ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ ଦୁଇ ଦିନ ବୃଦ୍ଧି କଲେ। ହେଲେ ଦୁଇ ଲକ୍ଷ କୁଇଣ୍ଟାଲରୁ ଅଧିକ ଧାନ ଦୁଇ ଦିନରେ କେମିତି ଉଠିବ ବୋଲି ଶାରଦା ଜେନା କହିଛନ୍ତି।

ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା ଦେଇଥିଲେ। କାଲି ସୁଦ୍ଧା ଧାନ କିଣା ନେଇ ଡେଡ୍‌ଲାଇନ୍‌ ଧାର୍ଯ୍ୟ ହୋଇଥିବା ବେଳେ ଦରକାର ପଡ଼ିଲେ ଆଉ୨ ଦିନ ପର୍ଯ୍ୟନ୍ତ ଅବଧି ବଢ଼ିପାରେ ଯୋଗାଣ ମନ୍ତ୍ରୀ କୃଷ୍ଣ  ଚନ୍ଦ୍ର ପାତ୍ର କହିଥିଲେ ।

Dharitri – Odisha’s No.1 Odia Daily

Share