ଛାତ୍ରଙ୍କ ସହ ଯୌନ ସମ୍ପର୍କ: ୬ ଶିକ୍ଷୟିତ୍ରୀ ଗିରଫ

କାଲିଫର୍ନିଆ, ୧୭ା୪: ଆମେରିକାରେ ନିଜ ଛାତ୍ରମାନଙ୍କ ସହ ଯୌନ ସମ୍ବନ୍ଧ ରଖିବା ଅଭିଯୋଗରେ ଦୁଇ ଦିନ ଭିତରେ ୬ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି। ସଦ୍ୟତମ ଘଟଣା କାଲିଫର୍ନିଆର ଡେନଭିଲେରେ ଘଟିଛି। ଶିକ୍ଷୟତ୍ରୀ ଏଲେନ ସେଲ(୩୮) ଦୁଇଜଣ ନାବାଳକଙ୍କ ସହ ତିନି ଥର ଲେଖାଏ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି। ଶୁକ୍ରବାର ତାଙ୍କୁ ଗାରାଡ ଡିଷ୍ଟ୍ରିକ୍ଟ କୋର୍ଟରେ ହାଜର କରାଯାଇଥିଲା ା ସେ ଉଡଲନ ଏଲିମେଣ୍ଟାରୀ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କୁ ଛୁଟିରେ ପଠାଯାଇଛି। ପୂର୍ବରୁ ୩୨ ବର୍ଷୀୟା ଶିକ୍ଷୟିତ୍ରୀ ହିଦର ହେୟାର ଯୌନ ଶୋଷଣ ମାମଲାରେ ଗିରଫ ହୋଇଥିଲେ। ଓକଲାହୋମାର ୨୬ ବର୍ଷୀୟା ଏମଲି ହାନକକଙ୍କୁ ପୋଲିସ ସମାନ ଅଭିଯୋଗରେ ଗିରଫ କରିଥିଲାା ସେ ଓ୍ବେଲଷ୍ଟନ ପବ୍ଲିକ ସ୍କୁଲର ଏକ କୋଠରିରେ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିବାବେଳେ ଧରାପଡିଥିଲେ। ସେ ସ୍ନାପଚାଟରେ ପିଲାଙ୍କ ସହ ଯୋଗାଯୋଗ କରି ଜାଲରେ ଫଶାଉଥିବା ତଦନ୍ତରୁ ଜଣା ପଡିଥିଲା ା ଜଣେ ୧୫ ବର୍ଷୀୟ ଛାତ୍ରଙ୍କ ସହ ଅବୈଧ ସମ୍ପର୍କ ରଖିବା ଅପରାଧରେ ନିଲକଲନ କାଉଣ୍ଟିର ଶିକ୍ଷୟିତ୍ରୀ ଇମା ଡେଲାନି ହାନକକ୍‌ ଗିରଫ ହୋଇଛନ୍ତି। ସେହିପରି ଡେସମୟନ୍ସ ଲୋଓ୍ବାସ୍ଥିତ କ୍ୟାଥୋଲିକ ହାଇସ୍କୁଲର ୩୬ ବର୍ଷୀୟା ଇଂଲିଶ ଶିକ୍ଷୟିତ୍ରୀ କ୍ରିଷ୍ଟନ ଗାଣ୍ଟ ଛାତ୍ରଙ୍କ ସହ ୫ ଥର ଶାରୀରିକ ସମ୍ବନ୍ଧ ରଖିଥିବା ଅଭିଯୋଗ ହୋଇଥିଲାା ଅନ୍ୟ ଏକ ଘଟଣାରେ ଜେମ୍ସ ମାଡିସନ ସ୍କୁଲର ୩୩ ବର୍ଷୀୟ ଶିକ୍ଷୟିତ୍ରୀ ଆଲି ଖେରାଡମଣ୍ଡ ଅନେକ ମାସ ଧରି ଜଣେ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଜଣେ ୧୭ ବର୍ଷୀୟ ବାଳକ ସହ ଅବୈଧ ସମ୍ପର୍କ ରଖିବା ଅଭିଯୋଗରେ ପେନ୍‌ସିଲଭାନିଆରେ ଜାଭେଲିନ ପ୍ରଶିକ୍ଷିକାଙ୍କୁ ପୋଲିସ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri