‘ତାରକ ମେହେତା କା ଉଲଟା ଚଷମା’ ନିର୍ଦ୍ଦେଶକଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ସିରିଏଲ ଅଭିନେତ୍ରୀ

ମୁମ୍ବାଇ,୧୨।୫:ଚର୍ଚ୍ଚିତ ସିରିଏଲ ‘ତାରକ ମେହେତା କା ଉଲଟା ଚଷମା’ ସବୁ ସିରିଏଲ ମଧ୍ୟରେ ଟ୍ରେଣ୍ଡିଂରେ ଥାଏ। ତେବେ ଏହି ଶୋରେ ମିସେସ୍‌ ରୋଶନ୍‌ ସିଂହ ସୋଢି ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରୀ ଶୋକୁ ସବୁଦିନ ପାଇଁ ଶୋ’କୁ ଛାଡି ଦେଇଛନ୍ତି। ଅଭିନେତ୍ରୀ ଜଣକ ନିର୍ଦ୍ଦେଶକ ଅସିତ ମୋଦ, ପ୍ରୋଜେକ୍ଟ ହେଡ୍‌ ସୋହିଲ ରୋମାନି ଏବଂ ସହ ନିର୍ଦ୍ଦେଶକ ଜତିନ ବଜାଜଙ୍କ ଉପରେ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ଜେନିଫର ପୋଲିସ ପାଖରେ ମାମଲା ରୁଜୁ କରିଛନ୍ତି।
ସୂଚନାଯୋଗ୍ୟ, ଜେନିଫର ତାଙ୍କ ଶେଷ ସୁଟିଂ ମାର୍ଚ୍ଚ ୭ରେ କରିଥିଲେ। ଗତ ୨ମାସ ହେଲା ସେ ସୁଟିଂ କରି ନାହାନ୍ତି।
ଏକ ସାକ୍ଷାତକାରରେ ଜେନିଫର କହିଛନ୍ତି,ସୋହିଲ ଓ ଜତିନ୍‌ ବଜାଜ ମୋତେ ବହୁବାର ଅପମାନିତ କରିବାରୁ ମୁଁ ଶୋ’ଛାଡି ଦେଇଥିଲି। ସେମାନେ ବହୁତଥର ମୋ ଦରମା କାଟିଦେଇଛନ୍ତି। ମାର୍ଚ୍ଚ ୬ରେ ମୋର ଆନିଭର୍ସରୀ ଥିଲା କିନ୍ତୁ ମୋତେ ଯିବାକୁ ଅନୁମତି ଦେଉ ନ ଥିଲେ। ପୂର୍ବରୁ ସେଟ୍‌ରେ ମୋ ସହ ଖରାପ ବ୍ୟବହାର କରାଯାଇଛି। କାମ ଚାଲିଯିବା ଭୟରେ ମଁୁ କିଛି କହିପାରୁ ନ ଥିଲି। ଆନିଭର୍ସରୀ ରାତିରେ ଅସିତ ମୋତେ କହିଥିଲେ,ଏବେ ତୁମ ଆନିଭର୍ସରୀ ଶେଷ ହୋଇଯାଇଛି। ରୁମ୍‌କୁ ଆସ ଏକାଠି ମିଶି ଓ୍ବିସ୍କି ପିଇବା। ସୁଟିଂ ସେଟ୍‌ରେ ସେ ମୋତେ ବହୁବାର ସେକ୍ସି କହିବା ସହ ଗାଲ ଟାଣିଛନ୍ତି। ପୂର୍ବରୁ ସହୁଥିଲି ଏବେ ଆଉ ବରଦାସ୍ତ କରିବିନି।

ତେବେ ଏଥିରେ ଅସିତ ମୋଦି ଏବଂ ତାଙ୍କ ଟିମ୍‌ କହିଛନ୍ତି ଯେ, ଜେନିଫର ସବୁ ମିଥ୍ୟା ଆରୋପ ଲଗାଉଛନ୍ତି। ସୁଟିଂ ସେଟ୍‌ରେ ସେ ଅସୁଶାସନର ସହ ରୁହନ୍ତି ନାହିଁ। କାମରେ କେତେବେଳେ ତାଙ୍କର ଧ୍ୟାନ ନ ଥିଲା। ସୁଟିଂଶେଷଦିନ ସେ ସମସ୍ତଙ୍କ ସାମ୍ନାରେ ଟିମ୍‌କୁ ଗାଳି କରିଥିଲେ। ଘଟଣା ଦିନ ଅସିତ ମୋଦି
ଆମେରିକାରେ ଥିଲେ। ଆଧାରହୀନ ଅଭିଯୋଗ କରି ସେ ଶୋ’କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।
ଅସିତ ମୋଦି କହିଛନ୍ତି, ଏଥିପାଇଁ ଆମେ ଆଇନ୍‌ର ସହାୟତ ନେବୁ। କାରଣ ସେ ନିଜର ପବ୍ଲିସିଟି ପାଇଁ ଶୋ’କୁ ବଦନାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri