ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଏହି ଜିଲାରେ ପଡିବ ବଡ଼ ପ୍ରଭାବ, IMD ଡିଜି କହିଲେ…

ଭୁବନେଶ୍ୱର,୨୭।୧୦: ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ସାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦/୧୦୦ କି.ମି. ରହିବା ବେଳେ ଝଟକା ପବନ ୧୧୦ କିଲୋମିଟର ଯାଏ ବଢିପାରେ। ଘଣ୍ଟା ପ୍ରତି ୧୬ କି.ମି. ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି ବାତ୍ୟା। କାଲି ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟାର ରୂପ ନେବ । ଏହାସହ ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ରାତି ଭିତରେ ଆନ୍ଧ୍ର ଉପକୂଳକୁ ମାଡି ଆସିବ ବାତ୍ୟା। ମଛଲିପଟନମ ଓ କଳିଙ୍ଗପଟନମ ଭିତରେ କାକିନା ପାଖରେ ସାଇକ୍ଲୋନ ସ୍ଥଳଭାଗ ଅତିକ୍ରମ କରିବ।

ଏହି ସମୟରେ ବାତ୍ୟାକୁ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇ କହିଛନ୍ତି,
ଓଡ଼ିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ। ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଓଡ଼ିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଯିବ। ଦକ୍ଷିଣ ଓଡ଼ିଶା ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ। ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ଏହାର ପ୍ରଭାବ ପଡ଼ିବ। ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କି.ମି. ପବନ’ ବହିବ।୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ।

Share
Tags: odisha