ଶାହରୁଖ୍‌ଙ୍କୁ ‘ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’

ଲୋକାର୍ନୋ, ୧୨।୮:ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ନାମରେ ଆଉ ଏକ ଉପଲବ୍ଧି ଯୋଡ଼ି ହୋଇଛି। ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ ତାଙ୍କୁ ପାର୍ଡୋ ଅଲା କାରିଏରା (ଲାଇଫ୍‌ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ)ରେ ସମ୍ମାନିତ କରାଯାଇଛି। ଶାହରୁଖ୍‌ ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି। ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲର ଆଧିକାରିକ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶାହରୁଖ୍‌ଙ୍କ ଅନେକ ଫଟୋ ଓ ଭିଡିଓକୁ ପୋଷ୍ଟ କରାଯାଇଛି। ଏଥିରେ
ବଲିଉଡ୍‌ର କିଙ୍ଗ୍‌ ଖାନ୍‌ଙ୍କ କ୍ରେଜ୍‌ରେ ଉପସ୍ଥିତ ଦର୍ଶକ ମତୁଆଲା ହେଉଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଶାହରୁଖ୍‌ କଳା ରଙ୍ଗର ଶାର୍ଟ, ଜ୍ୟାକେଟ ଓ ଟ୍ରାଉଜରରେ ନଜର ଆସିଥିଲେ। ତେବେ ଏହି ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କ ଭାଷଣ ମୁଖ୍ୟ ଆକର୍ଷଣ ରହିଥିଲା। ଭାଷଣର ପ୍ରାରମ୍ଭରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବାରୁ ଉପସ୍ଥିତ ଦର୍ଶକଙ୍କୁ ଶାହରୁଖ୍‌ ଧନ୍ୟବାଦ ଦେଇଥିଲେ। ନିଜ ଭାଷଣରେ ସେ ଲୋକାର୍ନୋ ସହରର
ପ୍ରଶଂସା କରିଛନ୍ତି। ଏହା ବହୁତ ସୁନ୍ଦର, ସାଂସ୍କୃତିକ ଓ କଳାତ୍ମକ ସହର ହୋଇଥିବା ଶାହରୁଖ୍‌ କହିଛନ୍ତି। ଲୋକାର୍ନୋ ସହର ଓ ଏହି ଫିଲ୍ମ ଫେଷ୍ଟିଭାଲରେ ଯୋଗଦେଇ ତାଙ୍କୁ ନିଜ ଘର ଓ ଭାରତ ପରି ଅନୁଭବ ହେଉଛି ବୋଲି କିଙ୍ଗ୍‌ ଖାନ୍‌ କହିଛନ୍ତି। ବର୍ତ୍ତମାନ ଯୁଗରେ ସିନେମା ସବୁଠାରୁ ଗଭୀର ଓ ପ୍ରଭାବଶାଳୀ କଳାତ୍ମକ ମାଧ୍ୟମ ଭାବେ ପରିଣତ ହୋଇଛି। ଦୀର୍ଘ ବର୍ଷ ଧରି ଏହି କ୍ଷେତ୍ରରେ କାର୍ଯ୍ୟ କରି ତାଙ୍କୁ ବହୁତ କିଛି ଶିଖିବାକୁ ମିଳିଥିବା ଶାହରୁଖ୍‌ କହିଛନ୍ତି। ଏହି ଅବସରରେ ସେ ନିଜ ଚଳଚ୍ଚିତ୍ର ଯାତ୍ରାକୁ ମନେ ପକାଇବା ସହ ସର୍ବଦା ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ଦିଗରେ କାର୍ଯ୍ୟ କରିବେ ବୋଲି ଦର୍ଶକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଲୋକାର୍ନୋ ଚଳଚ୍ଚିତ୍ର ମହୋତ୍ସବରେ ଶାହରୁଖ୍‌ଙ୍କୁ ସମ୍ମାନିତ କରାଯିବାବେଳେ ୨୦୦୨ରେ ରିଲିଜ୍‌ ହୋଇଥିବା ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ସୁପରହିଟ୍‌ ‘ଦେବ୍‌ଦାସ’ ଫିଲ୍ମକୁ ପ୍ରଦର୍ଶନ କରାଯାଇଥିଲା। ସୂଚନାଯୋଗ୍ୟ, ବୈଶ୍ୱିକ ସିନେମା କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ପାଇଁ ପ୍ରସିଦ୍ଧ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ ୧୯୪୬ରୁ ଆରମ୍ଭ ହୋଇଥିଲା। ଏହାର ୭୭ତମ ସଂସ୍କରଣ ଚଳିତବର୍ଷ ଅଗଷ୍ଟ ୭ରୁ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri