ସରୁନି ଷଠିପୁର ୪ ଥାକିଆ ରାସ୍ତା

ଯାଜପୁର,୨ା୨(ହର୍ଷବର୍ଦ୍ଧନ ବେହେରା): ଜିଲା ଗଠନ ହେବା ପରେ ଲୋକଙ୍କ ଜୀବନଧାରଣ ମାନରେ ଯେତେ ଉନ୍ନତି ହେବା କଥା ତାହା ନୈରାଶ୍ୟଜନକ ହୋଇଛି। ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାରି ରାଜନୀତି ଯାଜପୁର ଜିଲାର ବିକାଶର ଧାରାକୁ ପଛକୁ ପକାଇ ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଏଠାରେ ପାଣିକୋଇଲି ରାସ୍ତା ଓ ଗୃହ(ଆର୍‌ ଏଣ୍ଡ ବି) ବା ପୂର୍ତ୍ତ ବିଭାଗର କେତୋଟି ରାସ୍ତା ଓ ବ୍ରିଜଗୁଡିକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଡିଭିଜନ ଅଧୀନରେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୪୪ଟି ବିଭିନ୍ନ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡି ରହିଛି। ସେଥିମଧ୍ୟରୁ ୭ ପ୍ରକଳ୍ପ ୪ ରୁ ୫ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ବିଡମ୍ବନା ଯେ, ଜିଲା ସଦର ମହକୁମାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ(ଏସଏଚ୍‌)-୫୬ର ଷଠିପୁର ଠାରୁ ମଙ୍ଗଳପୁର ରାସ୍ତା କାର୍ଯ୍ୟର ଅବଧି ସମୟ ଶେଷ ହେବାର ୮ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସରିବାର ନାଁ ଧରୁନାହିଁ। ଏହି ରାସ୍ତାରେ ବ୍ୟାପକ ପିସି କାରବାର ଓ ଠିକାଦାର-ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ଚାଲିଥିବା ଯୋଗୁ କାର୍ଯ୍ୟ ନିମ୍ନମାନର ହେବା ସହିତ ଦୀର୍ଘସ୍ଥାୟୀ ହେବା ନେଇ ସଂଶୟ ପ୍ରକାଶ ପାଇଛି।
ଯାଜପୁର ଜିଲାର ସୁଦୃଢ ଗମନାଗମନ ପାଇଁ ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ ଓ ଜଳସେଚନ ବିଭାଗ ଉପରେ ଦାୟିତ୍ୱ ନ୍ୟସ୍ତ ରହୁଛି। ସେଥିମଧ୍ୟରୁ ବୃହତ୍‌ ରାସ୍ତା ଓ ବ୍ରିଜ୍‌ ପ୍ରକଳ୍ପ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ସମ୍ପନ୍ନ କରାଯାଉଛି। କିନ୍ତୁ ପାଣିକୋଇଲି ପୂର୍ତ୍ତ ଡିଭିଜନ ରାଜ୍ୟ ସରକାରଙ୍କ ଏଭଳି ବିଶ୍ୱାସ ଉପରେ ଓଲଟା ଫଳାଫଳ ଦେଉଥିବା ଚର୍ଚ୍ଚା ହେଉଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଷଠିପୁର ଠାରୁ ଯାଜପୁର ପଟକୁ ବୁଢା ନଦୀ ନିକଟ ପର୍ଯ୍ୟନ୍ତ ୩.୪୦୦ କି.ମି. ଚାରିଲେନ ରାସ୍ତା ନିର୍ମାଣ ପାଇଁ ୨୪.୯୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ରାସ୍ତା କାର୍ଯ୍ୟକୁ ଆଶୀର୍ବାଦ ଇଞ୍ଜିନିୟର ଏଣ୍ଡ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିଃ ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଚୁକ୍ତି ଅନୁସାରେ ୩୦ା୧୧ା୨୦୨୧ରେ ଆରମ୍ଭ କରାଯାଇ ୨୯ା୫ା୨୦୨୩ରେ ରାସ୍ତା କାର୍ଯ୍ୟ ସରିବା କଥା। କିନ୍ତୁ ରାସ୍ତା କାର୍ଯ୍ୟକୁ ଦେଖିଲେ ପ୍ରାୟ ୫୦ ପ୍ରତିଶତ କାମ ବି ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଏହି ରାସ୍ତା ସିଧାସଳଖ ଯାଜପୁର ସଦର ମହକୁମାକୁ ସଂଯୋଗ କରୁଛି। ଜିଲାର ଅର୍ଦ୍ଧାଧିକ ଅଞ୍ଚଳବାସୀ ଏହି ରାସ୍ତା ଦେଇ ଜିଲାପାଳ, ଜିଲା ପରିଷଦ ନିର୍ବାହୀ ଅଧିକାରୀ, ଜଳସେଚନ, ଗ୍ରାମ୍ୟ ନିର୍ମାଣ, ମହିଳା ଓ ଶିଶୁ ବିଭାଗ, ଜିଲା ସଦର ଡାକ୍ତରଖାନା, ମା’ବିରଜା ମନ୍ଦିର, କୁସୁମା ପ୍ରଭୃତି ସ୍ଥାନକୁ ଯାଇଥାନ୍ତି। କିନ୍ତୁ ରାସ୍ତା ନିର୍ମାଣ ସମୟରେ ଭାରିଯାନଗୁଡ଼ିକ ଚଳାଚଳ ସହ ଅତ୍ୟଧିକ ଧୂଳି ଉଡ଼ି ପଥଚାରୀଙ୍କ ପାଇଁ ବିପଦ ହେଉଛି। ପାଣି ସିଞ୍ଚନ ବ୍ୟବସ୍ଥା ଥିଲେ ମଧ୍ୟ ଠିକାସଂସ୍ଥା ଦ୍ୱାରା ତାହା କାର୍ଯ୍ୟକାରୀ ହେଉନି। ରାସ୍ତାରେ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉନାହିଁ। ବ୍ୟୟ ଅଟକଳ ଅନୁସାରେ ପାଉଁଶ, ବାଲି, ମେଟାଲ ଇତ୍ୟାଦି ବ୍ୟବହାରରେ ନିମ୍ନମାନର ଓ ଅସମାନତା ରହୁଥିବାରୁ ବିଭିନ୍ନ ସ୍ଥାନରେ ଗେଟି ଉଠି ଯାଇଥିବା ଦେଖିବାକୁ ମିଳିଛି। ଯେନତେନ ପ୍ରକାରେ କାମ ସାରି ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଚଲୁ କରିବାକୁ ଯୋଜନା ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହିସବୁ ଅନିୟମିତତା ସମ୍ପର୍କରେ ବିଭାଗୀୟ ତଦନ୍ତକାରୀ ଯନ୍ତ୍ରୀ ଜାଣିଥିଲେ ସୁଦ୍ଧା ମୋଟା ଅଙ୍କର ପିସି ନେଇ ବସି ରହିଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ବ୍ରିଟିଶ ଅମଳର ଯୋକଡିଆ ବ୍ୟାରେଜରୁ ଆସିଥିବା ବହୁ ପୁରୁଣା କେନାଲକୁ ଏହି ରାସ୍ତା ନିର୍ମାଣ ପାଇଁ ପୋତି ଦିଆଯାଇଛି। ଏ ସମ୍ପର୍କରେ ଜଳସେଚନ ବିଭାଗର କାହାରି ପାଖରେ ଖବର ନାହିଁ। ସେହିପରି ୨୩.୪୮ କୋଟି ଟଙ୍କାର ଏନଏଚ-୧୬ ରୁ ଅର୍ଦ୍ଦାଲିଆ ରାସ୍ତା, ୨୨.୦୯ କୋଟି ଟଙ୍କାର ଏନଏଚ-୧୬ ଠାରୁ ମହେଶ୍ୱରପୁର, ୫୯.୧୮ କୋଟି ଟଙ୍କାର ଚୋର୍ଦ୍ଦା ଠାରୁ ଡୁବୁରୀ କଳିଙ୍ଗନଗର ଶିଳ୍ପାଞ୍ଚଳ ରାସ୍ତା, ୪୯.୫୧ କୋଟି ଟଙ୍କାର ରେଙ୍ଗାଲି ବାମପାର୍ଶ୍ୱ କେନାଲର କାମାକ୍ଷାନଗର ଠାରୁ ଡବୁରି, ୨୪.୯୪ କୋଟି ଟଙ୍କାର ବନ୍ଧମୁଣ୍ଡା ଖରସୁଆଁ ନଦୀ ଉପରେ ବ୍ରିଜ ନିର୍ମାଣ, ୫୦.୫୫ କୋଟି ଟଙ୍କାର ପଣ୍ଡୁଆ ନଦୀର କଳାମାଟି ବ୍ରିଜ, ୩୨.୦୯ କୋଟି ଟଙ୍କାର ଏନ.ସି କଲେଜରେ ଆର୍ଟ ବ୍ଲକ, ଅଡିଟୋରିୟମ ଓ ଓପନ ଏୟାର ଡିଏଟର ନିର୍ମାଣ କାର୍ଯ୍ୟ ୪ ବର୍ଷରୁ ଊର୍ଦ୍ଧ୍ୱ ହେଲା ଅଧାରେ ଲାଖିଛି।
ଜିଲା ସଦର ମହକୁମାକୁ ରାସ୍ତା ନିର୍ମାଣ ସମ୍ପର୍କରେ ଯାଜପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ଉକ୍ତ ରାସ୍ତା କାମ ଜୁନ ମାସ ସୁଦ୍ଧା ଶେଷ କରିବାକୁ ଯୋଜନା ରହିଛି। ତେବେ କାର୍ଯ୍ୟ ଠିକଠାକ ଚାଲିଛି, ଏଥିରେ କୌଣସି ଅନିୟମିତତା ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri