ଶାହରୁଖ୍‌ଙ୍କୁ ‘ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ’

ଲୋକାର୍ନୋ, ୧୨।୮:ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ନାମରେ ଆଉ ଏକ ଉପଲବ୍ଧି ଯୋଡ଼ି ହୋଇଛି। ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ ତାଙ୍କୁ ପାର୍ଡୋ ଅଲା କାରିଏରା (ଲାଇଫ୍‌ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ)ରେ ସମ୍ମାନିତ କରାଯାଇଛି। ଶାହରୁଖ୍‌ ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ ହୋଇପାରିଛନ୍ତି। ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲର ଆଧିକାରିକ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶାହରୁଖ୍‌ଙ୍କ ଅନେକ ଫଟୋ ଓ ଭିଡିଓକୁ ପୋଷ୍ଟ କରାଯାଇଛି। ଏଥିରେ
ବଲିଉଡ୍‌ର କିଙ୍ଗ୍‌ ଖାନ୍‌ଙ୍କ କ୍ରେଜ୍‌ରେ ଉପସ୍ଥିତ ଦର୍ଶକ ମତୁଆଲା ହେଉଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଶାହରୁଖ୍‌ କଳା ରଙ୍ଗର ଶାର୍ଟ, ଜ୍ୟାକେଟ ଓ ଟ୍ରାଉଜରରେ ନଜର ଆସିଥିଲେ। ତେବେ ଏହି ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କ ଭାଷଣ ମୁଖ୍ୟ ଆକର୍ଷଣ ରହିଥିଲା। ଭାଷଣର ପ୍ରାରମ୍ଭରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବାରୁ ଉପସ୍ଥିତ ଦର୍ଶକଙ୍କୁ ଶାହରୁଖ୍‌ ଧନ୍ୟବାଦ ଦେଇଥିଲେ। ନିଜ ଭାଷଣରେ ସେ ଲୋକାର୍ନୋ ସହରର
ପ୍ରଶଂସା କରିଛନ୍ତି। ଏହା ବହୁତ ସୁନ୍ଦର, ସାଂସ୍କୃତିକ ଓ କଳାତ୍ମକ ସହର ହୋଇଥିବା ଶାହରୁଖ୍‌ କହିଛନ୍ତି। ଲୋକାର୍ନୋ ସହର ଓ ଏହି ଫିଲ୍ମ ଫେଷ୍ଟିଭାଲରେ ଯୋଗଦେଇ ତାଙ୍କୁ ନିଜ ଘର ଓ ଭାରତ ପରି ଅନୁଭବ ହେଉଛି ବୋଲି କିଙ୍ଗ୍‌ ଖାନ୍‌ କହିଛନ୍ତି। ବର୍ତ୍ତମାନ ଯୁଗରେ ସିନେମା ସବୁଠାରୁ ଗଭୀର ଓ ପ୍ରଭାବଶାଳୀ କଳାତ୍ମକ ମାଧ୍ୟମ ଭାବେ ପରିଣତ ହୋଇଛି। ଦୀର୍ଘ ବର୍ଷ ଧରି ଏହି କ୍ଷେତ୍ରରେ କାର୍ଯ୍ୟ କରି ତାଙ୍କୁ ବହୁତ କିଛି ଶିଖିବାକୁ ମିଳିଥିବା ଶାହରୁଖ୍‌ କହିଛନ୍ତି। ଏହି ଅବସରରେ ସେ ନିଜ ଚଳଚ୍ଚିତ୍ର ଯାତ୍ରାକୁ ମନେ ପକାଇବା ସହ ସର୍ବଦା ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବା ଦିଗରେ କାର୍ଯ୍ୟ କରିବେ ବୋଲି ଦର୍ଶକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଲୋକାର୍ନୋ ଚଳଚ୍ଚିତ୍ର ମହୋତ୍ସବରେ ଶାହରୁଖ୍‌ଙ୍କୁ ସମ୍ମାନିତ କରାଯିବାବେଳେ ୨୦୦୨ରେ ରିଲିଜ୍‌ ହୋଇଥିବା ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ସୁପରହିଟ୍‌ ‘ଦେବ୍‌ଦାସ’ ଫିଲ୍ମକୁ ପ୍ରଦର୍ଶନ କରାଯାଇଥିଲା। ସୂଚନାଯୋଗ୍ୟ, ବୈଶ୍ୱିକ ସିନେମା କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ପାଇଁ ପ୍ରସିଦ୍ଧ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ ୧୯୪୬ରୁ ଆରମ୍ଭ ହୋଇଥିଲା। ଏହାର ୭୭ତମ ସଂସ୍କରଣ ଚଳିତବର୍ଷ ଅଗଷ୍ଟ ୭ରୁ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଭାରତ ପାଇଁ ଆଶ୍ୱସ୍ତି: ଷ୍ଟ୍ରେଟ ଅଫ୍‌ ହର୍ମୁଜ ଅତିକ୍ରମ କଲା ୨ ଏଲପିଜି ଟ୍ୟାଙ୍କର୍‌

ତେହେରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଭାରତ ବଡ଼ କୂଟନୈତିକ ସଫଳତା ହାସଲ କରିପାରିଛି। ଇରାନ ଏଲପିଜି ବୋଝେଇ ୨ଟି ଭାରତୀୟ ଟ୍ୟାଙ୍କରକୁ ଷ୍ଟ୍ରେଟ ଅଫ୍‌…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ ବଡ଼ କଥା କହିଦେଲେ ମୋଦି; LPGକୁ ପ୍ରାଥମିକତା, ତେଲକୁ ନେଇ କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଲୋକସଭାରେ ଅଭିଭାଷଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ପଶ୍ଚିମ ଏସିଆରେ…

ନନ୍ଦପୁର ବଜାରରେ ସିଓଟିପିଏ ଏନଫୋର୍ସମେଣ୍ଟ ଟିମ୍‌ :ଗୁଟଖା,ଫୁଡ ଲାଇସେନ୍ସ ଯାଞ୍ଚ

ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ,…

ନନ୍ଦପୁର ପୋଲିସକୁ ସଫଳତା, ସମ୍ବାଇ ଜଙ୍ଗଲରୁ ମିଳିଲା ଗୁଣ୍ଠାପୁଟରୁ ଚୋରି ବୋଲେରୋ

ନନ୍ଦପୁର,୨୩।୩(ତୁଷାର କାନ୍ତ ମହାନ୍ତି): ଗାଡ଼ି ଚୋରି ଘଟଣାରେ କୋରାପୁଟ ଜିଲା ନନ୍ଦପୁର ଥାନା ପୋଲିସକୁ  ସଫଳତା ମିଳିଛି । ଗତ ୧୫ ତାରିଖ ରବିବାର ରାତ୍ର ଗୁଣ୍ଠାପୁଟ…

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri