ସର୍ବଭାରତୀୟ ସ୍ତରରେ ସେବା ଦିବସ ପାଳିତ, ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ: ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ,୨୩।୧୦: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ (ସଙ୍ଗଠନ) ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ବିଶିଷ୍ଟ ସାମାଜିକ କର୍ମୀ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କୁଚିପୁଡ଼ି ନୃତ୍ୟାଙ୍ଗନା ଶାଲୁ ଜିନ୍ଦଲଙ୍କ ଜନ୍ମଦିବସକୁ ‘ସେବା ଦିବସ’ ଭାବେ ଦେଶବ୍ୟାପୀ ପାଳନ କରାଯାଇଛି। ଏପରିକି ସାମୁଦାୟିକ ବିକାଶ ପାଇଁ ଶାଲୁଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଆଧାରକରି ଜିନ୍ଦଲ ଫାଉଣ୍ଡେଶନର ଦେଶବ୍ୟାପୀ ଥିବା ସମସ୍ତ ପ୍ରତିଷ୍ଠାନ ଦ୍ବାରା ବହୁ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏ ନେଇ ଶାଲୁ କହିଛନ୍ତି, ଆପଣମାନଙ୍କ ଶୁଭେଚ୍ଛା ଓ ମୋ ଜନ୍ମଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ବାସ୍ତବରେ କୃତଜ୍ଞ। ଏପରିକି ଆପଣମାନଙ୍କ ସହଯୋଗ ସମାଜର କଲ୍ୟାଣ ପାଇଁ ଅଧିକ ଉଦ୍ୟମ କରିବାକୁ ମତେ ବହୁତ ଶକ୍ତି ଯୋଗାଉଛି। ସେହିଭଳି ଆମେମାନେ ଏକାଠି ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ସାମାଜିକ ଦୁର୍ବଳ ଲୋକମାନଙ୍କ ମୁହଁରେ ହସ ଫୁଟାଇପାରିବା।

ଅପରପକ୍ଷରେ ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶା,ଛତିଶଗଡ଼,ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ହରିୟାଣା ଭଳି ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସ୍ବାସ୍ଥ୍ୟ ଶିବିର, ପଶୁ ଚିକିତ୍ସା ଶିବିରମାନ ଆୟୋଜନ ସମେତ ବୟସ୍କ, ଡାକ୍ତରଖାନାରେ ଥିବା ରୋଗୀ, ଶିଶୁଗୃହ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ ଆଦି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସାମାଜିକ ସ୍ବେଚ୍ଛାସେବୀ, ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ପରିବେଶପ୍ରେମୀଙ୍କ ପକ୍ଷରୁ ବହୁ ହଜାର ସଂଖ୍ୟାରେ ବୃକ୍ଷରୋପଣ କରାଯାଇଥିଲା। ଏହା ସହ ଫାଉଣ୍ଡେଶନ ପକ୍ଷରୁ ଗରିବ ଲୋକଙ୍କୁ ମଶାରି, କମ୍ବଳ ଓ ଶାଢ଼ି ମଧ୍ୟ ପ୍ରଦାନ କରାଯାଇଥିଲା।

ସେହିପରି ଛତିଶଗଡ଼ରେ ଓପି ଜିନ୍ଦଲ ଡାକ୍ତରଖାନା ପକ୍ଷରୁ ବିଭିନ୍ନ ଜରାନିବାସ, ଅନାଥାଶ୍ରମ ଓ ଆଶ୍ରୟଗୃହରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲାବେଳେ ଓଡ଼ିଶାର ରାୟଗଡ଼, ଅନୁଗୋଳ, ପତ୍ରାତୁ ଓ ବଡ଼ବିଲଠାରେ ଥିବା ଓପି ଜିନ୍ଦଲ ସ୍କୁଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସ୍ବଚ୍ଛ ଭାରତ ଅଭିଯାନ ଓ କଳାକୃତି କାର୍ଯ୍ୟକ୍ରମ, ଗୋସେବା, ଡାକ୍ତରଖାନା ଓ ଅନାଥାଶ୍ରମରେ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରାଯାଇଥିଲା। ଏପରିକି ଟେନ୍‌ସା ଓ କାଶିଆର ପାରିପାର୍ଶ୍ୱିକ ଅଞ୍ଚଳର ଲୋକଙ୍କ ସେବା ପାଇଁ ଏକ ଆମ୍ବୁଲାନ୍ସର ଲୋକାର୍ପଣ କରାଯାଇଛ। ଏହା ସହ ଆଦିବାସୀ ଯୁବକମାନଙ୍କ ମଧ୍ୟରେ ଫୁଟ୍‌ବଲ ମ୍ୟାଚର ଆୟୋଜନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଶାଲୁ ଜିନ୍ଦଲଙ୍କୁ ସୃଜନୀ ମାଧ୍ୟମରେ ସମ୍ମାନ ଜଣାଇବା ପାଇଁ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଅନ୍ତେବାସୀଙ୍କ ମଧ୍ୟରେ ଏକ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ଦକ୍ଷତା ବିକାଶର ବାର୍ତ୍ତା ପ୍ରଦାନ କରାଯାଇଥିଲା। ଏପରିକି ଦକ୍ଷତା ବିକାଶ କେନ୍ଦ୍ର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାମୁଦାୟିକ ସମ୍ପତ୍ତିର ମରାମତି, ଅନାଥାଶ୍ରମରେ ସ୍ବାସ୍ଥ୍ୟ ପରୀକ୍ଷା,ଫୁଟବଲ୍‌ ମ୍ୟାଚ ଓ କବାଡି ତାଲିମ ଶିବିରର ଆୟୋଜନ କରାଯାଇଥିଲା। ଦେଶବ୍ୟାପୀ ଏଭଳି କାର୍ଯ୍ୟକ୍ରମ ଜରିଆରେ ଜନ୍ମଦିନ ପାଳନ କରି ସାମୁଦାୟିକ ସଶକ୍ତୀକରଣ ପାଇଁ ଶାଲୁ ଜିନ୍ଦଲଙ୍କର ନିରନ୍ତର ଉଦ୍ୟମକୁ ସମ୍ମାନ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ, ବହୁମୁଖୀ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଜରିଆରେ ୧୫ ନିୟୁତ ଲୋକଙ୍କ ଜୀବନରେ ରୂପାନ୍ତରଣ ଆଣିଥିବା ଜିନ୍ଦଲ ଫାଉଣ୍ଡେଶନର ଅଧ୍ୟକ୍ଷା ସହ ଶାଲୁ ଜିନ୍ଦଲ ରାୟଗଡ଼ସ୍ଥିତ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଚ୍ୟାନ୍‌ସେଲର ଏବଂ ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ଭାଇସ ପ୍ରେସିଡେଣ୍ଟ ମଧ୍ୟ ଅଛନ୍ତି। ଏହା ସହ ସେ ଜାତୀୟ ବାଲ୍‌ ଭବନର ପୂର୍ବତନ ଅଧ୍ୟକ୍ଷା, ୟଙ୍ଗ୍‌ ଫିକି ଲେଡିଜ ଅର୍ଗାନାଇଜେଶନର ପ୍ରତିଷ୍ଠାତା ସଭାପତି ଅଟନ୍ତି। କୁଚିପୁଡ଼ି ନୃତ୍ୟାଙ୍ଗନା ଭାବେ ଜିନ୍ଦଲଙ୍କର ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ରହିଛି। ଏଥିପାଇଁ ତାଙ୍କୁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସମ୍ମାନ ଓ ପୁରସ୍କାର ମିଳିଛି। ସାମାଜିକ ବିକାଶ କ୍ଷେତ୍ରରେ ପ୍ରଭାବଶାଳୀ ନେତୃତ୍ୱ ପାଇଁ ତାଙ୍କୁ ଲଣ୍ଡନରେ ଗୋଲ୍ଡେନ ପିକକ୍‌ ଆୱାର୍ଡ, ସିଙ୍ଗାପୁରରେ ସିଏମ୍‌ଓ ଏସିଆ ବେଷ୍ଟ ସୋସିଆଲ ଏଣ୍ଟ୍ରେପ୍ରେନ୍ୟୋର ଆୱାର୍ଡ, ଚିକାଗୋରେ ଡି ଟ୍ରାଇବ ପକ୍ଷରୁ ଇଣ୍ଟରନ୍ୟାଶନାଲ ଓମେନ ଅଫ୍‌ ଦ ଇୟର ଆୱାର୍ଡ ଓ ସିଏସଆର ଟାଇମ୍ସ ପକ୍ଷରୁ ଲାଇଫ୍‌ ଟାଇମ ଆଚିଭମେଣ୍ଟ ଆୱାର୍ଡ ଭଳି ଅନେକ ପୁରସ୍କାର ଓ ସମ୍ମାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri