‘ଦେବା’ରେ ଶାହିଦ୍‌ଙ୍କ ଆକ୍ସନ ଅବତାର

ମୁମ୍ବାଇ: ‘ତେରୀ ବାତୋ ମେଁ ଐସା ଉଲ୍‌ଝା ଜିଆ’ ପରେ ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କୁ ଫିଲ୍ମ ‘ଦେବା’ରେ ଦେଖିବାକୁ ମିଳିବ। ‘ଜି ଷ୍ଟୁଡିଓଜ୍‌’ ଓ ‘ରଏ କପୁର ଫିଲ୍ମସ୍‌’ ପକ୍ଷରୁ ନିର୍ମିତ ହୋଇଥିବା ଏହି ଫିଲ୍ମରେ ରୋଶନ୍‌ ଆଣ୍ଡ୍ୟୁଜ୍‌ ନିର୍ଦ୍ଦେଶନା ଦେଉଥିବା ବେଳେ ସିଦ୍ଧାର୍ଥ ରଏ କପୁର ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି। ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଶୁକ୍ରବାର ‘ଦେବା’ର ରିଲିଜ୍‌ ତାରିଖ ସହ ଫିଲ୍ମରେ ଶାହିଦ କପୁରଙ୍କ ଲୁକ୍‌ ଉପରୁ ପରଦା ଉଠାଯାଇଛି।
ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମରେ ‘ଜି ଷ୍ଟୁଡିଓଜ୍‌’ ଓ ‘ରଏ କପୁର ଫିଲ୍ମସ୍‌’ ପକ୍ଷରୁ ‘ଦେବା’ରେ ଶାହିଦ୍‌ଙ୍କ ପ୍ରଥମ ଲୁକ୍‌କୁ ଶେୟାର କରାଯାଇଛି। ସେହିପରି ଆସନ୍ତା ବର୍ଷ ଫେବୃୟାରୀ ୧୪ରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଥିବା ନେଇ ଉକ୍ତ ପୋଷ୍ଟରେ ସୂଚନା ଦିଆଯାଇଛି। ଫିଲ୍ମ ନିର୍ମାତାଙ୍କ ପକ୍ଷରୁ କରାଯାଇଥିବା ଏହି ପୋଷ୍ଟକୁ ଶାହିଦ୍‌ ରି-ପୋଷ୍ଟ କରିଛନ୍ତି। ଏହି ଫଟୋରେ ଶାହିଦ୍‌ ବନ୍ଧୁକ ଧରି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଫିଲ୍ମରେ ଜଣେ ପୋଲିସ ଅଧିକାରୀଙ୍କ ଭୂମିକାରେ ଶାହିଦ ଅଭିନୟ କରୁଥିବା ନେଇ ଏହି ଲୁକ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି। ଶାହିଦଙ୍କ ଏହି ଲୁକ୍‌କୁ ତାଙ୍କ ପ୍ରଶଂସକମାନେ କମେଣ୍ଟ ମାଧ୍ୟମରେ ବେଶ୍‌ ପ୍ରଶଂସା କରିଛନ୍ତି।
ଏକ ଥ୍ରୀଲର, ଡ୍ରାମା ଏବଂ ଆକ୍ସନ୍‌ ଭିତ୍ତିକ ଚଳଚ୍ଚିତ୍ର ହୋଇଥିବାବେଳେ ଏଥିରେ ଶାହିଦ୍‌ଙ୍କ ବିପକ୍ଷରେ ଅଭିନେତ୍ରୀ ପୂଜା ହେଗ୍‌ଡେ ନଜର ଆସିବେ। ଫିଲ୍ମରେ ପୂଜା ଜଣେ ସାମ୍ବାଦିକାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri