ଶେଫାଳିଙ୍କୁ ଘରୁ ମିଳିଲା ୩ ଔଷଧ: ଫୋରେନ୍ସିକ ଟିମ୍‌ ଆଶ୍ଚର୍ଯ୍ୟ, ଜାଣନ୍ତୁ କ’ଣ

‘କାଣ୍ଟା ଲଗା ଗର୍ଲ’ ଭାବରେ ପ୍ରସିଦ୍ଧ ଶେଫାଳି ଜରିୱାଲା ଆଉ ଏହି ଦୁନିଆରେ ନାହାନ୍ତି। ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ପୋଲିସ ଅନ୍ୟ ଦୃଷ୍ଟିକୋଣରୁ ମଧ୍ୟ ତଦନ୍ତ କରୁଛି।

ଶେଫାଲି ଜରିୱାଲା ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଏପରି ପରିସ୍ଥିତିରେ ତାଙ୍କୁ କିପରି ହୃଦଘାତ ହୋଇପାରେ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ବର୍ତ୍ତମାନ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ଏହା ମଧ୍ୟ କୁହାଯାଉଛି ଯେ ଶେଫାଳି ଯେଉଁ ଔଷଧ ଖାଉଥିଲେ ତାହା ମଧ୍ୟ ହୃଦଘାତର କାରଣ ହୋଇପାରେ।

ତଦନ୍ତ ସମୟରେ ଫୋରେନ୍ସିକ ସାଇନ୍ସ ଲ୍ୟାବ (FSL) ଟିମ୍‌ ଶେଫାଳିଙ୍କ ଘରୁ ୩ଟି ଔଷଧ ପାଇଲେ, ଯାହାକୁ ଶେଫାଳି ଖାଉଥିଲେ। FSL ଦଳ ତାଙ୍କ ଘରୁ ଆଣ୍ଟି-ଏଜିଂ ଭାୟଲ, ଭିଟାମିନ ଇଞ୍ଜେକ୍ସନ ଏବଂ ଗ୍ୟାଷ୍ଟ୍ରିକ ଔଷଧ ପାଇଲେ।

ଆଣ୍ଟିଏଜିଂ ଭାଏଲ୍ସ- ତଦନ୍ତରୁ ଜଣାପଡିଛି ଯେ, ଶେଫାଲି ଗତ ୭-୮ ବର୍ଷ ଧରି ଯୁବତୀ ଦେଖାଯିବା ପାଇଁ ବାର୍ଦ୍ଧକ୍ୟ ବିରୋଧୀ ଚିକିତ୍ସା କରୁଥିଲେ। ତାଙ୍କ ଘରୁ ପୋଲିସ ଯେଉଁ ବାର୍ଦ୍ଧକ୍ୟ ବିରୋଧୀ ଭାଏଲ୍ସ ପାଇଛି ତାହା ସ୍କିନ୍‌ ଗ୍ଲୋ ପାଇଁ ନିଆଯାଇଥିବା ଔଷଧ। ସରଳ ଶବ୍ଦରେ କହିବାକୁ ଗଲେ, ଏହି ଔଷଧର କାମ ସ୍କିନ୍‌କୁ ଚିକ୍କଣ କରିବା।

ଭିଟାମିନ ଇଞ୍ଜେକ୍ସନ- ଶେଫାଳି ଭିଟାମିନ ଇଞ୍ଜେକ୍ସନ ମଧ୍ୟ ନେଉଥିଲେ। ଏହାର କାମ ଶରୀରରେ ଭିଟାମିନର ଅଭାବ ଦୂର କରିବା। ଯେତେବେଳେ ଖାଦ୍ୟ ଦ୍ୱାରା ଭିଟାମିନର ଅଭାବ ପୂରଣ ହୁଏ ନାହିଁ, ସେତେବେଳେ ଡାକ୍ତର ଏହି ଇଞ୍ଜେକ୍ସନ ଲେଖନ୍ତି।

ଗ୍ୟାଷ୍ଟ୍ରିକ ଔଷଧ- ସେ ଗ୍ୟାଷ୍ଟ୍ରିକ ଔଷଧ ମଧ୍ୟ ଖାଉଥିଲେ, ଯାହା ପାଚନ ତନ୍ତ୍ର ସହିତ ଜଡିତ ସମସ୍ୟା, ପେଟରେ ଗ୍ୟାସ ଯୋଗୁ ହେଉଥିବା ସମସ୍ୟାର ଚିକିତ୍ସା ପାଇଁ ନିଆଯାଏ। ଶେଫାଳିଙ୍କ ପୋଷ୍ଟମର୍ଟମ ୨୮ ଜୁନରେ କୁପର ହସ୍ପିଟାଲରେ କରାଯାଇଥିଲା। ବର୍ତ୍ତମାନ ରିପୋର୍ଟ ଅପେକ୍ଷା କରାଯାଇଛି।

ଏହା ମଧ୍ୟ ଜଣାପଡିଥିଲା ଯେ ୨୭ ଜୁନରେ ଶେଫାଳି ତାଙ୍କ ଘରେ ପୂଜା କରିଥିଲେ ଏବଂ ଉପବାସ ମଧ୍ୟ ରଖିଥିଲେ। ଉପବାସ ଯୋଗୁ ସେ କିଛି ଖାଇ ନ ଥିଲେ ଏବଂ ସେହି ସମୟ ମଧ୍ୟରେ ସେ ବାର୍ଦ୍ଧକ୍ୟ ବିରୋଧୀ ଇଞ୍ଜେକ୍ସନ ମଧ୍ୟ ନେଇଥିଲେ।

ପୂଜା ପରେ, ଶେଫାଲି ଫ୍ରିଜ୍‌ରେ ରଖାଯାଇଥିବା ଖାଦ୍ୟ ବାହାର କରି ଖାଇଦେଲେ। ଏହା ପରେ ତୁରନ୍ତ ତାଙ୍କର ରକ୍ତଚାପ ହ୍ରାସ ପାଇଲା ଏବଂ ସେ ଅଚେତ ହୋଇଗଲେ। ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ, ଫ୍ରିଜ୍‌ରେ ରଖାଯାଇଥିବା ଖାଦ୍ୟ ଖାଇବା ହୃଦଘାତର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri