ଜି. ଉଦୟଗିରିରେ ପ୍ରବଳ ଶୀତ: କୁହୁଡ଼ି ସାଙ୍ଗକୁ…

ଜି.ଉଦୟଗିରି,୭ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଜିଲା ଜି ଉଦୟଗିରି। ବୁଧୁବାର ସହରର ତାପମାତ୍ରା ୩ ଡିଗ୍ରୀ ରହିଛି। ଏହା ଚଳିତ ବର୍ଷର ସବୁଠାରୁ କମ୍‌ ତାପମାତ୍ରା। ଆଜି ମଧ୍ୟ ଜି ଉଦୟଗିରିରେ ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ରହିଛି। ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁ ଲୋକେ ଘରୁ ବାହାରିବା କଷ୍ଟ ହେଉଛି। ଏଣେ ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ବିଶେଷକରି କାଲିଗାଡୁ ହିଲଟପ୍‌ ଯୁବପିଢ଼ିଙ୍କ ପାଇଁ ବେଶ୍‌ ଆକାର୍ଷଣୀୟ ହୋଇଛି। କଫି ବଗିଚାରେ ମଜା ନେଉଛନ୍ତି ପର୍ଯ୍ୟଟକ। ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଆସନ୍ତା ଫେବୃଆରୀ ୩ ଠାରୁ ୭ ପର୍ଯ୍ୟନ୍ତ ହେବାକୁ ଥିବା ଶୀତ ମହୋତ୍ସବ ପାଇଁ ଘନଘନ ବୈଠକ ବସୁଛି। ଅନ୍ୟପଟେ ଘନ କୁହୁଡ଼ି ଯୋଗୁ ଘାଟି ରାସ୍ତାମାନଙ୍କରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି।

Dharitri – Odisha’s No.1 Trusted Odia Daily

Share