Posted inଖେଳ

ବଡ଼ ଖବର: ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ବିପଦ ଥିବାରୁ ଅଭ୍ୟାସ, ପ୍ରେସ୍‌ମିଟ୍‌ ବାତିଲ କଲା ଆର୍‌ସିବି…

ନୂଆଦିଲ୍ଲୀ,୨୨।୫: ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ବିପକ୍ଷରେ ଆଇପିଏଲ୍‌ ୨୦୨୪ ଏଲିମିନେଟର୍‌ ପ୍ରତିଯୋଗିତା ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ(ଆର୍‌ସିବି) ପ୍ରସ୍ତୁତ ହେଉଥିବା ବେଳେ ବଡ଼ ଖବର ସାମ୍ନାକୁ ଆସିଛି। ବିରାଟ କୋହଲିଙ୍କ ସୁରକ୍ଷାକୁ ନେଇ ବିପଦ ଥିବାରୁ ଆର୍‌ସିବି ପକ୍ଷରୁ ଏହାର ଏକମାତ୍ର ଅଭ୍ୟାସ ସେସନ୍‌କୁ ବାତିଲ କରାଯାଇଛି। ବୁଧବାର ଦଳ ଅହମ୍ମଦାବାଦର ଗୁଜରାଟ କଲେଜ ପଡ଼ିଆରେ ଅଭ୍ୟାସ କରିବାକୁ ଯାଇଥାନ୍ତା, ହେଲେ ଏହି କାର୍ଯ୍ୟସୂଚୀ ବାତିଲ ହୋଇଛି।

ଆନନ୍ଦବଜାର ପତ୍ରିକା ଅନୁଯାୟୀ, ସୁରକ୍ଷା ବିପଦ କାରଣରୁ ରାଜସ୍ଥାନ ବିପକ୍ଷ ଏଲିମିନେଟର୍‌ ମ୍ୟାଚ୍‌ ପୂର୍ବରୁ ଫ୍ରାଞ୍ଚାଇଜ୍‌ ଖବରଦାତା ସମ୍ମିଳନୀ(ପ୍ରେସ୍‌ମିଟ୍‌) ମଧ୍ୟ କରି ନ ଥିଲା। ଏହା ପଛରେ କି କାରଣ ରହିଛି ସେନେଇ ଚର୍ଚ୍ଚା ଜୋର ଧରିଥିଲା।

ରିପୋର୍ଟ ମୁତାବକ, ଗୁଜରାଟ ପୋଲିସ ସୂଚାଇ ଦେଇଛି ଯେ ଅଭ୍ୟାସ ସେସନ୍‌ ବାତିଲ ହେବାର ମୁଖ୍ୟ କାରଣ ହେଉଛି ବିରାଟଙ୍କ ସୁରକ୍ଷା। ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ପୋଲିସ ଅହମ୍ମଦାବାଦରୁ ୪ ଜଣଙ୍କୁ ମଧ୍ୟ ଗିରଫ କରିଛି। ଏ ସମ୍ବନ୍ଧରେ ପୋଲିସ ଆଇପିଏଲ୍‌ର ଉଭୟ ଫ୍ରାଞ୍ଚାଇଜ୍‌କୁ ସୂଚନା ଦେଇଥିଲା। ପରେ ବାଙ୍ଗାଲୁରୁ ଏହା ଉପରେ କାର୍ଯ୍ୟ କରି ସମସ୍ତ କାର୍ଯ୍ୟସୂଚୀ ବାତିଲ କରିଥିବା ବେଳେ ରାଜସ୍ଥାନ ନିଜ କାର୍ଯ୍ୟସୂଚୀ ସହ ଆଗକୁ ବଢ଼ିଥିଲା।

ଅହମ୍ମଦାବାଦରେ ପହଞ୍ଚିବା ପରେ କୋହଲି ଗିରଫଦାରୀ ବିଷୟରେ ଜାଣିବାକୁ ପାଇଥିଲେ। ସେ ଜଣେ ଜାତୀୟ ସମ୍ପତ୍ତି, ତାଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ପୋଲିସ ଅଫିସର ବିଜୟ ସିଂ ଜଓ୍ବାଲା କହିଛନ୍ତି, ଆର୍‌ସିବି ରିସ୍କ ନେବାକୁ ଚାହୁଁ ନ ଥିଲା। ଏଣୁ କୌଣସି ଅଭ୍ୟାସ ସେସନ୍‌ ହେବ ନାହଁ ବୋଲି ସେମାନେ ଆମକୁ ସୂଚନା ଦେଇଛନ୍ତି। ରାଜସ୍ଥାନ ଟିମ୍‌କୁ ଏନେଇ ଜଣାଯାଇଥିଲେ ହେଁ ସେମାନେ ଅଭ୍ୟାସ କରିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି।

ତେବେ ଆର୍‌ସିବି ଟିମ୍‌ର ସୁରକ୍ଷାକୁ ନେଇ ହୋଟେଲ୍‌ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଏହାଛଡ଼ା ଆଇପିଏଲ୍‌ରୁ ସ୍ବୀକୃତିପ୍ରାପ୍ତ ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ହୋଟେଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ। ମ୍ୟାଚ୍‌ ସମୟରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

Israel US Iran War: କାତାରରେ କ୍ରାଶ ହେଲା ହେଲିକପ୍ଟର, ୬ ମୃତ

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ କାତାରର ମିଲିଟ୍ରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଦିନ କାତାର ସରକାର ନିଶ୍ଚିତ…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆକ୍ସନରେ ମୋଦି!

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱବ୍ୟାପୀ ଚିନ୍ତାକୁ ବୃଦ୍ଧି କରିଛି। ଗତ ୨୩ ଦିନ ଧରି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗି ରହିଛି।…

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri