଛି, “କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଭାଜପା ଏମପି କଙ୍ଗନା ରାନାୱତ ଦେଇଥିବା ବିବୃତ୍ତି ଦଳର ମତ ନୁହେଁ। ଭାରତୀୟ ଜନତା ପାର୍ଟି କଙ୍ଗନା ରାନାୱତଙ୍କ ବିବୃତ୍ତିରେ ଅସହାମତି ବ୍ୟକ୍ତ କରୁଛି। ଦଳ ପକ୍ଷରୁ ନୀତି ଉପରେ କହିବାକୁ ପାର୍ଟିର ପ୍ରସଙ୍ଗଗୁଡ଼ିକ କଙ୍ଗନା ରାଣାଉତଙ୍କୁ ଏପରି ବିବୃତ୍ତି ଦେବାକୁ ଅନୁମତି ଦିଆଯାଇ ନାହିଁ କିମ୍ବା ଭବିଷ୍ୟତରେ କୌଣସି ବିବୃତ୍ତି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ନୀତିନ ନବୀନ କହିଲେ ରାଜନୀତି ଲଙ୍ଗ ମାରାଥନ, ଏଠି ସ୍ପିଡ ନୁହେଁ ଷ୍ଟାମିନାର ଟେଷ୍ଟ ହୋଇଥାଏ

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ପ୍ରଥମ ଥର ପାଇଁ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri