ଆମେରିକା ସହ ବନ୍ଧୁତା ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ହାତରୁ କ୍ଷମତା ହରାଇବା ପଛରେ ବୈଦେଶିକ ହସ୍ତକ୍ଷେପ ବିଷୟରେ କହୁଥିବାବେଳେ ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫ୍‌ କହିଛନ୍ତି, ତାଙ୍କ ସହ ଆମେରିକାର ଶତ୍ରୁତା ରହିବା ଉଚିତ ନୁହେଁ। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି, ଆମେରିକା ସହିତ ଶତ୍ରୁତା ହୋଇପାରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ନୂତନ ସମ୍ପର୍କ ଗଢ଼ିବାର ଆବଶ୍ୟକତା ରହିଛି।

 

ରାଷ୍ଟ୍ରୀୟ ସୁରକ୍ଷା ଆୟୋଗର ବିବୃତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିବାଦର ଯାଞ୍ଚ ପାଇଁ ସେ ଏକ ନ୍ୟାୟିକ ଆୟୋଗ ଗଠନ କରିବେ। ଇମ୍ରାନଙ୍କୁ କ୍ଷମତାରୁ ହଟାଇବା ପଛରେ ସୁରକ୍ଷା ଷଡ଼ଯନ୍ତ୍ରକୁ ସୁରକ୍ଷା ଆୟୋଗ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ କ୍ଷମତାରୁ ହଟାଇବା ପଛରେ ବିଦେଶୀ ଷଡ଼ଯନ୍ତ୍ରକୁ ନେଇ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ) ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିଲା।

ଅନ୍ୟପକ୍ଷରେ ଏହି ଷଡ଼ଯନ୍ତ୍ର ବିଷୟରେ ଇମ୍ରାନ କହିଛନ୍ତି, ୩/୪ ମାସ ପୂର୍ବେ ଆମେରିକାର ଅଧିକାରୀମାନେ ବିରୋଧୀ ଦଳର ନେତାମାନଙ୍କୁ ଭେଟିବା ଆରମ୍ଭ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ବୈଠକ ପରେ ଯେତେବେଳେ ଆମେରିକାର ଅଧିକାରୀ ଡୋନାଲ୍ଡ ଲୁ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ ସେତେବେଳେ ସେ ଜାଣିଥିଲେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ପଦକ୍ଷେପ ନିଆଯିବ। ଯାହା ଶେଷରେ ସତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri