Posted inଖେଳ

ବୁମ୍‌ରାଙ୍କ ଅନୁପସ୍ଥିତିରେ ଶାମି ହିଁ ଭରସା

ବେଙ୍ଗାଲୁରୁ, ୧୮ା୨ : ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତ ମହମ୍ମଦ ଶାମିଙ୍କ ରିଷ୍ଟ ମ୍ୟାଜିକ୍‌ ବୋଲିଂ ଉପରେ ଭରସା ରଖିଛି। ଶାମି ଯଦି ତାଙ୍କ ବୋଲିଂରେ ଚମତ୍କାରିତା ଦେଖାନ୍ତି ତେବେ ଭାରତ ୧୨ବର୍ଷ ପରେ ପୁଣି ଥରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିପାରିବ ବୋଲି ଆଶା କରାଯାଉଛି।

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଥିବା ଯଶପ୍ରୀତ ବୁମ୍‌ରା ଆଘାତପ୍ରାପ୍ତ ହୋଇଥିବାରୁ ସେ ଚାମ୍ପିୟନ୍ସ ଟ୍ରଫିରୁ ବାଦ୍‌ ପଡ଼ିଛନ୍ତି। ତେଣୁ ସମର୍ଥକମାନେ ଶାମିଙ୍କଠାରୁ କିଛିଟା ଚମତ୍କାରିତା ଆଶା କରୁଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଭାରତ ଫେବୃଆରୀ ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।

ତେବେ ଶାମି ନିଜକୁ କିଭଳି ଭାବେ ପ୍ରସ୍ତୁତ କରିଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ୩୪ ବର୍ଷୀୟ ପେସ୍‌ ବୋଲର ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗତବର୍ଷ ବିଭିନ୍ନସ୍ତରରେ ବିଭିନ୍ନ ଫର୍ମାଟ୍‌ରେ କେତୋଟି ମ୍ୟାଚ ଖେଳିଛନ୍ତି। ଏକ ଚାପପ୍ରବଣ ଟୁର୍ନାମେଣ୍ଟରେ ତାଙ୍କର ପ୍ରଦର୍ଶନ କିପରି ରହୁଛି ତାହା ଲକ୍ଷ୍ୟ କରିବାର କଥା।

ଚାମ୍ପିୟନ୍ସ ଟ୍ରଫିରେ ଶାମିଙ୍କ ପାର୍ଟନର ରହିବେ ଅର୍ଶଦୀପ ସିଂ। ଯଦିଓ ସେ ଜଣେ ବିଚକ୍ଷଣ ବୋଲର ଏପର୍ଯ୍ୟନ୍ତ ବୁମ୍‌ରାଙ୍କସ୍ତରର ହୋଇ ପାରି ନାହାନ୍ତି। ଭାରତର ପୂର୍ବତନ ପେସ୍‌ ବୋଲର ଲକ୍ଷ୍ମୀପତି ରାଜୁ କହିଛନ୍ତି, ବୁମ୍‌ରା ନିଶ୍ଚିତ ଭାବେ ସମସ୍ତ ଫର୍ମାଟରେ ଜଣେ ଚାମ୍ପିୟନ ବୋଲର। କିନ୍ତୁ ଶାମି ବେଶ୍‌ ଅଭିଜ୍ଞ। ବୁମ୍‌ରାଙ୍କ ଆଗମନ ପୂର୍ବରୁ ଶାମି ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ୱ ନେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri