ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୩% ବୃଦ୍ଧି

କଟକ,୨।୮: ଚଳିତ ବର୍ଷ ଜୁଲାଇ ମାସରେ ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହରେ ଉନ୍ନତି ପରିଲକ୍ଷିତ ହୋଇଛି। ଏହି ସମୟରେ ୭୯୪.୦୨ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଛି। ଗତ ବର୍ଷ ଏହି ସମୟରେ ୭୦୨.୪୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଚଳିତ ବର୍ଷ ଜୁଲାଇରେ ଜିଏସ୍‌ଟି ଆଦାୟର ଅଭିବୃଦ୍ଧି ହାର୧୩.୦୪% ରହିଛି। ଏପ୍ରିଲ,ମେ ଏବଂ ଜୁନ୍‌ ମାସରେ ଟିକସ ସଂଗ୍ରହ କମ୍‌ ରହିଥିଲା। ଏହି ତିନି ମାସରେ ଟିକସ ସଂଗ୍ରହ ଅଭିବୃଦ୍ଧି ଯଥାକ୍ରମେ (-) ୬୧.୧୫%, (-) ୨୫.୨୨% ଏବଂ ୫୦.୮୩% ରହିଥିଲା। କୋଭିଡ୍‌ କଟକଣା ଧୀରେ ଧୀରେ ହ୍ରାସ ଏବଂ ବଜାରରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଥିବାରୁ ଟିକସ ସଂଗ୍ରହରେ ବର୍ତ୍ତମାନ ଉନ୍ନତି ଆସିଥିବା ରାଜ୍ୟ ବାଣିଜ୍ୟ କର ଏବଂ ଜିଏସ୍‌ଟି ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି। ଏହି ସମୟ ମଧ୍ୟରେ ଖଣି କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିଥିବା କୁହାଯାଇଛି। ରାଜ୍ୟର ପରୋକ୍ଷ ଟିକସଦାତାମାନେ ଧାର୍ଯ୍ୟ ସମୟ ମଧ୍ୟରେ ଟିକସ ପଇଠ କରିବାକୁ ପରାମର୍ଶ ଦିଆଯାଇଛି। ଉପଲବ୍ଧ ତଥ୍ୟ ଅନୁସାରେ ପ୍ରାକ୍‌ ଲକ୍‌ଡାଉନ ସମୟରେ ଇଓ୍ବେବିଲ୍‌ ବ୍ୟବହାର ତୁଳନାରେ ଜୁନ୍‌ ଶେଷ ସପ୍ତାହ ସୁଦ୍ଧା ଏଥିରେ ଉନ୍ନତି ପରିଲକ୍ଷିତ ହୋଇ ୮୧ରୁ ୮୩%ରହିଛି। ପେଟ୍ରୋଲିୟମ ସାମଗ୍ରୀରୁ ଜୁଲାଇ ମାସରେ ୫୨୧.୪୭ ଲକ୍ଷ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଗତ ବର୍ଷ ତୁଳନାରେ ଏଥିରେ ୨.୫% ବୃଦ୍ଧି ଘଟିଛି। କୋଭିଡ୍‌ ଯୋଗୁ ଆସିଥିବା ଚ୍ୟାଲେଞ୍ଜ ଯୋଗୁ ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ଟିକସ ସଂଗ୍ରହ ୭,୫୪୦ କୋଟି ଟଙ୍କା ରହିଛି। ଏଥିରେ ୨୮% ବିଯୁକ୍ତାତ୍ମକ ଦେଖାଯାଇଛି। ୨୦୨୦ ଜୁଲାଇ ପର୍ଯ୍ୟନ୍ତ ପୌନଃପୁନିକ ରାଜ୍ୟ ଜିଏସ୍‌ଟି ସଂଗ୍ରହ ୨୩୪୫ କୋଟି ଟଙ୍କା ରହିଛି। ଏଥିରେ ୨୨% ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ରାଜ୍ୟ ବାଣିଜ୍ୟକର ଏବଂ ସାମଗ୍ରୀ ଓ ସେବା ଟିକସ ଆୟୁକ୍ତ ସୁଶୀଲ କୁମାର ଲୋହାନୀ ଟିକସ ସଂଗ୍ରହ ଧାରାକୁ ଉନ୍ନତ କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri