Posted inରାଜ୍ୟ

ମା’ଙ୍କ ଦର୍ଶନ ପାଇ ଭାବବିହ୍ବଳ ହେଲେ ଶ୍ରଦ୍ଧାଳୁ

ସମ୍ବଲପୁର,୩।୧(ବ୍ୟୁରୋ): ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ନିର୍ଦ୍ଧାରିତ ସମୟ ରବିବାର ଭୋର ୬ଟାରୁ ଦର୍ଶନ ପାଇଁ ଖୋଲାଯାଇଛି। ପ୍ରଥମ ଦିନରେ ପ୍ରାୟ ୧୦ହଜାର ସ୍ଥାନୀୟ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ମୁଖ୍ୟ ଗେଟ୍‌ ଖୋଲିବା ପୂର୍ବରୁ ଶ୍ରଦ୍ଧାଳୁମାନେ ଧାଡିରେ ଛିଡା ହୋଇଥିଲେ। ଗେଟ୍‌ ଖୋଲିବା ପରେ ଶ୍ରଦ୍ଧାଳୁ କୋଭିଡ କଟକଣା ଅନୁସାରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ସ୍ଥାନୀୟ ବାସିନ୍ଦା ଆଧାର କିମ୍ବା ପରିଚୟପତ୍ର ଦେଖାଇବା ପରେ ଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା। ପୋଲିସ ଓ ଟ୍ରଷ୍ଟ ପକ୍ଷରୁ ଗେଟ୍‌ ବାହାରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପରିଚୟପତ୍ର ଯାଞ୍ଚ କରିବା ସହ ସାନିଟାଇଜ ଉପରେ ସେମାନେ କାର୍ଯ୍ୟ କରୁଥିଲେ। ଶ୍ରଦ୍ଧାଳୁ ମାନେ ପ୍ରାୟ ୯ମାସ ପରେ ମା’ଙ୍କ ଦର୍ଶନ ପାଇଥିବାରୁ ବେଶ୍‌ ଭାବବିହ୍ବଳ ହେଉଥିବା ଦେଖିବାକୁ ମିଳିଥିଲା।
ପ୍ରଥମ ପର୍ଯ୍ୟାୟରେ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ସୁଯୋଗ ରହିଥିଲା। ଅନ୍ୟ ସମୟରେ ମନ୍ଦିରର ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ଆଗମନ ପୂର୍ବରୁ ମନ୍ଦିର ପରିସରକୁ ସାନିଟାଇଜ କରାଯାଇଥିଲା। ଶୁଖିଲା ଭୋଗ, ଫୁଲ, ଦୀପ, ଧୂପ ସବୁ ନେବା ଉପରେ ରୋକ୍‌ ଲଗାଯାଇଥିଲା। ଫଳରେ ମୁଖ୍ୟ ଗେଟ୍‌ ବାହାରେ ଶ୍ରଦ୍ଧାଳୁମାନେ ଦୀପ ପ୍ରଜ୍ୱଳନ କରୁଥିଲେ। ମନ୍ଦିର ଗମ୍ଭିରା ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଉଥିବାରୁ ଶ୍ରଦ୍ଧାଳୁମାନେ ବେଢାରେ ଅନ୍ୟ ପ୍ରତିମା ଦର୍ଶନ କରି ମା’ଙ୍କୁ ଗମ୍ଭିରା ଦ୍ୱାରରୁ ଦର୍ଶନ କରୁଥିଲେ। ପ୍ରତିମା ଓ ମନ୍ଦିର କାନ୍ଥ ଛୁଇଁବାକୁ ବାରଣ କରାଯାଇଥିଲା। ସେହିପରି ଜିଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକ ଖୋଲା ଯାଇଥିବା ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri