ବିଶ୍ୱ ମଞ୍ଚରେ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଶଶି ଥରୁର: କଂଗ୍ରେସ ନେତା କହିଲେ ଭାଜପାର ‘ଚାମ୍‌ଚା’

ନୂଆଦିଲ୍ଲୀ/ପାନାମା,୨୮।୫: ପାକିସ୍ତାନ ଏବଂ ଆତଙ୍କବାଦ ମଧ୍ୟରେ ସମ୍ପର୍କର ପର୍ଦ୍ଦାଫାସ କରିବା ପାଇଁ ଭାରତୀୟ ନେତାମାନଙ୍କର ଏକ ପ୍ରତିନିଧିମଣ୍ଡଳୀ ବିଶ୍ୱର ବିଭିନ୍ନ ଦେଶ ଗସ୍ତରେ ଅଛନ୍ତି। ଏହି କ୍ରମରେ, କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପାନାମାରେ ପହଞ୍ଚିଛି। ପାନାମା ଭାରତକୁ ସମର୍ଥନ ଘୋଷଣା କରିଛି। ପାନାମାର ବିଧାନସଭା ଅଧ୍ୟକ୍ଷ ଡାନା କାଷ୍ଟାନେଡା କହିଛନ୍ତି, ଶାନ୍ତି ପାଇଁ ଏହି ଅଭିଯାନରେ ପାନାମା ଭାରତ ସହିତ ଠିଆ ହେବାକୁ ଚାହେଁ, ଏବଂ ଆମେ ଆଶା କରୁଛୁ ଯେ ଆମେ ଆତଙ୍କବାଦକୁ ପରାସ୍ତ କରିପାରିବୁ।

ଏହି ଅବସରରେ ଥରୁର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଯାହା ଘଟିଛି, ସେଥିରୁ ଆତଙ୍କବାଦୀମାନେ ଜାଣିଛନ୍ତି ଯେ ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଏଥିରେ କୌଣସି ସନ୍ଦେହ ରହିବା ଉଚିତ୍‌ ନୁହେଁ। ଭାରତ ପ୍ରଥମ ଥର ପାଇଁ ୨୦୧୫ ସେପ୍ଟେମ୍ବରରେ ଉରିରେ ସର୍ଜିକାଲ ଷ୍ଟ୍ରାଇକ କରି ପାକିସ୍ତାନକୁ ପାଣି ପିଆଇଥିଲା। ଏବେ ଅପରେଶନ ସିନ୍ଦୂର ଜରିଆରେ ମଧ୍ୟ ପାକିସ୍ତାନକୁ ଜବାବ ଦିଆଯାଇଛି।

କଂଗ୍ରେସ ନେତା ଉଦିତ ରାଜ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଭାଜପାର ଚାମ୍‌ଚା ବୋଲି କହିଛନ୍ତି। ସେ କହିଛନ୍ତି, ଥରୁର ହେଉଛନ୍ତି ଭାଜପାର ସୁପର ମୁଖପାତ୍ର। ଭାଜପା ନେତାମାନେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସରକାରଙ୍କ ସପକ୍ଷରେ ଯାହା କହୁନାହାନ୍ତି, ତାହା ଶଶି ଥରୁର କହୁଛନ୍ତି।

କଂଗ୍ରେସ ନେତା ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ଯେତେବେଳେ ସର୍ଜିକାଲ ଷ୍ଟ୍ରାଇକ ହେଉଥିଲା, ଲୋକମାନେ ଏହା ବିଷୟରେ ଜାଣି ନ ଥିଲେ। ପୂର୍ବରୁ ଥିବା ସରକାର ମୋଦି ଜିଙ୍କ ପରି ନୁହଁନ୍ତି ଯିଏ କିଛି କରିବେ ତାହାକୁ ନେଇ ପ୍ରଚାର କରିବେ, ଗର୍ବ କରିବେ। ସେନାର କାର୍ଯ୍ୟାନୁଷ୍ଠାନର ଫାଇଦା ଉଠାଇବେ। କଂଗ୍ରେସ ଦଳ ଏହା କରିନାହିଁ ଏବଂ ସେନାର କାର୍ଯ୍ୟାନୁଷ୍ଠାନକୁ ସାର୍ବଜନୀନ ଭାବରେ ଘୋଷଣା କରିନାହିଁ, କିନ୍ତୁ ମୋଦି ନିଜେ ସେନାର ସମସ୍ତ ଶ୍ରେୟ ନେଉଛନ୍ତି। ଏଥିରେ ସେନା ପ୍ରତି କୌଣସି ସମ୍ମାନ ନାହିଁ। ଏହା ଶଶି ଥରୁରଙ୍କ ପବ୍ଲିସିଟି ଷ୍ଟଣ୍ଟ। ସେ ଏବେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri