Posted inଖେଳ

ରଣଜୀ ଟ୍ରଫି ନ ଖେଳିଲେ ଗମ୍ଭୀର ପରିଣାମ

ନୂଆଦିଲ୍ଲୀ,୧୮।୨ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ଖେଳାଳିଙ୍କୁ ଚେତାବନୀ ଦେଇଛି। ଚଳିତ ରଣଜୀ ଟ୍ରଫି ସିଜନରେ ଖେଳୁ ନଥୁବା ଖେଳାଳିଙ୍କୁ ଗମ୍ଭୀର ପରିଣାମର ସମ୍ମୁଖୀନ ହେବାକୁ ପଡିବ ବୋଲି ବୋର୍ଡ ତରଫରୁ ସତର୍କ କରାଇ ଦିଆଯାଇଛି। ନିଜ ରାଜ୍ୟ ଦଳ ତରଫରୁ ନ ଖେଳି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପାଇଁ ପ୍ରସ୍ତୁତି କରୁଥିବା କେନ୍ଦ୍ରୀୟ ଚୁକ୍ତିବଦ୍ଧ ଖେଳାଳି ଓ ଭାରତ-ଏ ପାଇଁ ଖେଳୁଥିବା କ୍ରିକେଟରଙ୍କୁ ଚିଠି ଲେଖି ବିସିସିଆଇ ସମ୍ପାଦକ ଜୟ ଶାହା ଏ ନେଇ ଅବଗତ କରାଇଛନ୍ତି।

ଜାତୀୟ ଦଳ ଚୟନ ପାଇଁ ଘରୋଇ କ୍ରିକେଟର ପ୍ରଦର୍ଶନ ହେଉଛି ମୁଖ୍ୟ ମାପଦଣ୍ଡ। ଘରୋଇ କ୍ରିକେଟ ନ ଖେଳି ଆଇପିଏଲ୍‌କୁ ପ୍ରାଥମିକତା ଦେଉଥିବା ଖେଳାଳିଙ୍କ ବ୍ୟବହାର ଚିନ୍ତାଜନକ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। କିଛିଦିନ ତଳେ କେତେଜଣ ଖେଳାଳି ଘରୋଇ କ୍ରିକେଟ ନ ଖେଳି ଆଇପିଏଲ୍‌କୁ ଗୁରୁତ୍ବ ଦେଉଥିବାର ଉଦାହରଣ ସମ୍ମୁଖକୁ ଆସିଥିଲା। ଘରୋଇ କ୍ରିକେଟକୁ ଆଧାର କରି ଭାରତୀୟ କ୍ରିକେଟର ଛିଡା ହୋଇଛି। ତେଣୁ ଖେଳାଳିଙ୍କ ଏଭଳି ଆଚରଣ ଚିନ୍ତାଜନକ ବୋଲି ଶାହା କହିଛନ୍ତି।

ରାଜସ୍ଥାନ ଦ୍ରୁତ ବୋଲର ଦୀପକ ଚହର, ଝାଡଖଣ୍ଡ ୱିକେଟ ରକ୍ଷକ ବ୍ୟାଟର ଇସାନ କିସାନ, ମୁମ୍ବାଇର ଡାହାଣହାତୀ ବ୍ୟାଟର ଶ୍ରେୟସ ଆୟରଙ୍କ ଭଳି ଖେଳାଳି ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ରାଣଜୀ ଟ୍ରଫିର ଅନ୍ତିମ ରାଉଣ୍ଡ ମ୍ୟାଚ୍ ନ ଖେଳି ଆଇପିଏଲ ପାଇଁ ପ୍ରସ୍ତୁତି ଚଳାଉଥିବାର ଖବର ର ସାମ୍ନାକୁ ଆସିଛି । ଖେଳାଳିମାନେ ରଣଜୀ ଖେଳିବା ଉପରେ ବୋର୍ଡ ଏବେ ଅଧିକ ଗୁରୁତ୍ବ ଦେଉଛି। କିଷାନ ବରୋଦାରେ ହାର୍ଦ୍ଦିକ ଓ କୁନାଲ ପାଣ୍ୟାଙ୍କ ସହ ଅଭ୍ୟାସ କରି ଚର୍ଚ୍ଚାକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri