‘ବ୍ଲଡି ଡ୍ୟାଡି’ର ଟିଜରରେ ଖତରନାକ ଅନ୍ଦାଜରେ ନଜର ଆସିଲେ ଶାହିଦ

ମୁମ୍ବାଇ: ବଲିଉଡର ‘କବିର ସିଂ’ ଶାହିଦ କପୁର ୨୦୨୩ରେ ଧମାଲ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲେଣି। ଆକ୍ଟରଙ୍କର କିଛି ବ୍ୟାକ ଟୁ ବ୍ୟାକ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏବେ କିନ୍ତୁ ଅଭିନେତା ତାଙ୍କ ମୁଭି ‘ବ୍ଲଡି ଡ୍ୟାଡି’କୁ ନେଇ ଅଛନ୍ତି ଚର୍ଚ୍ଚାରେ। କିଛିଦିନ ତଳେ ଫିଲ୍ମର ପୋଷ୍ଟର ରିଲିଜ କରାଯାଇଥିଲା। ଯେଉଁଥିରେ ଶାହିଦଙ୍କ ଇଂଟେଂସ ଲୁକ କାଫି ଇମ୍ପ୍ରେସିଭ ଥିଲା। ଏପଟେ ଗୁରୁବାର ଫିଲ୍ମର ଧମାକାଦାର ଟିଜର ସହ ଏହାର ରିଲିଜ ଡେଟ ବି ଆନାଉନ୍ସ କରାଯାଇଛି।

ଫିଲ୍ମର ଟିଜର ଫିଲ୍ମର ନାମ ଭଳି ରକ୍ତ ରଞ୍ଜିତ ହୋଇଛି। ଏହି ଟିଜରର ଆରମ୍ଭ ଶାହିଦଙ୍କଠାରୁ ହୋଇଥିବା ବେଳେ ଏହା ପରେ ପରେ ତାଙ୍କ ହାତରେ ଛୁରୀ ଦେଖିବାକୁ ମିଳିଛି, ଏହି ଛୁରୀରେ ସେ ଜଣକ ପରେ ଜଣଙ୍କୁ ମାରିବାକୁ ଲାଗିଛନ୍ତି। ଫିଲ୍ମର ଟିଜର ଦେଖି ଅନୁମାନ କରାଯାଇଛି କି ଶାହିଦ ପୁଣିଥରେ ତାଙ୍କର ଖତରନାକ ଅନ୍ଦାଜରେ ‘ବ୍ଲଡି ଡ୍ୟାଡି’ରେ ଛାଇ ଯିବେ।
ଟିଜରକୁ ଜାରି କରିବା ସମୟରେ ଶାହିଦ କ୍ୟାପଶନରେ ରିଲିଜ ଡେଟ ବି ଆନାଉନ୍ସ କରି ଦେଇଛନ୍ତି। କ୍ୟାପଶନରେ ଲେଖାଯାଇଛି, ଫିଲ୍ମରେ ଜଣେ ବ୍ଲଡି ଗୁଡ ଟାଇମ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ବ୍ଲଡି ଡ୍ୟାଡି ୯ ଜୁନ ୨୦୨୩ରେ ଜିଓ ସିନେମା ହଲରେ ଅର୍ଥାତ୍‌ ଏହି ଫିଲ୍ମ ଥିଏଟ୍ରିକାଲ ରିଲିଜ ବଦଳରେ ଓଟିଟି ପ୍ଲାଟଫର୍ମ ଜିଓ ସିନେମାରେ ଡାଇରେକ୍ଟ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୩୦୮୨ ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯।୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ ପରୀକ୍ଷା…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri