ରୋମାନ୍ସ କରିବେ ଶାହାରୁଖ

ମୁମ୍ବାଇ: ଦୀର୍ଘଦିନ ପରେ ରୋମାନ୍ସର ବାଦଶାହା ଶାହାରୁଖ ଖାଁ ନିଜ ପ୍ରଶଂସକଙ୍କ ପାଇଁ ରୋମାଣ୍ଟିକ୍‌ ଟ୍ରାକ ନେଇ ଆସିବାକୁ ପ୍ରସ୍ତୁତ ହେଲେଣି। ଶାହାରୁଖଙ୍କ ଅଭିନୀତ ମୁଭି ‘ଯଓ୍ବାନ’ର ଏକ ଗୀତ ରିଲିଜ ହେବାକୁ ଯାଉଛି। ଏହାଏକ ରୋମାଣ୍ଟିକ ସଙ୍ଗ ‘ଚଲେୟା’, ଯେଉଁଥିରେ ଶାହାରୁଖଙ୍କ ସହ ସାଉଥ ସୁପରଷ୍ଟାର ଲେଡି ନୟନତାରା ନଜର ଆସିବେ। ଫ୍ୟାନ୍ସ ପୂର୍ବରୁ ଏହି ମୁଭିକୁ ନେଇ ଏକ୍ସସାଇଟେଡ ଅଛନ୍ତି। ଏହାରି ଭିତରେ ମେକର୍ସ ଏହାକୁ ଆହୁରି ଇଣ୍ଟରେଷ୍ଟିଂ କରି ଦେଇଛନ୍ତି। ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢାଇବାକୁ ମେକର୍ସ ଗୀତର ଏକ ଟିଜର ଜାରି କରିଛନ୍ତି।
ବଲିଉଡର ରୋମାନ୍ସ କିଙ୍ଗ ଶାହାରୁଖ ଖାନ ଏବଂ ନୟନତାରା ଷ୍ଟାରର ‘ଚଲେୟା’ ଏକ ଦିଲ୍‌କୁ ଛୁଇଁ ଯାଉଥିବା ରୋମାଣ୍ଟିକ ନମ୍ବର, ଯାହା ଆସନ୍ତାକାଲି ଅର୍ଥାତ୍‌ ୧୪ ଅଗଷ୍ଟ ସୋମବାର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଗୀତ ମାଧ୍ୟମରେ ଉଭୟ କଳାକାର ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଏବଂ ଏହି ରୋମାଣ୍ଟିକ ଯୋଡି ସିଲଭର ସ୍କ୍ରିନରେ ନିଆଁ ଲଗାଇବାକୁ ଯାଉଛନ୍ତି।
ପୂର୍ବରୁ ଏକ ଛୋଟ ମୋସନ ପୋଷ୍ଟର ସହିତ ପ୍ରଶଂସକଙ୍କୁ ଆକର୍ଷିତ କରିବା ପରେ ନିର୍ମାତାମାନେ ରବିବାର ଏକ ଟିଜର ରିଲିଜ କରିଛନ୍ତ। ଏହା ସହିତ ଦର୍ଶକଙ୍କୁ ରୋମାଣ୍ଟିକ ନମ୍ବରର ଝଲକ ମଧ୍ୟ ଦିଆଯାଇଥିଲା, ଯେଉଁଥିରେ ଗୀତର ଏକ୍ସଟେଣ୍ଡେଡ ଝଲକ ରହିଛି, ଯାହା ଦର୍ଶକଙ୍କୁ ଟ୍ରାକ ଆଡକୁ ଆକର୍ଷିତ କରିଥାଏ।
କିଛି ଦିନ ପରେ ଶାହରୁଖ ଏହି ରୋମାଣ୍ଟିକ ଟ୍ରାକ ସହିତ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଦୀର୍ଘଦିନ ପରେ ଦର୍ଶକମାନେ ଏସଆରକେଙ୍କ ଏହି ଚମତ୍କାର ଦେଖିବାକୁ ପାଇବେ। ପ୍ରଶଂସକମାନେ ବହୁତ ଉତ୍ସାହିତ ହେବାର ଏହି କାରଣ, କାରଣ ରୋମାନ୍ସ କିଙ୍ଗ ଏକ ରୋମାଣ୍ଟିକ ଗୀତ ସହିତ ଫେରି ଆସିବେ। ଶାହାରୁଖଙ୍କ ଗୀତ ‘ଚଲେୟା’ ଅଗଷ୍ଟ ୧୪ରେ ୩ଟି ଭାଷାରେ ରିଲିଜ ହେବାକୁ ଯାଉଛି।
ହିନ୍ଦୀ ବ୍ୟତୀତ ଏହି ଗୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ। ଗୌରୀ ଖାନଙ୍କ ଦ୍ୱାରା ନିର୍ମିତ ତଥା ଗୌରବ ବର୍ମାଙ୍କ ସହ ପ୍ରଯୋଜିତ ଏଟଲିଙ୍କ ନିର୍ଦ୍ଦେଶିତ ଏହି ମୁଭିଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ୭ ସେପ୍ଟେମ୍ବର ୨୦୨୩ରେ ସାରା ବିଶ୍ୱରେ ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri