ଶୀତଦିନେ ଶାଲ୍‌ ଫ୍ୟାସନ୍‌

ଶୀତଦିନେ ଶାଲ୍‌ର ଚାହିଦା ଅଧିକ ଥାଏ। ଥଣ୍ଡା ପ୍ରୋକପରୁ ରକ୍ଷା ପାଇଁ ଶାଲ୍‌ ବ୍ୟବହାର କରୁଥିଲେ ମଧ୍ୟ ଯୁବପିଢିଙ୍କ ମଧ୍ୟରେ ଏହାକୁ ନିଜକୁ ଷ୍ଟାଇଲିସ୍‌ ଦେଖାଯିବାକୁ କ୍ରେଜ୍‌ ବଢିଚାଲିଛି। କୌଣସି ଟ୍ରିପ୍‌ ହେଉ କି ହ୍ୟାଙ୍ଗ୍‌ ଆଉଟ୍‌ ଏପରି କି ଶୀତଦିନେ ଫଟୋସୁଟ୍‌ କରିବା ପାଇଁ ମଧ୍ୟ ଷ୍ଟାଇଲିସ୍‌ ସାଲ୍‌ ଲୋଡା ହେଲାଣି।

-ହ୍ୟାଙ୍ଗଆଉଟ୍‌ରେ ଯାଉଥିଲେ ଫ୍ଲୋରାଲ୍‌ ଶାଲ୍‌ କ୍ୟାରି କରନ୍ତୁ। ଏହି ସାଲ୍‌କୁ ଜିନ୍ସ କିମ୍ବା କୁର୍ତ୍ତି ସହ ଟିମ୍‌ଅପ୍‌ କରି ପିନ୍ଧିପାରିବେ। ଏହି ସାଲ୍‌ ବ୍ରାଇଟ୍‌ କଲର୍‌ ଏବଂ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ରେ ମାର୍କେଟ୍‌ରେ ମିଳିଥାଏ। ଏହା ଦେଖିବାକୁ ଯେପରି କଲର୍‌ଫୁଲ୍‌ ଏହାକୁ ପିନ୍ଧି ପିକନିକ୍‌ ଯାଇପାରିବେ ଏବଂ ଷ୍ଟାଇଲିସ୍‌ ଫଟୋସୁଟ୍‌ ମଧ୍ୟ କରିପାରିବେ।
-ଏହି ପଶ୍‌ମିନା ଶାଲ୍‌ ଦେଖିବାକୁ ବହୁତ ସୁନ୍ଦର। ଏଥିରେ ହୋଇଥିବା ଫ୍ଲୋରାଲ୍‌ ଆର୍ଟ ଯୋଗୁଁ ସାଲ୍‌ଟି ଆକର୍ଷଣୀୟ ଦେଖାଯାଏ। ଏହି ଶାଲ୍‌ ର ଭେରାଇଟି ଡିଜାଇନ୍‌ ମାର୍କେଟ୍‌ରେ ଉପଲବ୍ଧ। ସାଲଓ୍ବାର୍‌ ସୁଟ୍‌ରେ ଏହି ପଶ୍‌ମିନା ସାଲ୍‌କୁ କ୍ୟାରି କରିପାରିବେ।
-କାଶ୍ମରୀ ଶାଲ୍‌ ର ବର୍ଡର ହିଁ ତାକୁ ଆର୍ଟାକ୍ଟିଭ୍‌ କରିଥାଏ। ଏହାକୁ ଯେକୌଣସି ଏଥିନିକ୍‌ ଡ୍ରେସ୍‌ ସହ ଟିମ୍‌ଅପ୍‌ କରିପାରିବେ। ଖାସ୍‌ କରି ଶାଢୀ ସହ କ୍ୟାରି କରନ୍ତୁ କ୍ଲାସି ଲୁକ୍‌ ପାଇବେ।
-ସମସ୍ତେ ଲାଟେଷ୍ଟ ଫ୍ୟାସନ୍‌ର ସବୁ କ୍ୟାରି କରିବାକୁ ପସନ୍ଦ କରନ୍ତି। ଷ୍ଟ୍ରୀପ୍‌ ଜିଜାଇନ୍‌ ସବୁବେଳେ ଆପଣଙ୍କ ଫ୍ୟାସନ୍‌ ଲିଷ୍ଟ୍‌ରେ ରହୁଥିବ। ତେବେ ଷ୍ଟ୍ରୀପ୍‌ର ସାଲ୍‌ ଥରେ ଟ୍ରାଏ କରନ୍ତୁ। ମାକେର୍ଟରେ ଏହାର ଦାମ୍‌ ୩୦୦ରୁ ୪୦୦ଭିତରେ ଆପଣଙ୍କୁ ମିଳିଯିବ। ଏହି ସାଲ୍‌କୁ ଜିନ୍ସ ସହ କ୍ୟାରି କରନ୍ତୁ ଷ୍ଟାଇଲିସ୍‌ ଦେଖାଯିବେ।
-ବେଲ୍ଟ ସବୁ ଆଉଟ୍‌ପିଟ୍‌ରେ ୟୁନିକ୍‌ ଲୁକ୍‌ ଦେଇଥାଏ। ତେବେ ସାଲ୍‌ରେ ବେଲ୍ଟ ବ୍ୟବହାର କରି ଡିଫରେଣ୍ଟ ଲୁକ୍‌ ପାଇପାରିବେ। ଯେକୌଣସି ଓ୍ବେଷ୍ଟର୍ନ କିମ୍ବା ଟ୍ରାଡିସନାଲ୍‌ ଡ୍ରେସ୍‌ରେ ସାଲ୍‌ କ୍ୟାରି କରୁଥିବାବେଳେ ବେଲ୍ଟ ମଧ୍ୟ ଟିମ୍‌ଅପ୍‌ କରନ୍ତୁ। ସାଲ୍‌କୁ ନିଜ ଉପରେ ଘୋଡେଇବା ସମୟରେ ଏହାକୁ ନିଜ କହୁଣୀ ଯାଏଁ ରଖନ୍ତୁ। ଏହା ଉପରେ ନିଜ ଫେଭରେଟ୍‌ ବେଲ୍ଟ ବାନ୍ଧି ନିଅନ୍ତୁ।
-ବର୍ତ୍ତମାନ ପୋଞ୍ଚ ଷ୍ଟାଇଲ୍‌ ଟ୍ରେଣ୍ଡରେ ଅଛି। ସାଲ୍‌ରେ ମଧ୍ୟ ପୋଞ୍ଚ ଷ୍ଟାଇଲ୍‌ କରି ଷ୍ଟାଇଲିସ୍‌ ଲୁକ୍‌ ପାଇପାରିବେ। ଏହି ଷ୍ଟାଇଲରେ ସାଲ୍‌କୁ ଘୋଡେଇ ଆଗ ପଟରୁ ସେପ୍ଟିପିନ୍‌ ଲଗାନ୍ତୁ। ସାର୍ଟ ଭଳି ସାଲ୍‌ର ଦୁଇ ପଟକୁ ଯୋଡିବା ପାଇଁ ବହୁତ ଗୁଡିଏ ପିନ୍‌ ବ୍ୟବହାର କରନ୍ତୁ। ଏହି ଷ୍ଟାଇଲ୍‌କୁ ଆପଣ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ କ୍ୟାରି କରନ୍ତୁ ଷ୍ଟାଇଲିସ୍‌ ଲାଗିବେ।
-ସାଲ୍‌କୁ ଆପଣ ସ୍ରଗ୍‌ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ସ୍ରଗ୍‌ ପିନ୍ଧିବା ଷ୍ଟାଇଲ୍‌ ଯାହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାସନ୍‌ ହୁଏ ନାହିଁ। ତେଣୁ ଏହାକୁ ଟ୍ରାଏ କରି ଆପଣ ଷ୍ଟାଇଲିସ୍‌ ଦେଖାଯିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri