ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ: ମୁହଁ ଖୋଲିଲେ ଅରୁଣ ସାହୁ

ଭୁବନେଶ୍ୱର,୨୩।୧୨: ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ-ଦ ଅଥରେଟିଭ୍‌ ବାୟୋଗ୍ରାଫି ରିଭାଇଜ୍‌ଡ୍‌ ଆଫ୍ଟର ୨୦୨୪ ଇଲେକ୍ସନ’କୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ବହିରେ ଥିବା ତଥ୍ୟ ନେଇ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦୀର୍ଘବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ରୁବେନ ବାନାର୍ଜୀ ଭେଟି ନାହାନ୍ତି। ଚା’ ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି।

ନିର୍ବାଚନ ବେଳେ ନବୀନଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା। ଆଣ୍ଟି ବିଜେଡି ଓ ନବୀନ ବିରୋଧୀଙ୍କ ସହ ଆଲୋଚନା ପରେ ବହି ଲେଖିଛନ୍ତି। ଆମେ ବହିକୁ ପ୍ରତ୍ୟାଖାନ କରୁଛୁ, ଓଡ଼ିଶାବାସୀ ମଧ୍ୟ କରିବେ।
‘ନବୀନ ପଟ୍ଟନାୟକ- ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍‌ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ସେ ଏହି ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଶାସକରୁ ରାଜନେତା ପାଲଟିଥିବା ତାମିଲ ଅମଲାତନ୍ତ୍ରୀ ଭି.କେ. ପାଣ୍ଡିଆନଙ୍କ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି। ବିଶେଷ କରି, ୨୦୨୪ ନିର୍ବାଚନ ସମୟରେ ନବୀନ ଘରେ ରହିବା ଓ ୧୪୭ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତାଙ୍କୁ ଅଣଦେଖା କରି ପାଣ୍ଡିଆନଙ୍କ ଏକାକୀ ପ୍ରଚାର ବିଜେଡି ହାରିବାର ପ୍ରମୁଖ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ରୁବେନ ଲେଖିଥିବା ବିଭିନ୍ନ ବିଷୟକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି। କେତେକ ପୂର୍ବତନ ଏବଂ ବର୍ତ୍ତମାନର ବିଜେଡି ନେତା ଏହାକୁ ନେଇ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ସମୀର ଦାସ କହିଛନ୍ତି, ପାଣ୍ଡିଆନଙ୍କ କୋଟେରୀ ବାବଦରେ ରୁବେନ ଯାହା ଲେଖିଛନ୍ତି ସେଥିରେ ଦ୍ୱିମତ ନାହିଁ। ତାଙ୍କର ଭୁଲ୍‌ ନ ଥିବା ସତ୍ତ୍ୱେ କୋଟେରୀ ଗ୍ରୁପ ପାଇଁ ମନ୍ତ୍ରୀପଦ ଓ ଟିକେଟ କଟାଗଲା। ଅଫିସରଙ୍କ ଦ୍ୱାରା ଗ୍ରୁପ୍‌ ଚାଲିଥିଲା। ରାଜନେତାଙ୍କ ସମ୍ପୃକ୍ତି ସେଥିରେ ନ ଥିଲା। ନବୀନବାବୁଙ୍କ ସମର୍ଥନ ବି ପାଣ୍ଡିଆନଙ୍କ ପ୍ରତି ଥିଲା। କୋଟେରୀ ଗ୍ରୁପ ହିଁ ବିଜେଡି ବିପର୍ଯ୍ୟୟର ବଡ଼ କାରଣ ବୋଲି ସେ କହିଛନ୍ତି।
ବରିଷ୍ଠ ବିଜେଡି ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରୁବେନ ବାନାର୍ଜୀ ଜଣେ ପ୍ରତିଷ୍ଠିତ, ଅଭିଜ୍ଞ ଖବରଦାତା ଓ ସମାଲୋଚକ। ସେ ତାଙ୍କ ବହିରେ ଯେଉଁ ତଥ୍ୟ ଦେଇଛନ୍ତି ଅନେକ ସୂତ୍ରରୁ ତଥ୍ୟ ସଂଗ୍ରହ କରିଥିବେ। ଆରମ୍ଭରୁ ଦଳକୁ ଏବଂ ସଙ୍ଗଠନକୁ ଅତି ପାଖରୁ ନିରୀକ୍ଷଣ କରିଆସିଛନ୍ତି। ସେ ସୁଚିନ୍ତିତ ମତ ଦେଇଥିବେ। ସେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୋଲି ପ୍ରସନ୍ନ କହିଛନ୍ତି।
ତେବେ ସମୀକ୍ଷକଙ୍କ ମତରେ କୌଣସି ଜୀବିତ ବ୍ୟକ୍ତିର ଜୀବନୀ (ବାୟୋଗ୍ରାଫି) ସେହି ବ୍ୟକ୍ତିଙ୍କ ଅନୁମୋଦନ କ୍ରମେ ହେବା କଥା। ନବୀନ ଏଭଳି ପୁସ୍ତକର ପ୍ରକାଶକଙ୍କୁ କାହିଁକି ବହି ଛାପିବାକୁ ମନାକଲେ ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବଞ୍ଚତ୍ଥିବା ବ୍ୟକ୍ତିଙ୍କର ନିଜ ଜୀବନ ବିଷୟରେ ବହି ଛପାଇବାକୁ ହେଲେ ଅନୁମତି ଲୋଡ଼ାଯିବା କଥା। ପ୍ରକାଶକ ତାହା କରିଛନ୍ତି କି ନାହିଁ ସାଧାରଣରେ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୫।୨: ୧୯ ବର୍ଷରୁ କମ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୦୬ ଷ୍ଟ୍ରାଇକ ରେଟ ସହିତ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଓପନର୍‌ ଆରୋନ ଜର୍ଜ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri