ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ସେବାୟତ, କହିଲେ…

ସାକ୍ଷୀଗୋପାଳ,୩ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୁବନେଶ୍ୱର ସରକାରୀ ବାସଭବନରେ ବୁଧବାର ଶ୍ରୀ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ସାକ୍ଷାତ କରିଛନ୍ତି। ଠାକୁରଙ୍କ ଚନ୍ଦନ ତୁଳସୀ, ଭୋଗ ସହିତ ଖଣ୍ଡୁଆପାଟ ଓ ଫୁଲମାଳ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିଥିଲେ। ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ ପାଇଁ ସେବାୟତ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବା ସହ ବହୁବିଧ ସମସ୍ୟା ଥିବା ସାକ୍ଷୀଗୋପାଳ ମନ୍ଦିର ବିକଶିତ କରିବା ନେଇ ଏକ ପତ୍ର ମଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନର ସାକ୍ଷୀ ଦେବାକୁ ସାକ୍ଷୀଗୋପାଳ ମନ୍ଦିରକୁ ପ୍ରତିଦିନ ତୀର୍ଥଯାତ୍ରୀମାନଙ୍କର ସମାଗମ ଲାଗିଛି। ଗମନାଗମନଠାରୁ ତୀର୍ଥଯାତ୍ରୀ ମନ୍ଦିର ନିକଟରେ ମୌଳିକ ସୁବିଧା ଯୋଗାଇ ଦେବା ଏବଂ ସୁବ୍ୟବସ୍ଥିତ ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ସମୟରେ ସ୍ଥାନୀୟ ଯୁବ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କ ସହିତ ସେବାୟତ ବିଶ୍ୱନାଥ ମହାପାତ୍ର, ରାମଚନ୍ଦ୍ର ନନ୍ଦ, ପ୍ରତାପ ମହାପାତ୍ର, ଉମେଶ ନନ୍ଦ, ଶ୍ୟାମସୁନ୍ଦର ମହାପାତ୍ର, ରାଜକିଶୋର ମହାପାତ୍ର, ରବିନାରାୟଣ ପତ୍ରୀ, ବାବୁ ମେକାପଙ୍କ ସହିତ ପୁରାଣ ପଣ୍ଡିତ ବାଳକୃଷ୍ଣ ମହାପାତ୍ର ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ସିନେମା ଶିଳ୍ପର ଭାଗ୍ୟ ବଦଳିବା ଆଶା

ଭୁବନେଶ୍ୱର,୧୮ା୭(ଶର୍ମିଷ୍ଠା ପାଣିଗ୍ରାହୀ)ସମସ୍ୟା, ବିବାଦରେ ଫସି ରହିଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବିଶେଷକରି ନୂଆ ସରକାର ଆସିବା ପରେ ଓଲିଉଡ୍‌...

୫ ନୁହେଁ, ୨୫ ବର୍ଷ ପର୍ଯ୍ୟନ୍ତ ଶାସନ କରିବ ଭାଜପା: ଉସେଣ୍ଡି

ଭୁବନେଶ୍ୱର, ୧୮।୭(ସୁନିତ୍‌ ମିଶ୍ର): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୧୯ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେବ। ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି....

ଦେବେ ଯଦି ଦେବେ, ନ ଦେଲେ ନାହିଁ: ବାହିନୀପତି

ଜୟପୁର, ୧୮ା୭(ପବନ ପାଣିଗ୍ରାହୀ)କଂଗ୍ରେସ ଦଳରେ ବିଧାୟକ ଦଳ ନେତାଙ୍କ ନାମ ଏଯାଏ ଘୋଷଣା ହୋଇନାହିଁ। ଏନେଇ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଭୁବନେଶ୍ୱରରେ...

ତୈଳଭଣ୍ଡାର ପ୍ରକଳ୍ପ ଆଶା ଉଜ୍ଜୀବିତ

ଯାଜପୁର,୧୮ା୭ (ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ତଳେ ଦେଶର ଚତୁର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୧୮ା୭(ଅନିଲ ଦାସ): ଲୋକସେବା ଭବନରେ ଗୁରୁବାର ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ...

ସର୍ବନିମ୍ନସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳଭଣ୍ଡାର

ଭବାନୀପାଟଣା,୧୮ା୭(ଉତ୍ତମ କୁମାର ଦାଶ)ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେବା ଯୋଗୁ କଳାହାଣ୍ଡି ଜିଲାର ଲାଇଫ୍‌ଲାଇନ (ଜୀବନରେଖା) କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ସର୍ବନିମ୍ନ ସ୍ତରରେ...

୪ ମାସ ପାଇଁ ଶୟନ ଗଲେ ମହାପ୍ରଭୁ

ପୁରୀ,୧୮ା୭(ଅଜିତ୍‌ କୁମାର ମହାନ୍ତି)ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ତିଥି ଅବସରରେ ବୁଧବାର ହରିଶୟନ ଏକାଦଶୀ ନୀତି ସମ୍ପନ୍ନ ହୋଇଛି। ପୌରାଣିକ କଥାବସ୍ତୁ ଅନୁଯାୟୀ ଏହି ଦିନଠାରୁ ଦୀର୍ଘ...

ଓଡ଼ିଶାରେ ଚାଲିବ ବୁଲ୍‌ଡୋଜର

ସମ୍ବଲପୁର (ପ୍ରମୋଦ ବହିଦାର)/ ଭୁବନେଶ୍ୱର (ଅନିଲ ଦାସ) ୧୮ା୭: ରାଜ୍ୟରେ ସରକାରୀ ଜମି ଜବରଦଖଲକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଜବରଦଖଲକାରୀ ଯେତେ ପ୍ରଭାବଶାଳୀ ହୁଅନ୍ତୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri