ଶାହାରୁଖଙ୍କ ଇଚ୍ଛା

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ଏବେ ଖୁବ୍ ଚର୍ଚ୍ଚାରେ । ଗୋଟିଏ ପଟେ ତାଙ୍କ ଅଭିନୀତ ଫିଲ୍ମ ‘ପଠାନ’ ବିଭିନ୍ନ ଦେଶରେ ଶୁଟିଂ ଚାଲିଥିବା ବେଳେ ଏବେ ଏହି ଫିଲ୍ମକୁ ନେଇ ସେ ଅଛନ୍ତି ଚର୍ଚ୍ଚାରେ । ବଲିଉଡର ଏହି ରୋମାନ୍ସ କିଙ୍ଗ ବଲିଉଡ ବାଦଶାହା ଭାବରେ ବି ବେଶ ପରିଚିତ । ନିଜ କ୍ୟାରିୟରରେ ସେ ଦର୍ଶକଙ୍କୁ ରୋମାନ୍ସରେ ବୁଡି ରହିବାକୁ ବାଧ୍ୟ କରିଛନ୍ତି ଯେମିତି । କାରଣ ଶାହାରୁଖ ତାଙ୍କ କ୍ୟାରିୟରରେ ପ୍ରାୟ ରୋମାନ୍ସରେ ଭରପୁର ଥିବା ଅଧିକାଂଶ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ଏବେ ସେ ଏଥିରୁ ଟିକେ ବାହାରକୁ ବାହାରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି । ଏକ ସାକ୍ଷାତକାରରେ ଶାହାରୁଖ ତାଙ୍କ ଆଗାମୀ ଇଚ୍ଛା ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି । କିଙ୍ଗ ଖାନ କହିଛନ୍ତି ଏବେ ସେ ଆକ୍ସନ ଫିଲ୍ମରେ ଅଭିନୟ କରିବାକୁ ଚାହୁଁଛନ୍ତି । କାରଣ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମ ନିର୍ମାତା ତାଙ୍କୁ ଆକ୍ସନ ଫିଲ୍ମରେ ନେଉ ନାହାନ୍ତି । ତେଣୁ ଏବେ ସେ ମିଶନ ଇମ୍ପସିବଲ ଭଳି ଫିଲ୍ମରେ ଅଭିନୟ କରିବାକୁ ଚାହୁଁ ନାହାନ୍ତି । ବଲିଉଡରୁ ବେଶ କିଛି ଦିନର ବିରତି ପରେ ଏବେ ପୁଣିଥରେ ସେ ଆକ୍ସନ ମୁଭିରେ ଏଣ୍ଟ୍ରି କରିବାକୁ ଇଚ୍ଛା ରଖିଥିବା ପ୍ରକାଶ କରିଛନ୍ତି ।
ଶାହାରୁଖ ଆହୁରି ମଧ୍ୟ କହିଛନ୍ତି, ମୁଁ ୫୭ ବର୍ଷର ହେଲେଣି ହେଲେ ଏବେ ମୁଁ ଓଭର ଦ ଟପ ଭଳି ଆକ୍ସନ କରିବାକୁ ଚାହୁଁଛି । ଶାହାରୁଖଙ୍କ କ୍ୟାରିୟର ଆରମ୍ଭରୁ ବଲିଉଡ ମୁଭି ଡର ଓ ଅଂଞ୍ଜାମରେ ଦର୍ଶକଙ୍କୁ ପ୍ୟାର ଓ ରୋମାନ୍ସ ବାଣ୍ଟିଥିବା ବେଳେ ଏବେ କିନ୍ତୁ ସେ ଆକ୍ସନ ଆଡକୁ ମନ ବଳାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri