ପ୍ରଭାତୀ ପରିଡ଼ାଙ୍କୁ ଶାରଦାଙ୍କ କାଉଣ୍ଟର, କହିଲେ କାର୍ଯ୍ୟ କରିପାର…

ଭୁବନେଶ୍ୱର,୧।୩: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କାଉଣ୍ଟର କରିଛନ୍ତି ବିିଜେଡି ବିଧାୟକ ଶାରଦା ଜେନା। ପ୍ରଭାତୀଙ୍କ ଅଭିଯୋଗର ଉତ୍ତର ରଖି ବିଧାୟକ ଜେନା କହିଛନ୍ତି ବିଜେଡି ସମୟରେ ପର୍ଯ୍ୟଟନରେ ବିକାଶ ହୋଇଛି। କାର୍ଯ୍ୟ କରିପାରୁ ନାହାନ୍ତି ପୂର୍ବ ସରକାରକୁ ଦୋଷ ଦେଉଛନ୍ତି।

ସୂଚନାଯୋଗ୍ୟ, ଉପ ମୁଖ୍ୟମନ୍ତ୍ରୀ କହିଲେ ବ୍ୟକ୍ତିକେନ୍ଦ୍ରିକ ଭାବେ ପର୍ଯ୍ୟଟନ ଟଙ୍କା ଖର୍ଚ୍ଚ କରାଯାଉଥିଲା । ଜଣଙ୍କ ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନର ସମସ୍ତ ଟଙ୍କା ବଣ୍ଟା ଯାଉଥିଲା। ଭାଜପା ନିର୍ଦ୍ଦିଷ୍ଟ ବ୍ୟକ୍ତିର ପ୍ରଚାର ପ୍ରସାର କରିବ ନାହିଁ। ଶାଗମାଛ ଦରରେ ପର୍ଯ୍ୟଟନ ସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଦେଇଛନ୍ତି। ଏବେ ବି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ଆହୁରି ନିବେଶକଙ୍କୁ ଦିଆଯିବ। ପର୍ଯ୍ୟଟନ ପାଇଁ ୮ ହଜାର ୧୫୩ କୋଟି ନିବେଶ କ୍ଲିୟରାନ୍ସ ସ୍ପିଡ୍‌ରେ ହେଉଛି।
ସେ ଆହୁରି କହିଥିଲେ, ଶେଷ ୧୫ ଓଭର ଦେଖିବାକୁ ଅପେକ୍ଷା କର । ୫୦ ଓଭର ମ୍ୟାଚ ଖେଳ ହେଉଛି, ବିରୋଧୀ ପ୍ରଥମ ୧୫ ଓଭରରେ ସବୁ ରନ ଆଶା କରୁଛନ୍ତି ।