ବାଂଲାଦେଶ ଫେରିବାକୁ ନେଇ ଗର୍ଜନ କଲେ ଶେଖ ହସିନା, ତାରିକ ରହମାନଙ୍କୁ ଦେଲେ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ଢାକା,୨୦।୧୦: ଏକ ସାମରିକ ବିଦ୍ରୋହ ପରେ ଦେଶ ଛାଡ଼ି ଚାଲିଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ଯାହା ହେଉନା କାହିଁକି, ସେ ଆସନ୍ତା ଡିସେମ୍ବର ମାସରେ ବାଂଲାଦେଶ ଫେରିବେ। ସେ କହିଲେ, ‘ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି; ମୁଁ ଭୟଭୀତ ନୁହେଁ।’ ସେ ଆହୁରି ମଧ୍ୟ କହିଲେ, ‘ମୁଁ ଜାଣେ ଯେ ସେମାନେ ମୋତେ ହତ୍ୟା କରିପାରନ୍ତି, ଗିରଫ କରିପାରନ୍ତି କିମ୍ବା ମୋ ଉପରେ ଅତ୍ୟାଚାର କରିପାରନ୍ତି।’ ‘ସେଣ୍ଟର ଫର୍‌ ୟୁଏସ-ବାଂଲାଦେଶ ରିଲେସନ୍ସ’ (Center for US-Bangladesh Relations) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶେଖ ହସିନା ପୁନର୍ବାର କହିଲେ, ‘ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି। ମୁଁ କାହାକୁ ଭୟ କରେ ନାହିଁ। ମୁଁ ଜାଣେ ଯେ ସେମାନେ ମୋତେ ହତ୍ୟା କରିପାରନ୍ତି, ଗିରଫ କରିପାରନ୍ତି କିମ୍ବା ମୋ ଉପରେ ଅତ୍ୟାଚାର କରିପାରନ୍ତି, କିନ୍ତୁ ନିଜ ଦେଶକୁ ଫେରିବା ମୋର ଦାୟିତ୍ୱ।’ ସେ ପୁରୁଣା ଦିନର କଥା ମନେ ପକାଇ କହିଲେ ଯେ, ଅତୀତରେ ମଧ୍ୟ ସେ କାରାବାସ ଏବଂ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି, ତେଣୁ ଏଥର ପଛଘୁଞ୍ଚା ଦେବାର ପ୍ରଶ୍ନ ହିଁ ଉଠୁନାହିଁ। ସେ ପୁଣି ଥରେ ସ୍ପଷ୍ଟ କରିଦେଇଛନ୍ତି ଯେ, ସମସ୍ତ ବିପଦ ସତ୍ତ୍ୱେ ସେ ବାଂଲାଦେଶ ଫେରିବା ନେଇ ନେଇଥିବା ନିଷ୍ପତ୍ତିରେ ଦୃଢ଼ ଅଟଳ ଅଛନ୍ତି।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ‘ୟୁଏସଏଆଇଡି’ (USAID) ପାଣ୍ଠି ବନ୍ଦ ହେବା ଫଳରେ ଏହି ଅର୍ଥ ଭୁଲ ହାତକୁ ଯିବାରୁ ରକ୍ଷା ପାଇବ। ତାରିକ ରହମାନଙ୍କ ପ୍ରଶାସନ ଉପରେ ଦୁର୍ନୀତିର ଅଭିଯୋଗ ଆଣି ସେ କହିଛନ୍ତି ଯେ, ଦେଶରେ ବେକାରୀ, ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଏବଂ ଜବରଦସ୍ତି ଚାନ୍ଦା ଆଦାୟ (extortion) ଭଳି ଘଟଣା ବହୁଳ ଭାବରେ ବୃଦ୍ଧି ପାଇଛି। ସେ ବର୍ତ୍ତମାନର ସରକାରଙ୍କୁ ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ବୋଲି ଆଖ୍ୟା ଦେଇଛନ୍ତି ଏବଂ ବାଂଲାଦେଶରେ ଏକ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରିବାକୁ ଦାବି କରିଛନ୍ତି।
ଶେଖ ହସିନା କହିଛନ୍ତି ଯେ, ଯଦି ତାଙ୍କର ମୃତ୍ୟୁ ଆସେ, ତେବେ ସେ ନିଜ ଜନ୍ମଭୂମିରେ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଚାହାଁନ୍ତିଯେଉଁ ସ୍ଥାନଟି ତାଙ୍କ ମାତାପିତାଙ୍କ ସ୍ମୃତି ସହିତ ଗଭୀର ଭାବରେ ଜଡ଼ିତ। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ପ୍ରତ୍ୟାବର୍ତ୍ତନ ଏବଂ ନିର୍ବାଚନ ପ୍ରକ୍ରିୟାରେ ‘ଆୱାମୀ ଲିଗ’ର ଅଂଶଗ୍ରହଣ କ୍ଷମତା ଲାଭ କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ଦେଶରେ ବିକାଶ, ଧର୍ମନିରପେକ୍ଷତା ଏବଂ ସ୍ଥିରତା ପୁନଃସ୍ଥାପନ କରିବା ଲକ୍ଷ୍ୟରେ କରାଯାଇଛି।
୨୦୨୫ ମସିହା ନଭେମ୍ବର ମାସରେ, ବାଂଲାଦେଶର ‘ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ’ (International Crimes Tribunal) ୨୦୨୪ ମସିହାରେ ଛାତ୍ର ଆନ୍ଦୋଳନ ସମୟରେ ଘଟିଥିବା ହିଂସାକାଣ୍ଡ ଏବଂ ମାନବିକତା ବିରୋଧୀ ଅପରାଧ ମାମଲାରେ ଶେଖ ହସିନାଙ୍କୁ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲା। ଶେଖ ହସିନା ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ବର୍ଣ୍ଣନା କରିଛନ୍ତି।
ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଥିବା ବାଂଲାଦେଶର ପୂର୍ବବର୍ତ୍ତୀ ଅନ୍ତରୀଣ ସରକାର ଏବଂ ତାରେକ ରହମାନଙ୍କ ଅଧୀନରେ ଥିବା ନୂତନ ସରକାରଉଭୟେ ଭାରତ ନିକଟରେ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଭାରତ ସରକାର କହିଛନ୍ତି ଯେ ଏହି ପ୍ରତ୍ୟର୍ପଣ ଅନୁରୋଧ ଉପରେ ନ୍ୟାୟିକ ଏବଂ ଦେଶୀୟ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ବିଚାର କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?