ଷ୍ଟକ୍ ମାର୍କେଟରେ ହାହାକାର, ୧୮୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ନିବେଶକ ହରାଇଲେ ୧୦.୫୦ ଲକ୍ଷ କୋଟି

ମୁମ୍ବାଇ,୩।୧୦: ମଧ୍ୟପ୍ରାଚ୍ୟର ଭୀଷଣ ଯୁଦ୍ଧ ସ୍ଥିତିର ପ୍ରଭାବ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଫଳରେ ଘରୋଇ ତଥା ବିଦେଶୀ ପୁଞ୍ଜି ନିବେଶକାରୀମାନେ ଅତ୍ୟାଧିଅକ ଶେୟାର ବିକ୍ରି କରିବାରୁ ଭାରତୀୟ ଶେୟାର ବଜାର ଧରାଶାୟୀ ହୋଇଛି। ସେନସେକ୍ସ ୧୮୦୦ ଏବଂ ନିଫ୍ଟିରେ ୫୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି।

ବ୍ୟାଙ୍କିଙ୍ଗ, ଏଫଏମସିଜି, ଅଟୋ ଏବଂ ଆଇଟି ଶେୟାର ଗୁଡିକର ଅତ୍ୟାଧିକ ବିକ୍ରୟ ହେତୁ ବଜାରରେ ଏହି ହ୍ରାସ ଘଟିଛି। ୧୧୭୦ ପଏଣ୍ଟ ହ୍ରାସ ସହିତ ନିଫ୍ଟି ବ୍ୟାଙ୍କ କାରବାର କରୁଛି। ମିଡକ୍ୟାପ୍ ଏବଂ ସ୍ମଲ କ୍ୟାପ୍ ଶେୟାର ମଧ୍ୟ ହ୍ରାସ ଘଟିଛି। ସେନସେକ୍ସ ବର୍ତ୍ତମାନ ୧୮୦୦ ପଏଣ୍ଟ ହ୍ରାସ ସହିତ ୮୨,୪୬୬ ରେ କାରବାର କରୁଛି ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୫୫୮ ପଏଣ୍ଟ ହ୍ରାସ ସହିତ ୨୫,୨୪୦ ପଏଣ୍ଟରେ କାରବାର କରୁଛି।

ବଜାର ହ୍ରାସର ସୁନାମି ଯୋଗୁଁ ନିବେଶକମାନେ ବହୁ କ୍ଷତି ସହିଛନ୍ତି। ବିଏସଇରେ ତାଲିକାଭୁକ୍ତ ଷ୍ଟକଗୁଡିକର ମାର୍କେଟ କ୍ୟାପ୍ ୧୦.୫୮ ଲକ୍ଷ କୋଟି ହ୍ରାସ ପାଇ ୩୬୪.୨୮ ଲକ୍ଷ କୋଟିରେ ପହଞ୍ଚିଛି ଯାହା ଗତ ଅଧିବେଶନରେ ୩୭୪.୮୬ ଲକ୍ଷ କୋଟି ଥିଲା।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତାର ପ୍ରଭାବ ସମଗ୍ର ବିଶ୍ୱରେ ଥିବା ଷ୍ଟକ୍ ଉପରେ ଦେଖିବାକୁ ମିଳିଛି ଏବଂ ଭାରତୀୟ ଷ୍ଟକ୍ ମାର୍କେଟ୍ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ମଧ୍ୟପ୍ରାଚ୍ୟର ଉତ୍ତେଜନା କାରଣରୁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି। ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୭୫ ଡଲାରରେ ପହଞ୍ଚିଛି ଯାହା କାରଣରୁ ଭାରତୀୟ ବଜାର ହ୍ରାସ ପାଇଛି।

ଅନ୍ୟପଟେ ଅକ୍ଟୋବର ୧ ମଙ୍ଗଳବାର ଷ୍ଟକ୍ ମାର୍କେଟ୍ ନିୟାମକ ସେବି ଫ୍ୟୁଚର ଏବଂ ବିକଳ୍ପ ଉପରେ ଅନେକ କଠୋର ନିଷ୍ପତ୍ତି ନେଇଛି, ଯାହା ନଭେମ୍ବର ୨୦ ରୁ କାର୍ୟ୍ୟକାରୀ ହେବାକୁ ଯାଉଛି। ଏହି କାରଣରୁ ବଜାରରେ ନିରାଶା ଦେଖାଦେଇଛି। ସେହିଭଳି ଚାଇନାରେ ରିଲିଫ୍ ପ୍ୟାକେଜ୍ ଘୋଷଣା ପରେ ନିବେଶକମାନେ ଚୀନ୍ ଆଡକୁ ମୁହାଁଉଛନ୍ତି ଯେଉଁଥିପାଇଁ ଭାରତୀୟ ଷ୍ଟକ୍ ମାର୍କେଟରେ ଅସନ୍ତୋଷ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?