Posted inଜାତୀୟ

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ, ମୋତେ ଶଙ୍କରାଚାର୍ଯ୍ୟ ପଦବୀର ପ୍ରମାଣ ମଗାଯାଇଥିଲା ଏବଂ ୨୪ ଘଣ୍ଟା ମଧ୍ୟରେ ତାହା ପ୍ରଦାନ କରିବାକୁ କୁହାଯାଇଥିଲା। ମୁଁ ପୂର୍ବରୁ ଉତ୍ତର ଦେଇସାରିଛି। ଏବେ ଆପଣଙ୍କୁ ହିନ୍ଦୁ ପରିଚୟର ଦେବାକୁ ପଡ଼ିବ। ହିନ୍ଦୁ ଧର୍ମ କେବଳ ଭାଷଣ କି ଗେରୁଆ ବସ୍ତ୍ର ନୁହେଁ। ଆପଣ ଗୋ ସେବା ପାଇଁ କରିଛନ୍ତି କ’ଣ। ହିନ୍ଦୁ ହେବା ପାଇଁ ପ୍ରଥମ ଆବଶ୍ୟକତା ହେଉଛି ଗୋ ରକ୍ଷକ ହେବା। ଆମେ ଆପଣଙ୍କ ହିନ୍ଦୁ ପରିଚୟର ପ୍ରମାଣ ମାଗୁଛୁ। ଆମେ ଆପଣଙ୍କୁ ୪୦ ଦିନ ସମୟ ଦେଉଛୁ। ହିନ୍ଦୁ ପରିଚୟ ଏବଂ ଗୋ-ପୂଜକର ପ୍ରମାଣ ଦିଅ। ଯଦି ତୁମେ ଏହା କରିପାରିବ ନାହିଁ, ତେବେ ବୁଝିଯିବ ଯେ ତୁମେ ଜଣେ ନକଲି ହିନ୍ଦୁ।
ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ଗୋ ମାଂସ ବିକ୍ରୟ କରି ଆପଣ ଡଲାର ଦେଇ ରାମ ରାଜ୍ୟ ସ୍ଥାପନ କରିବେ। ଗୋ ମାଂସକୁ ମଇଁଷି ମାଂସ କହି ରକ୍ଷା କରିଛ। ଯଦି ୪୦ ଦିନ ମଧ୍ୟରେ ଗାଈକୁ ରାଜ୍ୟ ମାତା ଭାବରେ ଘୋଷଣା କରିବାରେ ବିଫଳ ହୁଅ, ତେବେ ଆପଣକୁ ନକଲି-ହିନ୍ଦୁ ଘୋଷଣା କରାଯିବ।
ଶଙ୍କରାଚାର୍ଯ୍ୟ କହିଛନ୍ତ, ଆମେ ଆଜିଠାରୁ ଗଣନା ଆରମ୍ଭ କରୁଛୁ ଏବଂ ଏହା ମାର୍ଚ୍ଚ ୧୦ ତାରିଖରେ ସମାପ୍ତ ହେବ। ଯଦି ଆପଣ ୪୦ ଦିନ ମଧ୍ୟରେ ଏହାକୁ ଘୋଷଣା ନ କରନ୍ତି, ତେବେ ମାର୍ଚ୍ଚ ୧୦ ତାରିଖରେ, ଦିଲ୍ଲୀ ଯିବା ପରିବର୍ତ୍ତେ ଆମେ ଲକ୍ଷ୍ନୌରେ ସନ୍ଥ, ମହନ୍ତ ଏବଂ ଆଚାର୍ଯ୍ୟଙ୍କ ସହିତ ଏକତ୍ରିତ ହେବୁ ଏବଂ ତା’ପରେ ନିଷ୍ପତ୍ତି ନେବୁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri