Posted inଖେଳ

ବୁମ୍‌ରାଙ୍କ ଅନୁପସ୍ଥିତିରେ ଶାମି ହିଁ ଭରସା

ବେଙ୍ଗାଲୁରୁ, ୧୮ା୨ : ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଭାରତ ମହମ୍ମଦ ଶାମିଙ୍କ ରିଷ୍ଟ ମ୍ୟାଜିକ୍‌ ବୋଲିଂ ଉପରେ ଭରସା ରଖିଛି। ଶାମି ଯଦି ତାଙ୍କ ବୋଲିଂରେ ଚମତ୍କାରିତା ଦେଖାନ୍ତି ତେବେ ଭାରତ ୧୨ବର୍ଷ ପରେ ପୁଣି ଥରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିପାରିବ ବୋଲି ଆଶା କରାଯାଉଛି।

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଥିବା ଯଶପ୍ରୀତ ବୁମ୍‌ରା ଆଘାତପ୍ରାପ୍ତ ହୋଇଥିବାରୁ ସେ ଚାମ୍ପିୟନ୍ସ ଟ୍ରଫିରୁ ବାଦ୍‌ ପଡ଼ିଛନ୍ତି। ତେଣୁ ସମର୍ଥକମାନେ ଶାମିଙ୍କଠାରୁ କିଛିଟା ଚମତ୍କାରିତା ଆଶା କରୁଛନ୍ତି। ଚାମ୍ପିୟନ୍ସ ଟ୍ରଫିରେ ଭାରତ ଫେବୃଆରୀ ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ।

ତେବେ ଶାମି ନିଜକୁ କିଭଳି ଭାବେ ପ୍ରସ୍ତୁତ କରିଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ୩୪ ବର୍ଷୀୟ ପେସ୍‌ ବୋଲର ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗତବର୍ଷ ବିଭିନ୍ନସ୍ତରରେ ବିଭିନ୍ନ ଫର୍ମାଟ୍‌ରେ କେତୋଟି ମ୍ୟାଚ ଖେଳିଛନ୍ତି। ଏକ ଚାପପ୍ରବଣ ଟୁର୍ନାମେଣ୍ଟରେ ତାଙ୍କର ପ୍ରଦର୍ଶନ କିପରି ରହୁଛି ତାହା ଲକ୍ଷ୍ୟ କରିବାର କଥା।

ଚାମ୍ପିୟନ୍ସ ଟ୍ରଫିରେ ଶାମିଙ୍କ ପାର୍ଟନର ରହିବେ ଅର୍ଶଦୀପ ସିଂ। ଯଦିଓ ସେ ଜଣେ ବିଚକ୍ଷଣ ବୋଲର ଏପର୍ଯ୍ୟନ୍ତ ବୁମ୍‌ରାଙ୍କସ୍ତରର ହୋଇ ପାରି ନାହାନ୍ତି। ଭାରତର ପୂର୍ବତନ ପେସ୍‌ ବୋଲର ଲକ୍ଷ୍ମୀପତି ରାଜୁ କହିଛନ୍ତି, ବୁମ୍‌ରା ନିଶ୍ଚିତ ଭାବେ ସମସ୍ତ ଫର୍ମାଟରେ ଜଣେ ଚାମ୍ପିୟନ ବୋଲର। କିନ୍ତୁ ଶାମି ବେଶ୍‌ ଅଭିଜ୍ଞ। ବୁମ୍‌ରାଙ୍କ ଆଗମନ ପୂର୍ବରୁ ଶାମି ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ୱ ନେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri