ପାକିସ୍ତାନ ସଂସଦରେ ମୋଦିଙ୍କୁ ପ୍ରଶଂସା କଲେ ଶେହବାଜଙ୍କ ଏମପି, କହିଲେ ପାକ୍‌ ପ୍ରଧାନମନ୍ତ୍ରୀ ଶୃଗାଳ, ଦେଶରେ ଚହଳ

ଇସଲାମବାଦ,୯।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସଂସଦରେ ଜଣେ ଏମପି ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ସାରା ବିଶ୍ୱରେ ଚହଳ ପକାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ‘କାପୁରୁଷ’ ଓ ‘ଶୃଗାଳ’ ବୋଲି ଆଖ୍ୟା ଦେଇ ଜଣେ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ଏହି ଘଟଣା ପାକିସ୍ତାନର ରାଜନୀତି ଓ ସାମରିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ପାକିସ୍ତାନ ସଂସଦରେ ଏମପି ଜଣକ କହିଛନ୍ତି, ଶେହବାଜ ସରିଫ ନରେନ୍ଦ୍ର ମୋଦିଙ୍କ ନାମ ନେବାକୁ ଭୟ କରୁଛନ୍ତି। ଆମର ସୈନ୍ୟବାହିନୀ ଏକ ସିଂହ ଦ୍ୱାରା ନୁହେଁ, ଶୃଗାଳ ଦ୍ୱାରା ଚାଲୁଛିି। ଆମର ସୈନ୍ୟମାନେ ମନୋବଳ ହରାଇଛନ୍ତି। ଭାରତର ‘ଅପରେଶନ ସିନ୍ଦୂର’ ଅଧୀନରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ କରାଯାଇଥିବା ଆକ୍ରମଣକୁ ମଜବୁତ ନେତୃତ୍ୱର ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି। ସେ ମୋଦିଙ୍କ ନିଷ୍ପତ୍ତି ଓ ଭାରତୀୟ ସୈନ୍ୟବାହିନୀର କାର୍ଯ୍ୟଦକ୍ଷତାର ପ୍ରଶଂସା କରି କହିଛନ୍ତି ଯେ ପାକିସ୍ତାନର ନେତୃତ୍ୱ ଏହାର ତୁଳନାରେ ଦୁର୍ବଳ ଓ ନିଷ୍କ୍ରିୟ।

ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଛି। ଭାରତ ଏହାର ପ୍ରତିଶୋଧ ଭାବେ ‘ଅପରେଶନ ସନ୍ଦୂର’ ଜରିଆରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ମିସାଇଲ ଆକ୍ରମଣ କରିଛି, ଯାହାକୁ ଶେହବାଜ ଶରିଫ ‘ଯୁଦ୍ଧର କାର୍ଯ୍ୟ’ ବୋଲି ଅଭିହିତ କରି ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ପାକିସ୍ତାନୀ ଏମପିଙ୍କ ମୋଦୀଙ୍କ ପ୍ରଶଂସା ଓ ନିଜ ପ୍ରଧାନମନ୍ତ୍ରୀଙ୍କୁ ‘ବୁଜଦିଲ’ (କାପୁରୁଷ) ବୋଲି କହିବା ପାକିସ୍ତାନରେ ରାଜନୈତିକ ଓ ସାମାଜିକ ମହଲରେ ବ୍ୟାପକ ଆଲୋଚନାର ବିଷୟ ହୋଇଛି।

ଏହି ଏମପିଙ୍କ ଏପରିି ବୟାନ ପାକିସ୍ତାନର ଅଭ୍ୟନ୍ତରୀଣ ରାଜନୈତିକ ଓ ସାମରିକ ସଙ୍କଟକୁ ଆହୁରି ଉଜାଗର କରିଛି। ସେ ଦାବି କରିଛନ୍ତି ଯେ ପାକିସ୍ତାନ ସୈନ୍ୟବାହିନୀର ମନୋବଳ ଭାଙ୍ଗିଛି ଏବଂ ନେତୃତ୍ୱର ଅଭାବ ଯୋଗୁଁ ଦେଶ ଭାରତର ଆକ୍ରମଣାତ୍ମକ ନୀତି ସାମନାରେ ଦୁର୍ବଳ ହୋଇପଡ଼ିଛି। ଏହା ସହିତ, ଏମପିଜଣକ ମୋଦୀଙ୍କ ନେତୃତ୍ୱକୁ ‘ଦୃଢ଼ ଓ ନିଷ୍ପତ୍ତିମୂଳକ’ ବୋଲି ବର୍ଣ୍ଣନା କରି ପାକିସ୍ତାନ ସରକାରଙ୍କ ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?