Posted inଜାତୀୟ

କ’ଣ କଂଗ୍ରେସ ଛାଡ଼ିଦେବେ ଶଶି ଥରୁର? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୬: କଂଗ୍ରେସ ନେତା ଶଶି ଥରୁର ଗତ କିଛି ଦିନ ଧରି ଖବରରେ ଅଛନ୍ତି। କାରଣ କେନ୍ଦ୍ର ସରକାରଙ୍କ ‘ଅପରେଶନ ସିନ୍ଦୂର’ର ଜୟଗାନ ସେ ବିଦେଶରେ କରୁଥିବା ଯୋଗୁ ନିଜ ଦଳର ନେତାମାନେ ତାଙ୍କ ବିରୁଦ୍ଧରେ କଡ଼ା ବୟାନ ଦେଉଛନ୍ତି। ଏପରି ବୟାନ ଯୋଗୁ ସୋସିଆଲ ମିଡିଆରେ ଥରୁର କଂଗ୍ରେସ ଦଳରେ ରହିବେ ନା ବିଜେପିରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା କରାଯାଉଛି। ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଶଶି ଥରୁର। ସେ ଏବେ ବି ଏମ୍‌ପି ଅଛନ୍ତି। ଏଣୁ ଏଭଳି ପ୍ରଶ୍ନ ଉଠାଇବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଥରୁର ବିଶ୍ୱର ବିଭିନ୍ନ ସ୍ଥାନକୁ ଭାରତ ଦ୍ୱାରା ପଠାଯାଇଥିବା ପ୍ରତିନିଧିମଣ୍ଡଳର ଏକ ଅଂଶ ଅଛନ୍ତି। ସେ ଅନେକ ଦେଶକୁ ଯାଇ ଆତଙ୍କବାଦ ଏବଂ ପାକିସ୍ତାନ ସମ୍ପର୍କରେ ଭାରତର ନୀତି ବିଷୟରେ କହୁଛନ୍ତି। ଏହି ସମୟରେ ଅନେକ କଂଗ୍ରେସ ନେତା ସେ ବିଜେପିର ମୁଖପାତ୍ର ହୋଇଯାଇଥିବା ଅନୁଭବ କରୁଛନ୍ତି। ଏଣୁ ସେମାନେ ଥରୁରଙ୍କୁ ଟାର୍ଗେଟ କରୁଛନ୍ତି।

ଏବେ ଥରୁର ଆମେରିକାର ୱାଶିଂଟନରେ ଅଛନ୍ତି। ଯେଉଁଠାରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ କଂଗ୍ରେସ ଦଳର ନେତାମାନେ ଆପଣଙ୍କ ଉପରେ କଡ଼ା ବୟାନ ଦେଉଛନ୍ତି। ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ଚାଲିଛି ଯେ ଆପଣ କଂଗ୍ରେସ ଛାଡି ଭାଜପାରେ ଯୋଗଦେବେ କିମ୍ବା ଭିନ୍ନ ରାଜନୈତିକ ପଥ ବାଛିବେ। ଥରୁର ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ କହିଥିଲେ ଯେ ମୁଁ ସଂସଦର ଜଣେ ନିର୍ବାଚିତ ସଦସ୍ୟ, ମୋର ଏବେ ବି ୪ ବର୍ଷ କାର୍ଯ୍ୟକାଳ ବାକି ଅଛି, ମୁଁ ଭାବୁନାହିଁ ଯେ କେହି ଏପରି ପ୍ରଶ୍ନ ଉଠାଇବା ଉଚିତ ।

କହିରଖୁଛୁ, ଥରୁର ଭାରତର ପ୍ରତିନିଧିମଣ୍ଡଳର ଅଂଶ ହେବା ପରଠାରୁ କିଛି କଂଗ୍ରେସ ନେତା ତାଙ୍କୁ ନିରନ୍ତର ଟାର୍ଗେଟ କରି ଆସୁଛନ୍ତି। ସେମାନେ କହୁଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଥରୁରଙ୍କୁ ତାଙ୍କ ଦଳର ମୁଖପାତ୍ର କିମ୍ବା ବୈଦେଶିକ ମନ୍ତ୍ରୀ କରିବା ଉଚିତ। କାରଣ ଥରୁର କେବଳ ଭାଜପା ପାଇଁ କାମ କରୁଛନ୍ତି।

ଗୋଟିଏ ପଟେ କଂଗ୍ରେସ ଥରୁରଙ୍କୁ ଟାର୍ଗେଟ କରୁଥିବା ବେଳେ, ଭାଜପା ତାଙ୍କୁ ପ୍ରଶଂସା କରିବାର କୌଣସି ସୁଯୋଗ ଛାଡ଼ୁନାହିଁ। ଭାଜପା କହିଛି ଯେ ବିରୋଧୀ ଦଳରୁ ହୋଇଥିଲେ ମଧ୍ୟ ଥରୁର ତାଙ୍କ ଦାୟିତ୍ୱ ବିଷୟରେ ବହୁତ ସଚେତନ ଏବଂ ସେ ତାଙ୍କର କାମ ବହୁତ ସଚ୍ଚୋଟତାର ସହିତ କରୁଛନ୍ତି। ଭାଜପା ଆହୁରି କହିଛି ଯେ ଅନ୍ୟପକ୍ଷରେ, ତାଙ୍କ ନିଜ ଦଳର ଲୋକମାନେ ତାଙ୍କ ବିରୁଦ୍ଧରେ ବିଷ ଓଗାଳି ଦେଉଛନ୍ତି। ଏହା ଦର୍ଶାଉଛି ଯେ କଂଗ୍ରେସ ନିଜ ନେତାମାନଙ୍କ ଉପରେ ବିଶ୍ୱାସ କରେ ନାହିଁ।i tha


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri