ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: ମୋଦି ଏବେ…

ଇସଲାମାବାଦ୍‌,୧୨।୫: ଭାରତୀୟ ସେନା ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ଏବେ ବି ତାର ପରାଜୟକୁ ହଜମ କରିପାରୁନାହିଁ। ପୁଣିଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ବିଷ ଓଗାଳିବା ଆରମ୍ଭ କରିଛନ୍ତି। ପାକିସ୍ତାନ ସେନାର ପ୍ରଶଂସା କରି ସେ କହିଛନ୍ତି, ଏହା ଭାରତୀୟ ଆକ୍ରମଣର ଏକ ନିର୍ଣ୍ଣାୟକ ଜବାବ। ନୂଆଦିଲ୍ଲୀ ଇସଲାମାବାଦକୁ କମ ଆକଳନ କରିଛି।

କରାଚୀର ସି ଭ୍ୟୁରେ ଆୟୋଜିତ “ୟୁମ-ଏ-ତାଶାକୁର” (କୃତଜ୍ଞତା ଦିବସ) ରାଲିରେ ଭାଷଣ ଦେଇ ଆଫ୍ରିଦି କହିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ଯୁଦ୍ଧ ପ୍ରତି ଆଗ୍ରହ” ଭାରତକୁ ଏକ ସମସ୍ୟାରେ ପକାଇ ଦେଇଛି। ପ୍ରଧାନମନ୍ତ୍ରୀ ମୋଦି ଏବେ ଅନୁଭବ କରିଛନ୍ତି ଯେ ପାକିସ୍ତାନର ମୁକାବିଲା କରିବା କେତେ ମହଙ୍ଗା ପଡ଼ିପାରେ।

ପୂର୍ବରୁ ଶାହିଦ ଆଫ୍ରିଦିଙ୍କ ଘରର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଘର ଉପରେ ପାକିସ୍ତାନର ପତାକା ଉଡୁଥିଲା। ପ୍ରବଳ ପବନ ମଧ୍ୟରେ, ଶାହିଦ ଆଫ୍ରିଦିଙ୍କୁ ତାଙ୍କ ଘରର ଉପରେ ବୁଲୁଥିବାର ଦେଖାଯାଇଥିଲା ଏବଂ ଏକ ବୋତଲରୁ କିଛି ପିଉଥିବାର ମଧ୍ୟ ଦେଖାଯାଇଥିଲା। ସେ କ୍ୟାପସନରେ ଲେଖିଛନ୍ତି, ମୋର ଆଶା, ମୋର ବିଶ୍ୱାସ, ମୋର ସାହସ, ମୋର ଶକ୍ତି ଏବଂ ମୋର ଭବିଷ୍ୟତ।

୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାର ୧୫ ଦିନ ପରେ, ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଏହାର ପ୍ରତିଶୋଧ ନେଇଥିଲା। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୯୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ପହଲଗାମରେ ଆତଙ୍କବାଦୀଙ୍କ କାପୁରୁଷୋଚିତ କାର୍ଯ୍ୟ ପରଠାରୁ ଶାହିଦ ଆଫ୍ରିଦି ବିଷ ଓଗାଳି ଆସୁଛନ୍ତି। ସେ ଏହି ଆକ୍ରମଣ ପାଇଁ ଭାରତୀୟ ସେନାକୁ ଦାୟୀ କରିଥିଲେ। ଯାହା ପରେ ଶିଖର ଧାୱନଙ୍କ ସମେତ ଅନେକ ଭାରତୀୟ କ୍ରିକେଟର ତାଙ୍କୁ ଚୁପ କରାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri