ଆହୁରି ଦୁଇଦିନ ପ୍ରବଳ ଥଣ୍ଡା: ଥରିବ ଏସବୁ ଜିଲା

ଭୁବନେଶ୍ୱର,୧୬ା୧(ବନ୍ଦନା ସେଠୀ): ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଆହୁରି ୨ଦିନ ଏଭଳି ସ୍ଥିତି ଲାଗି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡା ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତା ୫ ଦିନ ୨୦ ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କଟକ, ବାଲେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର ଓ କନ୍ଧମାଳ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ ବୋଲି ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୯ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଜି. ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ରାଉରକେଲାରେ ୬.୬ ଡିଗ୍ରୀ, ଫୁଲବାଣୀ ୭.୩ ଡିଗ୍ରୀ, ସେମିଳିଗୁଡା ୭.୮ ଡିଗ୍ରୀ, ଅନୁଗୋଳ ୮.୬ ଡିଗ୍ରୀ, ଢେଙ୍କାନାଳ ୮.୬ ଡିଗ୍ରୀ, କିରେଇ ୯.୩ ଡିଗ୍ରୀ ଏବଂ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ରହିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡ ପାଇଁ ଜିଦ୍‌ରେ ଅଟଳ ଟ୍ରମ୍ପ: ବିରୋଧ କରୁଥିବା ଦେଶ ଉପରେ ଲଦିଲେ ୧୦% ଟାରିଫ୍

ନୂଆଦିଲ୍ଲୀ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡ ଅଧିଗ୍ରହଣ ପ୍ରସଙ୍ଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ସାମିଲ କରିବା ଯୋଜନାକୁ ବିରୋଧ କରୁଥିବାରୁ...

୨ ଦିନ ବଢ଼ିଲା ଶିଶିର ସରସ ମେଳା

ଭୁବନେଶ୍ୱର,୧୭।୧: ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ଫଳରେ ୧୮ ତାରିଖ ପରିବର୍ତ୍ତେ...

ମର୍ମନ୍ତୁଦ ଦୁର୍ଘଟଣା: ଅଟୋ ଡ୍ରାଇଭର ଜୀବନ୍ତ ଦଗ୍ଧ

ଫୁଲବାଣୀ/ଖଜୁରିପଡା, ୧୭ା୧(ରାକେଶ କୁମାର ରାଉତ/ବିଦୁର ବେହେରା)-କନ୍ଧମାଳ ଜିଲା ଫୁଲବାଣୀ ସହର ସରକାରୀ ଆଇଟିଆଇଠାରୁ ଅଳ୍ପ ଦୂର ସଦର ଥାନା ଅନ୍ତର୍ଗତ ଦାତପାଜୁ ନିକଟରେ ଏକ ମର୍ମନ୍ତୁଦ...

ଇଣ୍ଡିଗୋ ଉପରେ ଲାଗିଲା ୨୨ କୋଟି ଟଙ୍କା ଜରିମାନା, ସରକାର ନେଲେ ବଡ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭।୧: ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ଉପରେ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ସରକାର। ବିମାନ କ୍ରୁ ସଦସ୍ୟଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର, ଦୁର୍ବଳ...

ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ମହଙ୍ଗା ପଡ଼ିଲା: ବରିଷ୍ଠ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୭।୧: ଯାତ୍ରା ଡ୍ୟାନ୍ସର ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ନୃତ୍ୟ...

ଦିନକୁ ଦିନ ଖସୁଛି ପାରଦ: ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ

ଜି.ଉଦୟଗିରି,୧୭ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପ୍ରବଳ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା...

୨୦୨୭ ଏହି ମାସରେ ହେବ ପଞ୍ଚାୟତ ନିର୍ବାଚନ: ବଡ ସୂଚନା ଦେଲେ ଓଡ଼ିଶା ନିର୍ବାଚନ କମିଶନର

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ଆସନ୍ତା ବର୍ଷ (୨୦୨୭) ଜାନୁଆରୀ ଓ ଫେବୃଆରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ...

କଳାହାଣ୍ଡି ପାଇଁ ଆଣିଲେ ଗୌରବ: ଲୋକକଳା ସମ୍ମାନ ପାଇଲେ ଯୁବ ପ୍ରତିଭା ସତ୍ୟବ୍ରତ ଦାଶ

ଭବାନୀପାଟଣା,୧୭।୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଜୟଦେବ ଭବନ ଠାରେ ରାଜ୍ୟ ସାହିତ୍ୟ ସଂସ୍କୃତି ବିଭାଗ ଏବଂ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri