Posted inଜାତୀୟ

ଶରଦ-ଉଦ୍ଧବଙ୍କୁ ଲାଗିଲା ବଡ଼ ଝଟ୍‌କା, ଏମଭିଏରୁ ଅଲଗା ହେଲେ…

ମୁମ୍ବାଇ,୭।୧୨: ମହାରାଷ୍ଟ୍ରର ମହାବିକାଶ ଅଘାଡିରେ ଏକ ବଡ ଓଲଟପାଲଟ ଦେଖାଦେଇଛି। ନିର୍ବାଚନରେ ପରାଜୟର କ୍ଷତ ଏପର୍ଯ୍ୟନ୍ତ ପୂରଣ ହୋଇପାରି ନଥିଲା ବେଳେ ପୁଣି ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା ଲାଗିଥିଲା। ହଁ, ଅଖିଳେଶ ଯାଦବଙ୍କ ସମାଜବାଦି ପାର୍ଟି ଏମଭିଏ ଅର୍ଥାତ୍‌ ମହାବିକାଶ ଅଘାଡି ସହିତ ସମ୍ପର୍କ ଭାଙ୍ଗିଛି । ଉଦ୍ଧବଙ୍କ ନିକଟବର୍ତ୍ତୀ ବ୍ୟକ୍ତିଙ୍କ ବିବୃତ୍ତି ପରେ ଏସପି ଏମଭିଏରୁ ନିଜକୁ ଦୂରେଇ ରଖିଛନ୍ତି।

ସୂଚନାଯୋଗ୍ୟ, ବିରୋଧୀ ଦଳକୁ ଏକ ବଡ଼ ଝଟ୍‌କା ଦେଇ ସମାଜବାଦି ପାର୍ଟି ଶନିବାର ମହାରାଷ୍ଟ୍ର ମହାବିକାଶ ଅଘାଡି ସହ ସମ୍ପର୍କ ଭାଙ୍ଗିଛି। ମହାରାଷ୍ଟ୍ର ଏସପି ମୁଖ୍ୟ ଆବୁ ଅଜମୀ ଏହା ଘୋଷଣା କରିଛନ୍ତି। ବାସ୍ତବରେ, ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ଜଣେ ନେତା ବାବ୍ରି ମସଜିଦ ଭଙ୍ଗକୁ ପ୍ରଶଂସା କରିଥିଲେ। ସମାଜବାଦୀ ପାର୍ଟିରେ ରାଜ୍ୟରେ ଦୁଇଜଣ ବିଧାୟକ ଅଛନ୍ତି।
ସୂଚନା ଅନୁସାରେ, ମହାରାଷ୍ଟ୍ରର ଏସପି ମୁଖ୍ୟ ଆବୁ ଆଜମୀ ଏହି ବଡ଼ ନିଷ୍ପତ୍ତି ପଛରେ ଏକ ଖବରକାଗଜରେ ପ୍ରକାଶିତ ଶିବସେନା (ୟୁବିଟି) ବିଜ୍ଞାପନକୁ ଦର୍ଶାଇଛନ୍ତି। ଏହି ବିଜ୍ଞାପନରେ ଯେଉଁମାନେ ବାବ୍ରି ମସଜିଦକୁ ଭାଙ୍ଗି ଦେଇଥିଲେ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଜମି କହିଛନ୍ତି, ‘ତାଙ୍କର (ଉଦ୍ଧବ ଠାକରେ) ସହକର୍ମୀ ମଧ୍ୟ ମସଜିଦ ଭାଙ୍ଗିବାର ପ୍ରଶଂସା କରି ଏକ୍ସରେ ପୋଷ୍ଟ କରିଛନ୍ତି।’ ସେ ଘୋଷଣା କରିଛନ୍ତି, କି ଆମେ ମହାବିକାଶ ଅଘାାଡି ଛାଡୁଛୁ, ମୁଁ (ସମାଜବାଦୀ ପାର୍ଟି ସଭାପତି) ଅଖିଳେଶ ସିଂ ଯାଦବଙ୍କ ସହ କଥାବାର୍ତ୍ତା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଜୀବନ ମଝିରେ ଏତେ ବର୍ଷ ରହିଛନ୍ତି ବେରୋଜଗାର? କେମିତି ମିଳିବ ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧: ଯଦି ଆପଣ ଜଣେ ବେତନଭୋଗୀ ବ୍ୟକ୍ତି ଏବଂ EPFO ରେ ଅବଦାନ ଦେଉଛନ୍ତି, ତେବେ ଏହା ଆପଣଙ୍କର ଅବସର ପରବର୍ତ୍ତୀ ସୁରକ୍ଷା ସୁନିଶ୍ଚିତ କରେ।...

ବିରାଟ କୋହଲିଙ୍କୁ ଚେତାବନୀ ଦେଲା ବିସିସିଆଇ

ନୂଆଦିଲ୍ଲୀ,୧୮।୧: ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ୩-୦ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହିପରି ଭାରତୀୟ ଦଳ ପ୍ରାୟ ୧୨ ବର୍ଷ...

ମହାକୁମ୍ଭରେ ରୁଷିଆର ‘ମସ୍କୁଲାର ବାବା’

ପ୍ରୟାଗରାଜ,୧୮।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ସାରା ବିଶ୍ୱରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଗଙ୍ଗା, ଯମୁନା ଏବଂ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନ...

କୋଟାରେ ଓଡ଼ିଆ ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଟା,୧୮ା୧: ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆମତ୍ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲାର...

ପଞ୍ଜାବରେ କଙ୍ଗନାଙ୍କ ‘ଏମର୍ଜେନ୍ସି’ ବନ୍ଦ

ଚଣ୍ଡିଗଡ଼,୧୮।୧: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଏବଂ ଅନ୍ୟ ଶିଖ୍‌ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ଙ୍କ ‘ଏମର୍ଜେନ୍ସି’ ଫିଲ୍ମ...

ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ

ନୂଆଦିଲ୍ଲୀ,୧୮।୧: ରୁଷିଆ ସେନାରେ ନିୟୋଜିତ ଥାଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବାବେଳେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୧୬ ଭାରତୀୟ ନିଖୋଜ ଥିବା...

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୮।୧: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିପାରେ। ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ସୈଫ୍‌ ଆକ୍ରମଣ: ଭୁଲ୍‌ ବ୍ୟକ୍ତିଙ୍କୁ ଧରିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୧୮ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଘରକୁ ବୁଧବାର ରାତିରେ ଅନୁପ୍ରବେଶ କରି ତାଙ୍କୁ ୬ ଥର ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri