ଇତିହାସ ରଚିବା ପରେ ଖସିଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୦।୬: ସପ୍ତାହର ପ୍ରଥମ ଦିନ ଶେୟାର ମାର୍କେଟ ଏହାର ପୁରୁଣା ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଥିଲା। ହେଲେ ସୋମବାର କାରବାର ଶେଷ ବେଳକୁ ବଜାରରେ ହ୍ରାସ ହୋଇଥିଲା । ଆଇଟି ଏବଂ ବ୍ୟାଙ୍କିଙ୍ଗ୍‌ ସେକ୍ଟର ଆଜି ଭଲ କାରବାର କରିଛି । ଏହି ଷ୍ଟକ୍ସରୁ ନିବେଶକ ଭଲ ଲାଭ କରିଛନ୍ତି । ସେନ୍‌ସେକ୍ସ ୫୯୦ ପଏଣ୍ଟ ଖସି ଯାଇଥିବା ବେଳେ ନିଫ୍ଟି ୧୫୦ ପଏଣ୍ଟ ଖସିଯାଇଥିଲା । କାରବାର ଶେଷ ବେଳକୁ ସେନ୍‌ସେକ୍ସ ୨୦୩ ପଏଣ୍ଟ ହ୍ରାସ ପାଇ ୭୬,୪୯୦ ଅଙ୍କରେ ଏବଂ ନିଫ୍ଟିରେ ୩୧ ପଏଣ୍ଟ ହ୍ରାସ ପାଇ ୨୩,୨୫୯ ଅଙ୍କରେ ବନ୍ଦ ହୋଇଥିଲା ।

ସୂଚନା ଥାଉକି, ଦେଶରେ ପୁଣିଥରେ ମୋଦି ସରକାର ଆସିବା ପରେ ଶେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ରବିବାର ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଶପଥ ନେଇଥିବା ବେଳେ ଏହାର ପ୍ରଭାବ ଶେୟାର ମାର୍କେଟ ଉପରେ ପଡ଼ିଛି । ସୋମବାର ମାର୍କେଟ ଜୋରଦାର୍‌ ବୃଦ୍ଧି ସହିତ ଖୋଲିଥିଲା । ଏଥିସହିତ ସମସ୍ତ ରେକର୍ଡ ଭାଙ୍ଗି ୭୭,୦୦୦ ପଏଣ୍ଟରେ ପହଞ୍ଚିଯାଇଥିଲା । ସପ୍ତାହର ଆରମ୍ଭ ଦିନରୁ ବିଏସଇର ସେନ୍ସେକ୍ସ ୩୨୩.୬୪ ଅଙ୍କ ବୃଦ୍ଧି ପାଇ ପ୍ରଥମଥର ପାଇଁ ୭୭,୦୦୦ ଅଙ୍କ ପାର କରିଥିଲା। ଆଜି ୭୭,୦୧୭ ପଏଣ୍ଟରେ ମାର୍କେଟ ଖୋଲିଥିଲା। ଅନ୍ୟପଟେ ନିଫ୍ଟିରେ ମଧ୍ୟ ବୃଦ୍ଧି ହୋଇ ୧୦୫ ଅଙ୍କ ବୃଦ୍ଧି ପାଇ ୨୩,୪୦୦ରେ ଖୋଲିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ପୁଣି ରେକର୍ଡ, ସର୍ବୋଚ୍ଚ ଛୁଇଁଲା ନିଫ୍ଟି

ନୂଆଦିଲ୍ଲୀ, ୧୨।୬: ଶେୟାର ବଜାର ଖୋଲିବାର ଏକ ଘଣ୍ଟା ପୂର୍ବରୁ ନୂଆ ଇତିହାସ ରଚିଛି ନିଫ୍ଟି। ୨୩,୪୨୦.୩୫ ପଏଣ୍ଟରେ ପହଞ୍ଚି ରେକର୍ଡ କରିଛି । ପୂର୍ବରୁ...

ବୈଶକ ଶକ୍ତି ସଂରକ୍ଷଣର ସମ୍ପ୍ରସାରଣ କରିବ ଇକ୍ୟୁ ଏନର୍ଜି

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ବ୍ୟାଟେରି ଷ୍ଟୋରେଜ କମ୍ପାନୀ ଇକ୍ୟୁ ଏନର୍ଜି ବିଶ୍ୱସ୍ତରରେ ଏହାର ଶକ୍ତି ସଂରକ୍ଷଣ କ୍ଷମତାକୁ ୨୦୨୮ ସୁଦ୍ଧା ୧.୩ ଜିଡବ୍ଲ୍ୟଏଚ୍‌ରୁ ୯ ଜିଡବ୍ଲ୍ୟଏଚ୍‌କୁ ବୃଦ୍ଧି...

ଭାରତରେ ଜିଡିପି ଅଭିବୃଦ୍ଧି ହାର ୬.୬% ହେବ

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ୨୦୨୪ରେ ଭାରତୀୟ ଅର୍ଥନୀତି ୬.୬ ପ୍ରତିଶତ ହାରରେ ବୃଦ୍ଧି ପାଇବ। ୨୦୨୪ ପାଇଁ ଭାରତର ଜିଡିପି ଆକଳନ ବୃଦ୍ଧି ପାଉଥିବାବେଳେ ବିଶ୍ୱ ବ୍ୟାଙ୍କ...

କାରବାର ଆରମ୍ଭରୁ ଲାଲ୍‌ ହୋଇଗଲା ଶେୟାର ମାର୍କେଟ୍‌

ମୁମ଼୍ବାଇ, ୧୧।୬: ଭାରତୀୟ ଶେୟାର ବଜାର ମଙ୍ଗଳବାର କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଥିବା ବେଳେ ନିଫ୍ଟି ସଙ୍ଗେସଙ୍ଗେ ଲାଲ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ...

ଭୋକ ମାରିଦେଉଛି ଚଢ଼ାଦର

ଭୁବନେଶ୍ୱର,୧୧।୬(ଅନୁରାଧା ମହାରଣା): ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି। ତେବେ ଚାଉଳ, ଡାଲି, ପରିବା ଓ ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର...

ଜେଏସ୍‌ପିକୁ କଳିଙ୍ଗ ଏକ୍ସଲେନ୍ସ ଆଓ୍ବାର୍ଡ

ଭୁବନେଶ୍ୱର,୧୧।୬ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସପି)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ସ୍ବୀକୃତି ଦିଆଯାଇଛି। ଏପରିକି କମ୍ପାନୀର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ...

ବିସ୍କ ଫାର୍ମର ନୂତନ ଅଭିଯାନ

ଭୁବନେଶ୍ୱର,୧୧।୬: ସାଜ ଫୁଡ୍‌ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡର ପ୍ରମୁଖ ବିସ୍କୁଟ ଓ ବେକରି ବ୍ରାଣ୍ଡ୍‌ ‘ବିସ୍କ ଫାର୍ମ’ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ଇମ୍ଫାକୁ କଳିଙ୍ଗ ଏକ୍ସଲେନ୍ସ ଆୱାର୍ଡ

କାଳିଆପାଣି,୧୧ା୬(ଅସିତ ମହାନ୍ତ ): ଯାଜପୁର ଜିଲାର ସୁକିନ୍ଦା କ୍ରୋମାଇଟ ଖଣି ଅଞ୍ଚଳରେ କାର୍ଯ୍ୟରତ ଇମ୍ଫା କମ୍ପାନୀକୁ କଳିଙ୍ଗ ଏନଭାରର୍ମେଣ୍ଟ ଏକ୍ସଲେନ୍ସ ଆର୍ୱାଡ ମିଳିଛି। ଭୁବନେଶ୍ୱରସ୍ଥିତ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri