ନୂଆଦିଲ୍ଲୀ,୨୨।୨: Shaktikanta Dasଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି।
Former RBI Governor Shaktikanta Das, appointed as Principal Secretary-2 to Prime Minister Narendra Modi. pic.twitter.com/uUWt7SfLjj
— ANI (@ANI) February 22, 2025
ପୂର୍ବତନ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଶକ୍ତିକାନ୍ତ ଦାସ ୬ ବର୍ଷ ପାଇଁ RBI ଗଭର୍ନର ଭାବରେ କାର୍ଯ୍ୟ କରିବା ପରେ ଗତ ବର୍ଷ ଡିସେମ୍ବରରେ ଅବସର ନେଇଥିଲେ। ଏବେ ଅବସର ନେବାର କିଛି ମାସ ପରେ, ସେ ଏକ ବଡ଼ ଦାୟିତ୍ୱ ପାଇଛନ୍ତି। ବର୍ତ୍ତମାନ ପ୍ରମୋଦ କୁମାର ମିଶ୍ର (ପିକେ ମିଶ୍ର) ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଅଛନ୍ତି। ତାଙ୍କ ସହିତ ଶକ୍ତିକାନ୍ତ ଦାସ ମଧ୍ୟ ମୁଖ୍ୟ ସଚିବ ଭୂମିକାରେ ନଜର ଆସିବେ। ଶକ୍ତିକାନ୍ତ ଦାସ ୧୯୮୦ ବ୍ୟାଚର ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ।


