Posted inଖେଳ

କରୋନା ଟିକା ଯୋଗୁ ହୋଇଥିଲା ସେନ ଓ୍ବାର୍ନଙ୍କ ମୁତ୍ୟୁ! ଡାକ୍ତରଙ୍କ ବଡ ଦାବି

କାନବେରା,୨୨।୬: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ସେନ ୱାର୍ନଙ୍କ ମୃତ୍ୟୁ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ୱାର୍ନଙ୍କ ମୃତ୍ୟୁ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ତାଙ୍କ ମୃତ୍ୟୁର କାରଣ କରୋନା ଟିକା ହୋଇପାରେ ବୋଲି ଡାକ୍ତରମାନେ ଦାବି କରିଛନ୍ତି। ବାସ୍ତବରେ, ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ୱାର୍ନଙ୍କ ଦ୍ୱାରା ଦିଆଯାଇଥିବା କୋଭିଡ ଟିକା ହୃଦୟ ସମ୍ବନ୍ଧୀୟ ରୋଗକୁ ବଢାଇଥାଏ। ସୂଚନାଯୋଗ୍ୟ, ୱାର୍ନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଥାଇଲାଣ୍ଡରେ ସେନ ୱାର୍ନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁର ପ୍ରାୟ ୯ମାସ ପୂର୍ବରୁ ତାଙ୍କୁ କରୋନା ଟିକା ଦିଆଥିଲା। ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ୱାର୍ନ ନେଇଥିବା କରୋନା ଟିକା ହୃଦୟ ସମ୍ବନ୍ଧୀୟ ରୋଗକୁ ବଢାଇଥାଏ। ଜଣେ ଅଷ୍ଟ୍ରେଲୀୟ ଡାକ୍ତର ଏବଂ ମୂଳ ଭାରତୀୟ ବ୍ରିଟିଶ ହୃଦରୋଗ ବିଶେଷଜ୍ଞ କହିଛନ୍ତି ଯେ ସେନ ୱାର୍ନଙ୍କ ମୃତ୍ୟୁର କାରଣ କରୋନା ଟିକା ହୋଇପାରେ।

ୱାର୍ନଙ୍କୁ COVID mRNA ଟିକା ଦିଆଯାଇଥିଲା, ଯେଉଁ କାରଣରୁ ହୃଦଘାତ ହେବାର ସମ୍ଭାବନା ଥାଏ । ମୃତ୍ୟୁର ପ୍ରାୟ ୯ ମାସ ପୂର୍ବରୁ ୱାର୍ନ ଏହି ଟିକା ନେଇଥିଲେ। ହୃଦରୋଗ ବିଶେଷଜ୍ଞ ଡାକ୍ଟର ଅସୀମ ମାଲହୋତ୍ରା ଏବଂ ଡାକ୍ତର କ୍ରିସ ନୀଲ କହିଛନ୍ତି ଯେ COVID mRNA ଟିକା କରୋନାରୀ ରୋଗକୁ ଶୀଘ୍ର ବଢାଇଦେଇଥାଏ। ବିଶେଷକରି ସେହି ଲୋକମାନଙ୍କଠାରେ ଯେଉଁମାନେ ପୂର୍ବରୁ କୌଣସି ହୃଦଘାତରେ ପୀଡିତ ଥାଆନ୍ତି।

ଡାକ୍ତର ମାଲହୋତ୍ରା କହିଛନ୍ତି, ଅଷ୍ଟ୍ରେଲୀୟ ପୂର୍ବତନ ଖେଳାଳି ସେନ ୱାର୍ନ ୫୨ ବର୍ଷ ବୟସରେ ହଠାତ୍‌ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ, ଯେଉଁଥିପାଇଁ ତାଙ୍କର ମୁତ୍ୟୁ ହୋଇଥିଲା। ତଥାପି ସମସ୍ତେ ଜାଣନ୍ତି ଯେ ୱାର୍ନଙ୍କ ଜୀବନ ଶୈଳୀ ଅତ୍ୟନ୍ତ ସୁସ୍ଥ ନ ଥିଲା। ସେ ଧୂମପାନ କରୁଥିଲେଏବଂ ତାଙ୍କ ଶରୀରର ଓଜନ ଅଧିକ ଥିଲା। ମାଲହୋତ୍ରା କହିଛନ୍ତି, ଫାଇଜର ଟିକା ଦୁଇ ଡୋଜ ନେବା ପରେ ମୋ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ଏବଂ ଟିକା ପରେ ତାଙ୍କର ହୃଦ ରୋଗ ଦ୍ରୁତ ଗତିରେ ଆହୁରି ବଢି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri