ଚୌଦାର,୩୦।୪(ଆଶୁତୋଷ ଦାସ): ୫୫ନମ୍ବର ଜାତୀୟ ରାଜପଥ ମଙ୍ଗୁଳିଠାରୁ ଧୂମାବତୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଜାରି ରହିଛି। ରାଜପଥର ମୁଖ୍ୟ ରାସ୍ତା କାମ ଚାଲୁ ରହିଥିବାରୁ ଯାନବାହାନ ସହିତ ୨ଚକିଆ ୪ଚକିଆ ଓ ସାଧାରଣ ଲୋକେ ସର୍ଭିସ ରୋଡ ଉପରେ ନିର୍ଭର କରୁଛନ୍ତି । ହେଲେ ରାସ୍ତା ମରାମତି ନାମରେ ବ୍ୟସ୍ତବହୁଳ କଳିଙ୍ଗ ଛକ ନିକଟରେ ଆଜକୁ ୩ଦିନ ହେବ ରାସ୍ତା ଅବରୋଧ କରି ୨ଟି ଗାଡ଼ି ଛିଡ଼ା ହୋଇ ରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ତୁରନ୍ତ ଏହି ସମ୍ବେଦନଶୀଳ ଜାଗାରୁ ଗାଡ଼ି ଗୁଡ଼ିକୁ ହଟାଇବା ପାଇଁ ଦାବି ହେଉଛି। ଏଠାରେ ସୂଚନାଯୋଗ୍ୟ ଏହି ସ୍ଥାନରେ ୨ଟି ବ୍ୟାଙ୍କ, ୪ଟି ଏ ଟି ଏ ମ ଓ ବହୁ ବାଣିଜ୍ୟ କେନ୍ଦ୍ର ରହିଅଛି ।