ବାରିପଦା,୨୮ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ପ୍ରତିମାଦେଇପୁର ବିଦ୍ୟାଳୟର କୁନିକୁନି ଛାତ୍ରୀଙ୍କୁ ଯୌନ ଶୋଷଣ ନେଇ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ବ୍ଲକ ଶିକ୍ଷାଧିକାରୀ ସମ୍ପୃକ୍ତ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଏଭଳି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ଯାହାକୁ ନେଇ ଅଭିଭାବକ ମହଲରେ ଉଦ୍ବେଗ ପ୍ରକାଶ ପାଇଛି।
ବିଦ୍ୟାଳୟର ଜନୈକ ଶିକ୍ଷକ ଛାତ୍ରୀମାନଙ୍କୁ ସ୍ନେହ ଆଦର କରିବା ବାହାନାରେ ଅସଦାଚରଣ କରୁଥିଲେ। ଏପରିକି ୮/୧୦ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ କରାଇବା ସହ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ନ ଜଣାଇବାକୁ ଧମକ ଚମକ ବି ଦେଇଥିଲେ।


